ବିଜ୍ଞାନ ଓ ସାମ୍ବାଦିକତା

ସାରା ବିଶ୍ୱରେ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି ଅସଂଖ୍ୟ ଘଟଣା। କିନ୍ତୁ ସବୁ ଘଟଣା ଖବର ଭାବରେ ଗୁରୁତ୍ୱ ପାଇନଥାଏ। ଯେଉଁ ଘଟଣାଟି ଗୁରୁତ୍ୱ ପାଇଥାଏ, ସେହି ଘଟଣାଟି ହୋଇପଡ଼େ ଏକ ‘ଖବର’। ମାତ୍ର ଘଟଣାଗୁଡ଼ିକ ମଧ୍ୟରୁ କେଉଁ ଘଟଣାଟିକୁ ଗୁରୁତ୍ୱ ଦିଆଯିବ ଓ କେଉଁ ଘଟଣାକୁ ଗୁରୁତ୍ୱ ଦିଆଯିବନି, ତାହା ଚୟନ କରିଥାଆନ୍ତି ସାମ୍ବାଦିକ। ମାତ୍ର ଏହି ଚୟନ ଯଦୃଚ୍ଛା ନୁହେଁ। ଏହାର ରହିଛି ନିର୍ଦ୍ଦିଷ୍ଟ ମାପକାଠି। ପ୍ରଥମତଃ ସାମ୍ବାଦିକ ଜଣକ ତାଙ୍କ ନିର୍ଦ୍ଦିଷ୍ଟ ଖବର ସରବରାହ ସଂସ୍ଥାର ନୀତିକୁ ଉପେକ୍ଷା କରିବାର ପ୍ରଶ୍ନ ହିଁ ଉଠେନି କି ତାହା ଆଦୌ କାମ୍ୟ ନୁହେଁ ମଧ୍ୟ। ଦ୍ୱିତୀୟତଃ ସାମ୍ବାଦିକତାର ନୀତି-ନୈତିକତା ସାମାଜିକ ଦାୟ-ଦାୟିତ୍ୱକୁ ମନ ଓ ଚିନ୍ତାରେ ରଖି ଖବର ଚୟନ କରିବା ମଧ୍ୟ ସାମ୍ବାଦିକଙ୍କ ପକ୍ଷେ ବାଞ୍ଛନୀୟ।
ସତତ ସମ୍ବାଦସନ୍ଧାନୀ। ତେଣୁ ସାମ୍ବାଦିକଙ୍କୁ ଜାଣିବା ପାଇଁ ପଡ଼େ ଖବରର ଉତ୍ସ। ହେଲେ ଖବରର ଉତ୍ସ କ’ଣ? ଏହାର ଉତ୍ସ ମଣିଷର କାର୍ଯ୍ୟକଳାପରେ, ମଣିଷର ସତ୍ୟସନ୍ଧାନରେ, ମଣିଷ ସଂଗ୍ରାମରେ। କହିବାକୁ ଗଲେ ମଣିଷ ହିଁ ସମସ୍ତ ଖବରର ମୂଳ ଉପାଦାନ। ମଣିଷକୁ ବାଦ୍‌ ଦେଲେ ଖବର ସମ୍ଭବ ନୁହେଁ। ଆଦିମାନବ ହିଁ ଥିଲା ପୃଥିବୀର ପ୍ରଥମ ସାମ୍ବାଦିକ। ଯେଉଁ ଆଦିମାନବଟି ସର୍ବପ୍ରଥମେ ଅଗ୍ନିର ସନ୍ଧାନ ପାଇଥିଲା। ସେ ତୁରନ୍ତ ତାହା ଜଣାଇ ଦେଇଥିଲା ତା’ର ପାଖ ଲୋକଟିକୁ। ଫଳରେ ସେହି ମୁହୂର୍ତ୍ତରେ ହିଁ ଜନ୍ମନେଲା ପୃଥିବୀର ପ୍ରଥମ ଖବର। ସେହିଦିନଠାରୁ ସଭ୍ୟତାର ସୁଦୀର୍ଘ ପଥ ଅତିକ୍ରମ କରି ଖବର ତା’ର ଜୟଯାତ୍ରା ଅବ୍ୟାହତ ରଖିଆସିଛି। ଖବରର ବିବର୍ତ୍ତନ ଘଟିଛି। ଏହାର ସଂଜ୍ଞା ନିର୍ଦ୍ଧାରିତ ହୋଇଛି। ସେଥିପାଇଁ ଆଜି ଆମ ମନରେ ରହିଛି ଖବର ମାନେ ସତ୍ୟର ଖୋଜଖବର। ଖବରମାନେ ମଣିଷର କଲ୍ୟାଣସାଧନ ପାଇଁ ଉଦ୍ୟମ।
ପ୍ରଶ୍ନଉଠେ, ମଣିଷକୁ କେନ୍ଦ୍ର ନ କରି ଖବର ସମ୍ଭବ କି? ନା ସମ୍ଭବ ନୁହେଁ। ପ୍ରତ୍ୟେକ ଖବରରେ ମଣିଷ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ। ବିଜ୍ଞାନ ହେଲା ଜଗତ ଓ ଜୀବନର ରହସ୍ୟ ଜାଣିବା ପାଇଁ ପରୀକ୍ଷା ଓ ପର୍ଯ୍ୟବେକ୍ଷଣର ଅନୁଶୀଳନ ଓ ଏହା ସମସ୍ୟା ସମାଧାନର ଏକ ବିଶେଷଜ୍ଞାନ। ଏହି ଅର୍ଥରେ ବିଜ୍ଞାନ ମୂଳ ଲକ୍ଷ୍ୟ ମାନବକଲ୍ୟାଣ। ଆଦିମାନବ କ୍ଷେତ୍ରରେ ନିଆଁ ଜଳେଇ ପାରିବାର ସଫଳତା ଥିଲା ବିଜ୍ଞାନର ଏକ ଅଚେତନ ପ୍ରୟାସ। କିନ୍ତୁ ଏହି ପ୍ରୟାସ ଯେତେବେଳେ ଆହୁରି ଅନେକ ପ୍ରୟାସକୁ ସଫଳ କରି ତୋଳିଲା, ସେତେବେଳେ ତାହା ହୋଇ ଉଠିଲା ବିଜ୍ଞାନ। କିନ୍ତୁ ନିଆଁ ପ୍ରଜ୍ୱଳିତ ହେବାର ପଶ୍ଚାତ୍‌ରେ ରହିଥିବା କାରଣଟା ଜାଣିନେବା ପରେ ଏହି ସଫଳ ପ୍ରୟାସର କାହାଣୀ ହୋଇଉଠିଲା ଏକ ବିଜ୍ଞାନ ଖବର। ସଭ୍ୟତାର ଆଦିକାଳରୁ ବିଜ୍ଞାନ ଓ ଖବର ଏହିପରି ଭାବରେ ହାତ ଧରାଧରି ହୋଇ ଆଗେଇ ଚାଲିଛନ୍ତି।
ପ୍ରଶ୍ନ ଉଠେ, ବିଜ୍ଞାନ ଓ ଖବର ମଧ୍ୟରେ ମେଳ କେଉଁଠି? ବିଜ୍ଞାନ ହେଲା ସତ୍ୟନିଷ୍ଠ। ପ୍ରଶ୍ନହୀନ ଅନୁଗତ୍ୟ ଏବଂ କୁସଂସ୍କାର ଅନ୍ଧବିଶ୍ୱାସ ଓ ମିଥ୍ୟାଚାର ବିରୋଧରେ ଆପୋସହୀନ ସଂଗ୍ରାମ ଚଳେଇ ବିଜ୍ଞାନ ନିଜକୁ ପ୍ରତିଷ୍ଠିତ କରିଥାଏ। ଖବର ମଧ୍ୟ ସତ୍ୟନିଷ୍ଠ, ଗୁଜବ, ଗୋପନୀୟତା ତଥା କୌଣସି ବିଷୟକୁ ପ୍ରକାଶ ନ କରି ଚାପି ରଖିବା ଭଳି ଘଟଣା ଗୁଡ଼ିକ ବିରୋଧରେ କ୍ରମାଗତ ଲଢ଼େଇ ଚଳେଇ ଖବର ମଧ୍ୟ ଗଢ଼ିତୋଳେ ନିଜ ସତ୍ୟର ଭିତ୍ତି। ବିଜ୍ଞାନର ଭିତ୍ତି ବାସ୍ତବ ଜ୍ଞାନ; ପାର୍ଥିିବ ଓ ପ୍ରାକୃତିକ ଜ୍ଞାନ। ଅନୁରୂପ ଭାବେ ଖବର ମଧ୍ୟ ବସ୍ତୁନିଷ୍ଠ। ବସ୍ତୁନିଷ୍ଠତା ବିନା ସତ୍ୟ ଖବର ସମ୍ଭବ ନୁହେଁ। ବିଜ୍ଞାନ ଯଥାର୍ଥ ସତ୍ୟ ଓ ତତ୍ତ୍ୱ ଉପରେ ନିର୍ଭରଶୀଳ।
ବିଜ୍ଞାନର ରହିଛି ଦୁଇଟି ଦିଗ-ଗୋଟିଏ ତଥ୍ୟ ଓ ତତ୍ତ୍ୱର ଦିଗ ଏବଂ ଅନ୍ୟଟି ବିଜ୍ଞାନର ଦର୍ଶନଜାତ ବିଜ୍ଞାନମନସ୍କତାର ଦିଗ। ଦୁଇଟି ପ୍ରଧାନ ଚରିତ୍ର ମଧ୍ୟ ରହିଛି ସାମ୍ବାଦିକତାର। ଏକ ଖବର ଯୋଗାଣମୂଳକ ଏବଂ ଦୁଇ -ସର୍ଜନଶୀଳ। ବିଜ୍ଞାନର ତଥ୍ୟ ଓ ତତ୍ତ୍ୱର ଦିଗଟା ଉପଲବ୍ଧ ହୋଇଥାଏ ଆନୁଷ୍ଠାନିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରୁ। କିନ୍ତୁ ବିଜ୍ଞାନର ଦର୍ଶନଜାତ ବିଜ୍ଞାନ ମନସ୍କତାର ଶିକ୍ଷା ଉପଲବ୍ଧ ହୋଇଥାଏ ବ୍ୟକ୍ତିଗତ ଅନୁଶୀଳନ ଏବଂ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବିଜ୍ଞାନ ସଂଗଠନ ଗୁଡ଼ିକରୁ। ସେହିପରି ସାଂପ୍ରତିକ ଓ ନିକଟ ଅତୀତର ଘଟଣାର ସମ୍ବାଦ ପେସ କରିବା ସାମ୍ବାଦିକତାର ଗୋଟିଏ ଦିଗ। କିନ୍ତୁ ସାମ୍ବାଦିକର ମୌଳମିକ ଲକ୍ଷ୍ୟ ବିଜ୍ଞାନନିଷ୍ଠ ଚିନ୍ତାର ଆଲୋକରେ ପାଠକର ମନ-ମନନ-ମାନସିକତାର ଗଠନ। ଏହା ହିଁ ସର୍ଜନଶୀଳ ସାମ୍ବାଦିକତା।
ତେବେ ପ୍ରତ୍ୟେକ ଘଟଣାର ସମ୍ବାଦ ପରିବେଷଣରେ ସାମ୍ବାଦିକଙ୍କୁ ଉପରୋକ୍ତ ‘କିଏ’, ‘କଅଣ’, ‘କାହିଁକି’, ‘କିପରି’, ‘କେତେବେଳେ’ ଓ ‘କେଉଁଠାରେ’ ସେହି ଛଅଟି ପ୍ରଶ୍ନର ଉତ୍ତର ଜାଣିବା ଅପରିହାର୍ଯ୍ୟ। ଏହି ପ୍ରଶ୍ନ ଗୁଡ଼ିକର ଯଥାଯଥ ଉତ୍ତର ପାଇଗଲେ ତାହା ହୋଇଉଠେ ଯଥାର୍ଥ ଖବର। ବୈଜ୍ଞାନିକ ମନୋଭାବ ପୋଷଣ କରି ଆସୁଥିବା ସାମ୍ବାଦିକ ହିଁ ସଠିକ ଭାବରେ ମାନବକଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟରେ ଲଗେଇ ପାରନ୍ତି ନିଜର ପେସାଗତ ଦକ୍ଷତା।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri