ବିଜ୍ଞାନ ଭାବନା

ଇଂରେଜ ପଦାର୍ଥ ବିଜ୍ଞାନୀ ଜନ୍‌ ଜିମ୍ୟାନ୍‌ କହିଥିଲେ,‘ବିଜ୍ଞାନ ହେଉଛି ସାମାଜିକ।’ ତେଣୁ ସମାଜ ବା ଜନସାଧାରଣଙ୍କ ସହ ବିଜ୍ଞାନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ବୈଜ୍ଞାନିକ ଆବିଷ୍କାର-ଉଦ୍ଭାବନାରେ କେବଳ ବୈଜ୍ଞାନିକମାନଙ୍କର ସ୍ବାର୍ଥ ନିହିତ ନ ଥାଏ। ଏହା ହେଉଛି ସମସ୍ତଙ୍କର ଅଧିକାରଭୁକ୍ତ। ସେଥିପାଇଁ କୁହାଯାଇଛି, ‘ବିଜ୍ଞାନ ସମସ୍ତଙ୍କର, ସମସ୍ତଙ୍କ ଦ୍ୱାରା ଓ ସମସ୍ତଙ୍କ ପାଇଁ।’ ଭାରତୀୟ ରସାୟନ ବିଜ୍ଞାନୀ ଡକ୍ଟର ଆତ୍ମାରାମ ଯଥାର୍ଥରେ କହିଥିଲେ,”କଳକାରଖାନାର ଶ୍ରମିକ, କୃଷିକ୍ଷେତ୍ରରେ କୃଷକ ଏବଂ ପ୍ରତ୍ୟେକ ପରିବାର ପ୍ରତ୍ୟେକ ସଦସ୍ୟଙ୍କ ନିକଟରେ ବିଜ୍ଞାନ-ଜ୍ଞାନକୁ ପହଞ୍ଚେଇବା ବିଜ୍ଞାନୀମାନଙ୍କର କର୍ତ୍ତବ୍ୟ।“
ଲୋକ ବିଜ୍ଞାନୀ ହେବେ ନାହିଁ କି ହୋଇପାରିବେନି ମଧ୍ୟ। କିନ୍ତୁ ସବୁ ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ବୈଜ୍ଞାନିକ ମନୋଭାବ ପୋଷଣ କରିବା ଅପରିହାର୍ଯ୍ୟ। ପ୍ରତ୍ୟେକ ବିଷୟ ଓ ଘଟଣାକୁ ବିଜ୍ଞାନର ଆଖିରେ ଦେଖିବା ଏବଂ ଯୁକ୍ତିର ଦୃଷ୍ଟିକୋଣ ନେଇ ବିଚାର କରିବା ହିଁ ବୈଜ୍ଞାନିକ ମନୋଭାବର ଲକ୍ଷଣ। ବୈଜ୍ଞାନିକ ମନୋଭାବ ପୋଷଣ କଲେ ହିଁ ଜନସାଧାରଣଙ୍କ ଚେତନାରେ ଏକ ମୌଳିକ ପରିବର୍ତ୍ତନ ସମ୍ଭବ ହୋଇପାରିବ। ବିଜ୍ଞାନ ଯେତେବେଳେ ଜନସାଧାରଣଙ୍କ ଜୀବନ ସହ ଅଙ୍ଗାଙ୍ଗୀଭାବେ ସଂପୃକ୍ତ ହୋଇପାରିବ, ସେତେବେଳେ ହିଁ ତାହା ଲାଭ କରିପାରିବ ସାର୍ଥକତା। ଅନେକ ବିଜ୍ଞାନୀ ତଥା ବୁଦ୍ଧିଜୀବୀଙ୍କ ବିଚାରରେ ବୈଜ୍ଞାନିକ ମନୋବୃତ୍ତି ହେଉଛି ବିଜ୍ଞାନର ସର୍ବଶ୍ରେଷ୍ଠ ଆବିଷ୍କାର।
ଆପଣମାନଙ୍କ ମଧ୍ୟରୁ କେହି କେହି ‘ସିଟିଜେନ୍‌ ସାଇନ୍ସ’ ବିଷୟରେ ଶୁଣିଥାଇ ପାରନ୍ତି କି ପଢ଼ିଥାଇ ପାରନ୍ତି ମଧ୍ୟ। ଏହାକୁ ଆମେ ‘ନାଗରିକ ବିଜ୍ଞାନ’ ବୋଲି କହିପାରିବା। ନାଗରିକ ବିଜ୍ଞାନକୁ ମଧ୍ୟ ‘ଗୋଷ୍ଠୀ ବିଜ୍ଞାନ’ ବା ‘ଜନ ବିଜ୍ଞାନ’ ବୋଲି କୁହାଯାଉଛି। ଏହାର ଅର୍ଥ ହେଲା ବୈଜ୍ଞାନିକ ଗବେଷଣାରେ ଜନସାଧାରଣଙ୍କର ସକ୍ରିୟ ସଂପୃକ୍ତି ଏବଂ ସହଯୋଗ। ଏହା ସାକାର ହୋଇପାରିଲେ ଜନସାଧାରଣ ମଧ୍ୟ ବିଜ୍ଞାନ ଜ୍ଞାନକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇପାରିବେ। ନିଜେ ବି କରିପାରିବେ ବୈଜ୍ଞାନିକ ଆବିଷ୍କାର। ଫଳରେ ବିଜ୍ଞାନ ଚର୍ଚ୍ଚା ଆଉ କେବଳ ବୈଜ୍ଞାନିକମାନଙ୍କ ମଧ୍ୟରେ ସୀମିତ ରହିପାରିବନି।
ଜନସାଧାରଣଙ୍କୁ ବିଜ୍ଞାନ ବିଦ୍ୱେଷୀ କରାଇବାରେ ବିଜ୍ଞାନୀମାନେ ହିଁ ପ୍ରଧାନତଃ ଦାୟୀ। ବୈଜ୍ଞାନିକମାନଙ୍କ ବିଜ୍ଞାନ ସମ୍ପର୍କିତ ଲେଖାଗୁଡ଼ିକରେ ବୈଜ୍ଞାନିକ ପରିଭାଷା ସମ୍ବଳିତ କ୍ଳିଷ୍ଟ ଶବ୍ଦଗୁଡ଼ିକର ବ୍ୟବହାର ଯୋଗୁ ସେଭଳି ଲେଖାମାନ ପାଠମାନଙ୍କ ବିତୃଷ୍ଣାର କାରଣ ହୋଇପଡ଼ୁଛି। ପୁଣି ବିଜ୍ଞାନୀମାନଙ୍କଠାରେ ଅଣବିଜ୍ଞାନୀ ଜନସାଧାରଣଙ୍କ ବିଜ୍ଞାନ ଜ୍ଞାନ ପରଖିବାରେ ପ୍ରବୃତ୍ତି ଯୋଗୁ ଜନସାଧାରଣ ବିଜ୍ଞାନ ପ୍ରତି ବୀତସ୍ପୃହ ହୋଇପଡ଼ୁଛନ୍ତି। ବିଜ୍ଞାନ ନାଁରେ ଜନସାଧାରଣଙ୍କ ପାରମ୍ପରିକ ବହୁ ଧାରଣାରେ ବିରୋଧ କରିବା ମଧ୍ୟ ଜନସାଧାରଣଙ୍କୁ ବିଜ୍ଞାନୀ-ବିରାଗୀ କରାଇବାରେ ଅନ୍ୟତମ ପ୍ରମୁଖ କାରଣ। ସେମାନଙ୍କ ସାମାଜିକ ପ୍ରଥା, ରୀତିନୀତି ଓ ଚଳଣିଗୁଡ଼ିକୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ବୋଲି କହି ସମାଲୋଚନା କରିବା ଯୋଗୁ ମଧ୍ୟ ଜନସାଧାରଣ ବିଜ୍ଞାନ ପ୍ରତି ବିଦ୍ରୋହୀ ହୋଇ ପଡ଼ୁଛନ୍ତି।
ବିଜ୍ଞାନ ହିଁ ଅସମ୍ଭବକୁ ସମ୍ଭବ କରାଇପାରିଛି। ମଣିଷକୁ ମର୍ତ୍ତ୍ୟରୁ ନେଇ ପହଞ୍ଚେଇ ଦେଇଛି ମହାକାଶରେ। ମେଶିନ୍‌ଦ୍ୱାରା ନିଜର ଅଧିକାଂଶ କାମ କରାଇ ନେଇପାରୁଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପରିବେଶ ଆଦି ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ଅବଦାନ ଅନସ୍ବୀକାର୍ଯ୍ୟ। ବିଜ୍ଞାନକୁ ଉନ୍ନତି ପଥରେ ଅଗ୍ରସର କରାଇବାରେ ହିଁ ସେହି ବିଜ୍ଞାନ ଦାୟୀ। ତେଣୁ ବିଜ୍ଞାନର ଅସୁମାରି ଜ୍ଞାନ ଓ ତଥ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚେଇବା ପାଇଁ ବିଜ୍ଞାନୀମାନେ ହିଁ ଦୃଢ଼ ତଥା ସକ୍ରିୟ ପଦକ୍ଷେପ ନେବା ସ୍ପୃହଣୀୟ। ତେବେ ବିଜ୍ଞାନ ସମ୍ପର୍କିତ ସେମାନଙ୍କ ଯେ କୌଣସି ପ୍ରକାରର ଉପସ୍ଥାପନା ହେବ ସରଳ, ସଂକ୍ଷିପ୍ତ, ଗ୍ରହଣୀୟ ଓ ଆକର୍ଷଣୀୟ। ତାହା ପୁଣି ହୋଇଥିବ କୌତୂହଳ ଉଦ୍ରେକକାରୀ। ତାହା ହିତକର ହୋଇ ନ ପାରିଲେ ଜନସାଧାରଣ ସେଥିପ୍ରତି ଆଗ୍ରହୀ ହେବେ ଅବା କାହିଁକି?
ବୈଜ୍ଞାନିକ ଗବେଷଣା ପରିପ୍ରେକ୍ଷୀରେ ଦେଖିଲେ ପୃଥିବୀରେ ଭାରତର ସ୍ଥାନ ଦଶମ। ଏପରିକି କେତେକ ନିର୍ର୍ଦ୍ଦିିଷ୍ଟ ଶାଖାରେ ଭାରତର ସ୍ଥାନ ଆହୁରି ଉଚ୍ଚରେ। ମହାକାଶ ଗବେଷଣା କ୍ଷେତ୍ରରେ ପୃଥିବୀର ପ୍ରଥମ ଛଅଟି ରାଷ୍ଟ୍ର ମଧ୍ୟରେ ଭାରତ ରହିଛି। ଭାରତ ୧୩୦କୋଟି ଲୋକଙ୍କ ଆଶା ଆକାଂକ୍ଷା ଓ ସ୍ବପ୍ନକୁ ଉପେକ୍ଷା କରିପାରିବନି। କିନ୍ତୁ ଏହାକୁ କେବଳ ବିଜ୍ଞାନ ହିଁ ଚରିତାର୍ଥ କରିପାରିବ। ବିଜ୍ଞାନ ଜନସାଧାରଣଙ୍କ ଉନ୍ନତି କଳ୍ପେ ଅଭିପ୍ରେତ ହୋଇଥିବାରୁ ବିଜ୍ଞାନକୁ ପୁରାଣ, ଧର୍ମଶାସ୍ତ୍ର ଓ ପାରମ୍ପରିକ ବିଶ୍ୱାସର ପ୍ରିଜମ୍‌ ସାହାଯ୍ୟରେ ଅବଲୋକନ କରିବା ନିଶ୍ଚିତ ଭାବରେ ଏକ ବିଚାର ବିଭ୍ରାଟ। ମାତ୍ର ବିଗତ କିଛି ବର୍ଷ ଭିତରେ ପ୍ରମାଣକୁ ଉପେକ୍ଷା କରି ପୁରାଣ, ଧର୍ମବାସ୍ତୁ ଓ ବିଶ୍ୱାସ ଭିତ୍ତିରେ ବିଜ୍ଞାନର ଉପସ୍ଥାପନ କରିବାର ପ୍ରବଣତା କେତେକ ବୈଜ୍ଞାନିକଙ୍କଠାରେ ପରିଲକ୍ଷିତ ହେଉଛି। କତିପୟ ବୈଜ୍ଞାନିକ ବିଜ୍ଞାନର ମୌଳିକ ନୀତି- ପ୍ରମାଣ ସାପେକ୍ଷତା ଏବଂ ସିଦ୍ଧାନ୍ତ ସାପେକ୍ଷତାର ଅବମାନନା କରି ଏପରି ସବୁ ମନ୍ତବ୍ୟ ଦେଇଚାଲିଛନ୍ତି। ତାହା ଯେତିକି ଚିନ୍ତାଜନକ, ସେତିକି ଲଜ୍ଜାଜନକ ମଧ୍ୟ। ସେମାନଙ୍କ ଉକ୍ତି ବୈଜ୍ଞାନିକ ମନୋବୃତ୍ତି ପୃଷ୍ଠପୋଷକତା କରିବାରେ ଶୋଚନୀୟ ଭାବରେ ବିଫଳ।

ଡା. ନିତ୍ୟାନନ୍ଦ ସ୍ବାଇଁ

– ‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ- ୧୪
ମୋ- ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri