୧ ନଭେମ୍ବରରୁ ଖୋଲିବ ସ୍କୁଲ…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ସ୍କୁଲ ୧ ନଭେମ୍ବରରୁ ଖୋଲିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ) ବୁଧବାର ସୂଚନା ଦେଇଛନ୍ତି। ତେବେ ସ୍କୁଲ ଗୁଡ଼ିକ ପ୍ରଯ୍ୟାୟ କ୍ରମେ ଦୁର୍ଗାପୂଜା ଛୁଟି ପରେ ଖୋଲାଯିବ। ସମ୍ପ୍ରତି ଦିଲ୍ଲୀରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।

ନଭେମ୍ବରଠାରୁ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ସ।ମାଜିକ ଦୂରତା ପାଳନ ସହିତ ମାସ୍କ୍‌ ପିନ୍ଧିବା ନେଇ ଡିଡିଏମ୍‌ଏ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଶିକ୍ଷା ବିଭାଗ ସହିତ ପରାମର୍ଶ ସହିତ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହାର ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଡିଏମ୍‌ଏ କହିଛି।

ଦୁର୍ଗାପୂଜା ଅବସରରେ ଦିଲ୍ଲୀରେ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯାଇଥିବା ଡିଡିଏମ୍‌ଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share