Categories: ଫୁରସତ

ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ

ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍‌, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି। ଏହି ଅଜବ ନିୟମ ପାଇଁ ଜାପାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଖାଲି ଏତିକି ନୁହେଁ, ଏଠାରେ ବିଦ୍ୟାଳୟଗୁଡ଼ିକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନ ଥାଏ। ପିଲାମାନେ ହିଁ ସେମାନଙ୍କର ଶ୍ରେଣୀଗୃହ ସଫା କରନ୍ତି। ଶିକ୍ଷକମାନେ ପିଲାମାନଙ୍କୁ ସହଯୋଗ କରିଥାନ୍ତି।

ଆହୁରି ମଧ୍ୟ ପିଲାମାନେ ଖାଇବା ପିଇବା ପାଇଁ ଅନେକ ନିୟମ କରାଯାଇଛି। ବିଦ୍ୟାଳୟରେ ପିଲାମାନେ ଶ୍ରେଣୀରେ ବସି ମଧ୍ୟାହ୍ନଭୋଜନ କରନ୍ତି। ଶିକ୍ଷକମାନେ ସେଠାରେ ପିଲାମାନଙ୍କ ସହିତ ମିଶି ମଧ୍ୟାହ୍ନଭୋଜନ କରିଥାନ୍ତି। ସମସ୍ତ ପିଲା ମଧ୍ୟାହ୍ନଭୋଜନ ପାଇଁ ସେମାନଙ୍କର ପ୍ଲେଟ ଏବଂ ମ୍ୟାଟ ଆଣନ୍ତି। ଖାଇବା ପରେ ପିଲାମାନଙ୍କୁ ନିଜ ନିଜର ପ୍ଲେଟ ସଫା କରିବାକୁ ପଡ଼ିଥାଏ।

ଝିଅମାନଙ୍କୁ ଲମ୍ବା କେଶ, ଅଳଙ୍କାର ଏବଂ ମେକଅପ୍‌ ପ୍ରତି ବାରଣ ରହିଛି। ପୁଅମାନଙ୍କୁ ପ୍ରତିଦିନ ସଞ୍ଚୟ କରିବାର ନିୟମ ରହିଛି। କୌଣସି ପିଲା ସେମାନଙ୍କ କେଶ ରଙ୍ଗ ବି କରିପାରିବେ ନାହିଁ।

କୌଣସି ପିଲା ଶୀତଦିନେ ସ୍କୁଲ ୟୁନିଫର୍ମ ସହିତ ରଙ୍ଗୀନ ଜ୍ୟାକେଟ କିମ୍ବା ସ୍ବେଟର୍‌ ପିନ୍ଧି ପାରିବେ ନାହିଁ। ପିଲାମାନଙ୍କୁ କେବଳ ନୀଳ, ବାଦାମୀ ଏବଂ କଳା ରଙ୍ଗର ସ୍ବେଟର ପିନ୍ଧିବାକୁ ଅନୁମତି ଦିଆଯାଇଛି। ଏଠାରେ ଥିବା ବିଦ୍ୟାଳୟରେ ପିଲାମାନଙ୍କୁ ଜୁନିୟର ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ପଡ଼ିଥାଏ।

Share