ମୋବାଇଲ ଦ୍ୱାରା ବ୍ୟାପୁଛି କରୋନା!

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତା କରିବାରେ ଲାଗିଛି। ଦେଖୁ ଦେଖୁ ଏହା ଚାଇନାରୁ ଆମେରିକା, ବ୍ରିଟେନ, ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିସାରିଛି। ଏହି ଭାଇରସକୁ ନେଇ ଅନେକ ପ୍ରକାରର କଥା ସାମ୍ନାକୁ ଆସୁଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଛୁଇଁବା ଦ୍ୱାରା ବ୍ୟାପିଥାଏ। ମାତ୍ର ଜୁଲାଇ ପ୍ରଥମରେ ଏକ ଟିମ୍‌ ଏକ ଆର୍ଟିକିଲ୍‌ ପ୍ରକାଶ କରିଛନ୍ତି, ଯେଉଁଥିରେ କୁହାଯାଉଛି ଏହି ଭାଇରସ ୫ଜି ରେଡିୟମ୍‌ (ମୋବାଇଲ) ବିକିରଣ ଦ୍ୱାରା ବ୍ୟାପୁଛି। ମନୁଷ୍ୟ ଶରୀରର ସ୍କିନ୍‌ ୫ଜି ରେଡିୟମ୍‌କୁ ଅବ୍‌ଜର୍ଭ କରିଥାଏ। ପରେ ଏହା ଶରୀରରେ କରୋନା ଭାଇରସରେ ପରିଣତ ହୋଇଥାଏ। ଯେଉଁ ଦେଶରେ ଅଧିକ ୫ଜି ଡିଷ୍ଟ୍ରିବୁଶନ ହୋଇଛି ସେଠାରେ ଏହି ଭାଇରସ୍‌ ଅଧିକ ବୋଲି ଉକ୍ତ ଆର୍ଟିକିଲରେ ଦାବି କରାଯାଇଛି। ମାତ୍ର ବର୍ତ୍ତମାନ କିଛି ବୈଜ୍ଞାନିକ ଏହି ଦାବି ଉପରେ ଅନୁସନ୍ଧାନ ଚଳାଇଛନ୍ତି।
ଜୁଲାଇ ପ୍ରାରମ୍ଭରେ ଅନ୍ତର୍ଜାତୀୟ ଟିମ୍‌ ଏବଂ ବାୟୋମେଡିକାଲ ଡାଟାବେସ୍‌ର ଜର୍ନାଲ ‘ପବ୍‌ମେଡ୍‌’ରେ ପ୍ରକାଶ ପାଇଥିଲା ଯେ, କରୋନା ଜୀବାଣୁ ପାଇଁ ୫ଜି ନେଟ୍‌ଓ୍ବାର୍କ ଦାୟୀ। ଏହି ରିପୋର୍ଟରେ କୁହାଯାଉଛି, ମଣିଷ ଚର୍ମକୋଶଗୁଡିକ ଆଣ୍ଟିନା ପରି କାମ କରେ। ତେଣୁ ଏହା ୫ଜି ସିଗ୍‌ନାଲକୁ ଗ୍ରହଣକରି ଅନ୍ୟ କୋଷରେ ପହଞ୍ଚି କରୋନା ଜୀବାଣୁ ସୃଷ୍ଟି କରିଥାଏ। ଏଥିପାଇଁ କୌଣସି ପରୀକ୍ଷା କରାଯାଇ ନାହିଁ। କେବଳ କିଛି ଆକଳନ କରି ଚିତ୍ର ଆଙ୍କି ସେହି ଆଧାରରେ ଏହି ଦାବି ହୋଇଛି। ଏହି ଦାବିକୁ ଅନେକ ବୈଜ୍ଞାନିକ ବିରୋଧ ମଧ୍ୟ କରିଛନ୍ତି।


ବୈଜ୍ଞାନିକଙ୍କ କହିବା ଅନୁସାରେ, ଆମେରିକାରେ ସବୁଠାରୁ କମ୍‌ ୫ଜି ବିକିରଣ ହୋଇଥିବା ବେଳେ ସେଠାରେ କିନ୍ତୁ କରୋନା ରୋଗୀଙ୍କ ସଂଖ୍ୟା ବହୁତ ଅଧିକ। ଆମେରିକାଠାରୁ ଅଧିକ ୫ଜି ବଣ୍ଟନ ସାଉଦି ଆରବ, ଦକ୍ଷିଣ କୋରିଆ, ସ୍ବିଜରଲ୍ୟାଣ୍ଡ, କୁଏତ, ଅଷ୍ଟ୍ରେଲିଆ, ସ୍ପେନ୍‌ ଏବଂ ବ୍ରିଟେନରେ ରହିଛି। ହେଲେ ଉକ୍ତ ଦେଶଗୁଡିକ ତୁଳନାରେ ଆମେରିକାରେ ଅଧିକ କରୋନା ପଜିଟିଭ ରହିଛି। ଏହି ଦାବି ପରେ ବୋଷ୍ଟନ ଉତ୍ତର ପୂର୍ବ ବିଶ୍ୱବିଦ୍ୟାଳୟର ଜଣେ ବିଶେଷଜ୍ଞ ଜେମ୍ସ ହେଥର ଏହା ସବୁଠାରୁ ବେକାର ରିପୋର୍ଟ ବୋଲି ଟୁଇଟ୍‌ କରିଛନ୍ତି। ଅନ୍ୟ ବୈଜ୍ଞାନିକମାନେ ଏହି ରିପୋର୍ଟକୁ ଟାର୍ଗେଟ କରିବା ପରେ ୨୪ ଜୁଲାଇରେ ଅନ୍ୟ ଏକ ଆର୍ଟିକିଲ ମାଧ୍ୟମରେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଜଣାପଡ଼ିଛି।

Share