ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର ସ୍ଥୂଳତା ପ୍ରାୟ ୪୦% ନାରୀ ଓ ୧୨% ପୁରୁଷଙ୍କୁ ପ୍ରଭାବିତ କରୁଛି, ଯାହା ମଧୁମେହ/ ଡାଇବେଟିସ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ, ନିଦ୍ରା ସମସ୍ୟା (ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ/ ଅତ୍ୟଧିକ ଶୟନକାଳୀନ ଘୁଙ୍ଗୁଡ଼ି) ଓ ଗଣ୍ଠି ସମସ୍ୟା ଆଦି ବଢ଼ାଇଦିଏ। ପୂର୍ବରୁ ମେଦବହୁଳତା/ ସ୍ଥୂଳକାୟତାର ଚିକିତ୍ସା ପାଇଁ ଭାରତରେ କେବଳ ଜୀବନଶୈଳୀର ପରିବର୍ତ୍ତନ ଓ ଅର୍ଲିଷ୍ଟାଟ ପରି ପୁରୁଣା ଔଷଧ ବ୍ୟବହୃତ ହେଉଥିଲା, ଯାହାର ଫଳାଫଳ ଏତେ ଉତ୍ସାହଜନକ ନ ଥିଲା । ମାର୍ଚ୍ଚ ୨୦୨୫ରେ ଭାରତରେ ମୋଞ୍ଜାରୋ (ଟିରଜେପାଟାଇଡ)ର ଆଗମନ ସହିତ ଏହିପରି ଦୃଶ୍ୟ ବଦଳୁଛି। ମୋଞ୍ଜାରୋ ସପ୍ତାହକୁ ଥରେ ଚର୍ମତଳେ ଏକ ଇଞ୍ଜେକ୍ସନ ରୂପେ ଦିଆଯାଇଥାଏ। ଅଧିକତମ ୨୨% ଓଜନ କମାଇପାରିବା କ୍ଷମତାଯୁକ୍ତ ଏହି ଜଣାଶୁଣା ଔଷଧକୁ କୋଭିଡ-୧୯ ଟିକା ପରେ ସବୁଠାରୁ ଅଧିକ ଆଲୋଚିତ ଚିକିତ୍ସାଗତ ବିକାଶ ଭାବରେ ପରିଗଣିତ କରାଯାଉଛି। ଏହାକୁ ମେ ୨୦୨୨ରେ ୟୁ.ଏସ୍‌. ଏଫ୍‌ଡିଏ ଦ୍ୱାରା ଟାଇପ ୨ ଡାଇବେଟିସ ପାଇଁ ଏବଂ ନଭେମ୍ବର ୨୦୨୩ରେ ମେଦବହୁଳ ଲୋକଙ୍କଠାରେ ଦୀର୍ଘକାଳୀନ ଓଜନ ପରିଚାଳନା ପାଇଁ ଅନୁମୋଦନ ମିଳିଥିଲା।
ଭାରତରେ କାହିଁକି ବିଳମ୍ବରେ ଉପଲବ୍ଧ ହେଲା?
ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି, ବିଶ୍ୱସ୍ତରୀୟ ଆପୂର୍ତ୍ତି ଅଭାବ ଓ ବିକାଶଶୀଳ ବଜାରକୁ ପ୍ରାଥମିକତା ଦେବାରେ ଉତ୍ପାଦକ ନିୟୋଜିତ ହେଉଥିଲେ। ଏହାସହିତ ଭାରତୀୟ ଚିକିତ୍ସା ଅନୁଗାମୀଙ୍କ ପାଇଁ ଏହାକୁ ଶସ୍ତା ଓ ପହଞ୍ଚଯୋଗ୍ୟ କରିବା ଚେଷ୍ଟା ଜାରି ରହିଥିଲା। ତେଣୁ ଏହା ଭାରତରେ ବିଳମ୍ବରେ ଉପଲବ୍ଧ ହେଲା।
GLP-1 ଓ GIP ଉଭୟ ଟିରିସେପ୍ଟର ଉପରେ କାର୍ଯ୍ୟ କରୁଥିବା ଏହି ଦ୍ୱୈତ-କ୍ରିୟା ପ୍ରଣାଳୀ ବିଶିଷ୍ଟ ଟିରଜେପାଟାଇକୁ 1. ଲିରାଗ୍ଲୁଟାଇଡ/ବଜାରନାମ- ସାକସେଣ୍ଡା ଓ 2. ସେମାଗ୍ଲୁଟାଇଡ/ ବଜାରନାମ- ଓଜେମ୍ପିକ/ ୱେଗୋଭି ପରି ଔଷଧଠାରୁ ଅଗ୍ରଣୀରୂପେ ବିବେଚିତ କରାଯାଏ, ଯାହା ଦୁଇଟିକି କେବଳ GLP-1 ରିସେପ୍ଟର ଉପରେ କାର୍ଯ୍ୟ କରିଥାନ୍ତି। ଏହା ମସ୍ତିଷ୍କର ହାଇପୋଥାଲାମସ ଉପରେ କାର୍ଯ୍ୟକରି ଭୋକ କମାଏ ତଥା ତୃପ୍ତତାକୁ ବୃଦ୍ଧି କରିଥାଏ। ପେଟରୁ ଖାଦ୍ୟ ଖାଲି କରିବାର ଗତିକୁ ଧୀର କରି ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣତା ଅନୁଭବ କରାଏ। ଚର୍ବି ସଞ୍ଚୟ କମାଏ, ଲାଇପୋଲାଇସିସ୍‌ (ଚର୍ବି ଭାଙ୍ଗିବା ପ୍ରକ୍ରିୟା)କୁ ପ୍ରେରିତ କରିଥାଏ। ଉଚ୍ଚ କ୍ୟାଲୋରି ଓ ଚର୍ବିଯୁକ୍ତ ଖାଦ୍ୟ ପ୍ରତି ଇଚ୍ଛା କମାଇଥାଏ।
ଓଜନ ହ୍ରାସ କରୁଥିବା ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହେଉଥିବା ପୁରୁଣା ଔଷଧ ସାଧାରଣତଃ ୫-୮% ଓଜନ କମାଇଥାଏ, ଯେଉଁଥିରେ ସେମାଗ୍ଲୁଟାଇଡ(ଓଜେମ୍ପିକ/ୱେଗୋଭି) ପ୍ରାୟ ୧୫% ଓଜନ କମାଏ। କିନ୍ତୁ ଟିରଜେପାଟାଇଡ ୨୨% ପର୍ଯ୍ୟନ୍ତ ଓଜନ କ୍ଷୟ କରିପାରେ, ଯାହା ବାରିଆଟ୍ରିକ୍ସର୍ଜରୀ (ଓଜନ କ୍ଷୟକାରକ ଶଲ୍ୟ ଚିକିତ୍ସା) ସହିତ ତୁଳନୀୟ।
ବୈଜ୍ଞାନିକ ନିଷ୍କର୍ଷର ଚମତ୍କାରୀ ଫଳାଫଳ ସାମ୍ନାକୁ ଆସିଛି। SURMOUNT ପରୀକ୍ଷଣ ଅନୁଯାୟୀ ୭୨ ସପ୍ତାହ ପରେ, ମେଦବହୁଳ ରୋଗୀଙ୍କଠାରେ: ସାପ୍ତାହିକ ୫ ଏମ୍‌ଜି ଡୋଜରେ: ୧୫% ଓଜନ କମିଛି,ସାପ୍ତାହିକ ୧୦ ଏମ୍‌ଜି: ୧୯.୫%, ସାପ୍ତାହିକ ୧୫ ଏମ୍‌ଜି: ୨୦.୯% ଏବଂ ପ୍ଲାସେବୋ (କେବଳ ଖାଦ୍ୟପେୟ ନିୟନ୍ତ୍ରଣ ଏବଂ ଜୀବନଶୈଳୀ ପରିବର୍ତ୍ତନ): ୩.୧% ମାତ୍ର ଓଜନ କମିଛି।
କେବଳ ଓଜନ ହ୍ରାସ ନୁହେଁ ଆହୁରି ରହିଛି ବହୁବିଧ ଉପାଦେୟତା। SURPASS ନାମକ ବୈଜ୍ଞାନିକ ନିଷ୍କର୍ଷ ଅନୁଯାୟୀ, ଏହା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ୪୦-୫୨ ସପ୍ତାହ ମଧ୍ୟରେ, HbA1C (ବିଗତ ୩ ମାସର ହାରାହାରି ରକ୍ତଶର୍କରାର ସୂଚକ)ର ମାତ୍ରା ୧.୫-୨.୪% କମାଇଥାଏ। ଏହା ହୃଦ୍‌ ଓ ଯକୃତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକୃତ। ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ (ରାତି ସମୟରେ ଘୁଙ୍ଗୁଡ଼ି ମାରିବା, ଅତ୍ୟଧିକ ଦିନରେ ନିଦ୍ରା ଏବଂ ଆଳସ୍ୟ ସହିତ ଜଡିତ ଏକ ଅବସ୍ଥା) ରେ ମଧ୍ୟ ଏହି ଔଷଧ ଆମୋଦିତ। ଡିସେମ୍ବର ୨୦୨୪ ରେ USFDA ଦ୍ୱାରା ଏହି ଅବସ୍ଥାର ଚିକିତ୍ସା ପାଇଁ, ଟିରଜେପାଟାଇଡ ହେଉଛି ମାନ୍ୟତା ଲାଭ କରିଥିବା ପ୍ରଥମ ଏବଂ ଏକମାତ୍ର ଔଷଧ। ଭାରତରେ ଏହି ଔଷଧ ଭାୟାଲ (ଶିଶି/ ବୋତଲ) ଆକାରରେ ବିକ୍ରିହୁଏ, ଯାହା ଆମେରିକାରେ ବିକ୍ରି ହେଉଥିବା ପେନଠାରୁ ୮୦% ଶସ୍ତା।
ସାଧାରଣତଃ କେତେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥାଏ, ଯଥା ବାନ୍ତି ଅନୁଭୂତି (୩୧%), ପତଳାଝାଡ଼ା (୨୩%) ଏବଂ କୋଷ୍ଠକାଠିନ୍ୟ (୧୭%)। ଏହା ସାଧାରଣତଃ ମୃଦୁ ଧରଣର ଓ ସମୟ ସହିତ ସମାଧାନ ହୁଏ। କେବଳ ୪୭% ଲୋକଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ଚିକିତ୍ସା ବନ୍ଦ କରାଯାଇଥିଲା। ଏହି ପ୍ରଭାବଗୁଡ଼ିକୁ କମ୍‌ କରିବା ପାଇଁ ସାଧାରଣତଃ କମ୍‌ ଡୋଜ ସହିତ ଚିକିତ୍ସା ଆରମ୍ଭ କରାଯାଏ ଏବଂ କ୍ରମଶଃ ଡୋଜ ବୃଦ୍ଧି କରାଯାଏ – ଶରୀରକୁ ସଜାଡ଼ିବା ପାଇଁ ସମୟ ଦିଆଯାଏ
ମେଡୁଲାରି ଥାଇରଏଡ କ୍ୟାନସର ଓ ଅଗ୍ନ୍ୟାଶୟ ସମସ୍ୟା ଥିବା ଲୋକଙ୍କୁଏହି ଔଷଧ ଅନୁଶଂସିତ ନୁହେଁ। ଅତ୍ୟଧିକ ଏବଂ ଦ୍ରୁତଗତିରେ ଓଜନ ହ୍ରାସ ଦ୍ୱାରା ଗଲବ୍ଲାଡର(ପିତ୍ତକୋଷ)ସମସ୍ୟା ବଢ଼ିପାରେ। ଏହି ଟ୍ରାୟାଲ ମଧ୍ୟରେ ପ୍ରାୟ ୦.୬% ଲୋକଙ୍କୁ ଏହି ଅସୁବିଧା ଦେଖାଯାଇଛି।
୨୦୨୪ର ଏକ ଅଧ୍ୟୟନ ଦେଖାଇଛି ଯେ, ଯେଉଁ ଲୋକେ ଔଷଧ ବନ୍ଦ କରିଥିଲେ ସେମାନେ ୧ ବର୍ଷ ମଧ୍ୟରେ ହାରାଇଥିବା ଓଜନର ୧୪% ପୁନଃ ବୃଦ୍ଧି ହୋଇଥିଲା। ଯେଉଁମାନେ ଚାଲୁ ରଖିଥିଲେ, ସେମାନେ ଅତିରିକ୍ତ ୫.୫% ଓଜନ କମାଇଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅସମାହିତ ପ୍ରଶ୍ନ ଉଠାଏ: ରୋଗୀମାନେ କେତେ ସମୟ ଔଷଧ ସେବନ କରିବା ଉଚିତ?
ଯଦିଓ ଦୀର୍ଘକାଳୀନ ଚିକିତ୍ସା ଉପରେ ଅଧ୍ୟୟନ ଚାଲୁଛି, ବର୍ତ୍ତମାନ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁଯାୟୀ, କେବଳ ଖାଦ୍ୟ ଏବଂ ବ୍ୟାୟାମ ଦ୍ୱାରା ଲାଭାନ୍ବିତ ନ ହୋଇପାରିଥିବା ଲୋକମାନଙ୍କ କ୍ଷେତ୍ରରେ ଏହି ଔଷଧ ହେଉଛି ଏକ ପ୍ରଭାବଶାଳୀ ବିକଳ୍ପ। ଏହା ମେଦବହୁଳତା ଓ ଏହାସହିତ ସଂପୃକ୍ତ ରୋଗ ସହିତ ଲଢ଼ିବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଗ୍ରଗତି। ସମସ୍ତ ନୂଆ ଚିକିତ୍ସା ପରି ଏଥିରେ ମଧ୍ୟ ନିରନ୍ତର ଅନୁସନ୍ଧାନ ଓ ନିରୀକ୍ଷଣ ଆବଶ୍ୟକ।
ମଧୁମେହ, ଥାଇରଏଡ, ମେଦବହୁଳତା ଏବଂ ହର୍ମୋନ ରୋଗ ବିଶେଷଜ୍ଞ,
ସ୍ବାସ୍ଥ୍ୟସଦନ, ବ୍ରହ୍ମପୁର
ମୋ: ୭୭୪୯୮୦୪୪୦୧


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri