ବଡ଼ ଘୋଷଣା: ଆଜି ଏସବୁ ଜିଲାରେ ସ୍କୁଲ-କଲେଜ ବନ୍ଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୧୦: ରାଜ୍ୟର ଅନେକ ଜିଲାରେ ଶୁକ୍ରବାର, ୨୩ ଅକ୍ଟୋବରରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହାର କାରଣ ହେଉଛି ବିଧାନ ପରିଷଦର ଦ୍ୱିବାର୍ଷିକ ନିର୍ୱାଚନ। ମତଦାନର ବ୍ୟବସ୍ଥା ଏବଂ ର୍ନିବାଚନ ସମ୍ୱନ୍ଧୀୟ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୁକ୍ରବାର ଛୁଟି ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିର ପ୍ରଭାବ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସମେତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ମଧ୍ୟ ପଡ଼ିବ। ପ୍ରଶାସନ ତରଫରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ର୍ନିବାଚନ ସମୟରେ ସ୍କୁଲ-କଲେଜ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତର ପ୍ରଦେଶର ଯେଉଁ ଜିଲ୍ଲାଗୁଡ଼ିକର ସ୍କୁଲ-କଲେଜରେ ଛୁଟି ଘୋଷଣା କରାଯାଇଛି, ସେଥିରେ ଗାଜିଆବାଦ, ମେରଠ, ମୁଜାଫରନଗର, ବାଗପତ, ବିଜନୌର, ଲକ୍ଷ୍ନୌ ମଣ୍ଡଳ, ଗୋରଖପୁର ଏବଂ ପ୍ରୟାଗରାଜ ସମେତ ଅନେକ ଜିଲ୍ଲା ସାମିଲ ରହିଛି। ତେବେ ଛୁଟିର ପରିସର ସମ୍ପୃକ୍ତ ଜିଲ୍ଲା ଏବଂ ର୍ନିବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ଭିନ୍ନ ଭାବେ ର୍ନିଦ୍ଧାରଣ କରାଯାଇଛି।

ଗାଜିଆବାଦରେ ଶୁକ୍ରବାର ସ୍କୁଲ-କଲେଜଗୁଡ଼ିକରେ ଛୁଟି ରହିବ। ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ (DIOS) ଏବଂ ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ (BSA)ଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ମଧ୍ୟ ଏହି ନିର୍ଦ୍ଦେଶର ପ୍ରଭାବ ପଡ଼ିବ।

ମେରଠ ଖଣ୍ଡ ସ୍ନାତକ ଏବଂ ଶିକ୍ଷକ ର୍ନିବାଚନ ମଣ୍ଡଳୀରେ ମତଦାନକୁ ଦୃଷ୍ଟିରେ ରଖି ମେରଠ, ମୁଜାଫରନଗର, ବାଗପତ ଏବଂ ବିଜନୌରରେ ମଧ୍ୟ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଛୁଟି ରହିବ। CBSE ଏବଂ ICSE ବୋର୍ଡ ସ୍କୁଲଗୁଡ଼ିକୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ।

ମତଦାନ କାରଣରୁ ଶୁକ୍ରବାର ଲକ୍ଷ୍ନୌ ମଣ୍ଡଳର ସ୍କୁଲ-କଲେଜଗୁଡ଼ିକରେ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହା ଅଧୀନରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ସହିତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୁଟି ରହିବ। ଏହା ବ୍ୟତୀତ ଚାକିରି କରୁଥିବା ଭୋଟରମାନଙ୍କୁ ବିନା ଦରମା କାଟରେ ଛୁଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share