ବିଜ୍ଞାନ ଓ ସାମ୍ବାଦିକତା

ସାରା ବିଶ୍ୱରେ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି ଅସଂଖ୍ୟ ଘଟଣା। କିନ୍ତୁ ସବୁ ଘଟଣା ଖବର ଭାବରେ ଗୁରୁତ୍ୱ ପାଇନଥାଏ। ଯେଉଁ ଘଟଣାଟି ଗୁରୁତ୍ୱ ପାଇଥାଏ, ସେହି ଘଟଣାଟି ହୋଇପଡ଼େ ଏକ ‘ଖବର’। ମାତ୍ର ଘଟଣାଗୁଡ଼ିକ ମଧ୍ୟରୁ କେଉଁ ଘଟଣାଟିକୁ ଗୁରୁତ୍ୱ ଦିଆଯିବ ଓ କେଉଁ ଘଟଣାକୁ ଗୁରୁତ୍ୱ ଦିଆଯିବନି, ତାହା ଚୟନ କରିଥାଆନ୍ତି ସାମ୍ବାଦିକ। ମାତ୍ର ଏହି ଚୟନ ଯଦୃଚ୍ଛା ନୁହେଁ। ଏହାର ରହିଛି ନିର୍ଦ୍ଦିଷ୍ଟ ମାପକାଠି। ପ୍ରଥମତଃ ସାମ୍ବାଦିକ ଜଣକ ତାଙ୍କ ନିର୍ଦ୍ଦିଷ୍ଟ ଖବର ସରବରାହ ସଂସ୍ଥାର ନୀତିକୁ ଉପେକ୍ଷା କରିବାର ପ୍ରଶ୍ନ ହିଁ ଉଠେନି କି ତାହା ଆଦୌ କାମ୍ୟ ନୁହେଁ ମଧ୍ୟ। ଦ୍ୱିତୀୟତଃ ସାମ୍ବାଦିକତାର ନୀତି-ନୈତିକତା ସାମାଜିକ ଦାୟ-ଦାୟିତ୍ୱକୁ ମନ ଓ ଚିନ୍ତାରେ ରଖି ଖବର ଚୟନ କରିବା ମଧ୍ୟ ସାମ୍ବାଦିକଙ୍କ ପକ୍ଷେ ବାଞ୍ଛନୀୟ।
ସତତ ସମ୍ବାଦସନ୍ଧାନୀ। ତେଣୁ ସାମ୍ବାଦିକଙ୍କୁ ଜାଣିବା ପାଇଁ ପଡ଼େ ଖବରର ଉତ୍ସ। ହେଲେ ଖବରର ଉତ୍ସ କ’ଣ? ଏହାର ଉତ୍ସ ମଣିଷର କାର୍ଯ୍ୟକଳାପରେ, ମଣିଷର ସତ୍ୟସନ୍ଧାନରେ, ମଣିଷ ସଂଗ୍ରାମରେ। କହିବାକୁ ଗଲେ ମଣିଷ ହିଁ ସମସ୍ତ ଖବରର ମୂଳ ଉପାଦାନ। ମଣିଷକୁ ବାଦ୍‌ ଦେଲେ ଖବର ସମ୍ଭବ ନୁହେଁ। ଆଦିମାନବ ହିଁ ଥିଲା ପୃଥିବୀର ପ୍ରଥମ ସାମ୍ବାଦିକ। ଯେଉଁ ଆଦିମାନବଟି ସର୍ବପ୍ରଥମେ ଅଗ୍ନିର ସନ୍ଧାନ ପାଇଥିଲା। ସେ ତୁରନ୍ତ ତାହା ଜଣାଇ ଦେଇଥିଲା ତା’ର ପାଖ ଲୋକଟିକୁ। ଫଳରେ ସେହି ମୁହୂର୍ତ୍ତରେ ହିଁ ଜନ୍ମନେଲା ପୃଥିବୀର ପ୍ରଥମ ଖବର। ସେହିଦିନଠାରୁ ସଭ୍ୟତାର ସୁଦୀର୍ଘ ପଥ ଅତିକ୍ରମ କରି ଖବର ତା’ର ଜୟଯାତ୍ରା ଅବ୍ୟାହତ ରଖିଆସିଛି। ଖବରର ବିବର୍ତ୍ତନ ଘଟିଛି। ଏହାର ସଂଜ୍ଞା ନିର୍ଦ୍ଧାରିତ ହୋଇଛି। ସେଥିପାଇଁ ଆଜି ଆମ ମନରେ ରହିଛି ଖବର ମାନେ ସତ୍ୟର ଖୋଜଖବର। ଖବରମାନେ ମଣିଷର କଲ୍ୟାଣସାଧନ ପାଇଁ ଉଦ୍ୟମ।
ପ୍ରଶ୍ନଉଠେ, ମଣିଷକୁ କେନ୍ଦ୍ର ନ କରି ଖବର ସମ୍ଭବ କି? ନା ସମ୍ଭବ ନୁହେଁ। ପ୍ରତ୍ୟେକ ଖବରରେ ମଣିଷ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ। ବିଜ୍ଞାନ ହେଲା ଜଗତ ଓ ଜୀବନର ରହସ୍ୟ ଜାଣିବା ପାଇଁ ପରୀକ୍ଷା ଓ ପର୍ଯ୍ୟବେକ୍ଷଣର ଅନୁଶୀଳନ ଓ ଏହା ସମସ୍ୟା ସମାଧାନର ଏକ ବିଶେଷଜ୍ଞାନ। ଏହି ଅର୍ଥରେ ବିଜ୍ଞାନ ମୂଳ ଲକ୍ଷ୍ୟ ମାନବକଲ୍ୟାଣ। ଆଦିମାନବ କ୍ଷେତ୍ରରେ ନିଆଁ ଜଳେଇ ପାରିବାର ସଫଳତା ଥିଲା ବିଜ୍ଞାନର ଏକ ଅଚେତନ ପ୍ରୟାସ। କିନ୍ତୁ ଏହି ପ୍ରୟାସ ଯେତେବେଳେ ଆହୁରି ଅନେକ ପ୍ରୟାସକୁ ସଫଳ କରି ତୋଳିଲା, ସେତେବେଳେ ତାହା ହୋଇ ଉଠିଲା ବିଜ୍ଞାନ। କିନ୍ତୁ ନିଆଁ ପ୍ରଜ୍ୱଳିତ ହେବାର ପଶ୍ଚାତ୍‌ରେ ରହିଥିବା କାରଣଟା ଜାଣିନେବା ପରେ ଏହି ସଫଳ ପ୍ରୟାସର କାହାଣୀ ହୋଇଉଠିଲା ଏକ ବିଜ୍ଞାନ ଖବର। ସଭ୍ୟତାର ଆଦିକାଳରୁ ବିଜ୍ଞାନ ଓ ଖବର ଏହିପରି ଭାବରେ ହାତ ଧରାଧରି ହୋଇ ଆଗେଇ ଚାଲିଛନ୍ତି।
ପ୍ରଶ୍ନ ଉଠେ, ବିଜ୍ଞାନ ଓ ଖବର ମଧ୍ୟରେ ମେଳ କେଉଁଠି? ବିଜ୍ଞାନ ହେଲା ସତ୍ୟନିଷ୍ଠ। ପ୍ରଶ୍ନହୀନ ଅନୁଗତ୍ୟ ଏବଂ କୁସଂସ୍କାର ଅନ୍ଧବିଶ୍ୱାସ ଓ ମିଥ୍ୟାଚାର ବିରୋଧରେ ଆପୋସହୀନ ସଂଗ୍ରାମ ଚଳେଇ ବିଜ୍ଞାନ ନିଜକୁ ପ୍ରତିଷ୍ଠିତ କରିଥାଏ। ଖବର ମଧ୍ୟ ସତ୍ୟନିଷ୍ଠ, ଗୁଜବ, ଗୋପନୀୟତା ତଥା କୌଣସି ବିଷୟକୁ ପ୍ରକାଶ ନ କରି ଚାପି ରଖିବା ଭଳି ଘଟଣା ଗୁଡ଼ିକ ବିରୋଧରେ କ୍ରମାଗତ ଲଢ଼େଇ ଚଳେଇ ଖବର ମଧ୍ୟ ଗଢ଼ିତୋଳେ ନିଜ ସତ୍ୟର ଭିତ୍ତି। ବିଜ୍ଞାନର ଭିତ୍ତି ବାସ୍ତବ ଜ୍ଞାନ; ପାର୍ଥିିବ ଓ ପ୍ରାକୃତିକ ଜ୍ଞାନ। ଅନୁରୂପ ଭାବେ ଖବର ମଧ୍ୟ ବସ୍ତୁନିଷ୍ଠ। ବସ୍ତୁନିଷ୍ଠତା ବିନା ସତ୍ୟ ଖବର ସମ୍ଭବ ନୁହେଁ। ବିଜ୍ଞାନ ଯଥାର୍ଥ ସତ୍ୟ ଓ ତତ୍ତ୍ୱ ଉପରେ ନିର୍ଭରଶୀଳ।
ବିଜ୍ଞାନର ରହିଛି ଦୁଇଟି ଦିଗ-ଗୋଟିଏ ତଥ୍ୟ ଓ ତତ୍ତ୍ୱର ଦିଗ ଏବଂ ଅନ୍ୟଟି ବିଜ୍ଞାନର ଦର୍ଶନଜାତ ବିଜ୍ଞାନମନସ୍କତାର ଦିଗ। ଦୁଇଟି ପ୍ରଧାନ ଚରିତ୍ର ମଧ୍ୟ ରହିଛି ସାମ୍ବାଦିକତାର। ଏକ ଖବର ଯୋଗାଣମୂଳକ ଏବଂ ଦୁଇ -ସର୍ଜନଶୀଳ। ବିଜ୍ଞାନର ତଥ୍ୟ ଓ ତତ୍ତ୍ୱର ଦିଗଟା ଉପଲବ୍ଧ ହୋଇଥାଏ ଆନୁଷ୍ଠାନିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରୁ। କିନ୍ତୁ ବିଜ୍ଞାନର ଦର୍ଶନଜାତ ବିଜ୍ଞାନ ମନସ୍କତାର ଶିକ୍ଷା ଉପଲବ୍ଧ ହୋଇଥାଏ ବ୍ୟକ୍ତିଗତ ଅନୁଶୀଳନ ଏବଂ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବିଜ୍ଞାନ ସଂଗଠନ ଗୁଡ଼ିକରୁ। ସେହିପରି ସାଂପ୍ରତିକ ଓ ନିକଟ ଅତୀତର ଘଟଣାର ସମ୍ବାଦ ପେସ କରିବା ସାମ୍ବାଦିକତାର ଗୋଟିଏ ଦିଗ। କିନ୍ତୁ ସାମ୍ବାଦିକର ମୌଳମିକ ଲକ୍ଷ୍ୟ ବିଜ୍ଞାନନିଷ୍ଠ ଚିନ୍ତାର ଆଲୋକରେ ପାଠକର ମନ-ମନନ-ମାନସିକତାର ଗଠନ। ଏହା ହିଁ ସର୍ଜନଶୀଳ ସାମ୍ବାଦିକତା।
ତେବେ ପ୍ରତ୍ୟେକ ଘଟଣାର ସମ୍ବାଦ ପରିବେଷଣରେ ସାମ୍ବାଦିକଙ୍କୁ ଉପରୋକ୍ତ ‘କିଏ’, ‘କଅଣ’, ‘କାହିଁକି’, ‘କିପରି’, ‘କେତେବେଳେ’ ଓ ‘କେଉଁଠାରେ’ ସେହି ଛଅଟି ପ୍ରଶ୍ନର ଉତ୍ତର ଜାଣିବା ଅପରିହାର୍ଯ୍ୟ। ଏହି ପ୍ରଶ୍ନ ଗୁଡ଼ିକର ଯଥାଯଥ ଉତ୍ତର ପାଇଗଲେ ତାହା ହୋଇଉଠେ ଯଥାର୍ଥ ଖବର। ବୈଜ୍ଞାନିକ ମନୋଭାବ ପୋଷଣ କରି ଆସୁଥିବା ସାମ୍ବାଦିକ ହିଁ ସଠିକ ଭାବରେ ମାନବକଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟରେ ଲଗେଇ ପାରନ୍ତି ନିଜର ପେସାଗତ ଦକ୍ଷତା।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri