Posted inଜାତୀୟ

ଶିବଙ୍କ ରାଜ୍ୟରେ ସିନ୍ଧିଆ ସରକାର: ନୂଆ ଟିମ୍‌ରେ ସିନ୍ଧିଆ ଗୋଷ୍ଠୀର ୯ ମନ୍ତ୍ରୀ

ଭୋପାଳ, ୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି। ୨୮ ଜଣ ନୂଆମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ଶିବରାଜଙ୍କ ଅନୁଗତ ରହିଥିବାବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୋଷ୍ଠୀର ୯ ଜଣ ରହିଛନ୍ତି। ନୂଆ ମନ୍ତ୍ରୀଙ୍କୁ ମିଶାଇ ଶିବରାଜଙ୍କ ମନ୍ତ୍ରୀ ସଂଖ୍ୟା ୩୩ରେ ପହଞ୍ଚିଛି। ସେହିପରି ସିନ୍ଧିଆ ଗୋଷ୍ଠୀଙ୍କ ସଂଖ୍ୟା ୧୧କୁ ଛୁଇଁଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କ ୨୮ ଜଣିଆ ମନ୍ତ୍ରୀମଣ୍ଡଳରେ ସିନ୍ଧିଆ ଗୋଷ୍ଠୀର ୬ ମନ୍ତ୍ରୀ ଥିଲେ। ଏବେ ଶିବରାଜଙ୍କ ସରକାରରେ ସିନ୍ଧିଆ ପତିଆରା ବୃଦ୍ଧି ପାଇଛି। ଶିବରାଜଙ୍କ ମନ୍ତ୍ରୀଙ୍କ ମଧ୍ୟରେ ୪୧ ପ୍ରତିଶତ ମନ୍ତ୍ରୀ କଂଗ୍ରେସ ଦଳର ସଦସ୍ୟ। ତେବେ ସେମାନେ ଦଳ ଛାଡ଼ି ଏବେ ଶିବରାଜଙ୍କ ଶିବିରରେ ଅଛନ୍ତି। ଫଳରେ ଶିବରାଜଙ୍କ ରାଜ୍ୟରେ ପ୍ରକୃତ ପକ୍ଷେ ସିନ୍ଧିଆଙ୍କ ସରକାର ଗଠନ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଶିବରାଜଙ୍କ ଟିମ୍‌ରେ ସିନ୍ଧିଆ ବେଶ୍‌ ଲାଭରେ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri