Posted inଫୁରସତ

ଲକି ଡ୍ରରୁ ମିଳିଥିବା ୮୨ ଲକ୍ଷ ଟଙ୍କାରେ ଗାଁରେ ସ୍କୁଲ କରିବେ

ୱାଶିଂଟନ: ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ୍‌ ବହୁତ ଟଙ୍କା ମିଳିଯାଏ, ତେବେ ସେ କ’ଣ କରିବେ? ଏହା ସାଧାରଣ କଥା ଯେ ସେ ତାଙ୍କ ଜରୁରୀ କାମରେ ଖର୍ଚ୍ଚ କରିବେ। ନିକଟରେ ଜଣେ ବ୍ୟକ୍ତି ଲକି ଡ୍ର ମାଧ୍ୟମରେ ୮୨ ଲକ୍ଷ ଟଙ୍କା ଜିତିଲେ। ହେଲେ ସେ ସେହି ଟଙ୍କାକୁ ନିଜ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ ନ କରି ଗାଁରେ ଏକ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମ ଆମେରିକାର ମାଲି ଦେଶରେ ଏପରି ଘଟଣା ଦେଖିବାକୁ ମିଳିଛି। ନିକଟରେ ସୋଲେମନ ସନା ୧,୦୦,୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮୨ ଲକ୍ଷରୁ ଅଧିକ ଟଙ୍କା ଲକି ଡ୍ରରେ ଜିତିଛନ୍ତି। ତାଙ୍କୁ ଯେତେବେଳେ ଏହି ଟଙ୍କା ବାବଦରେ ପଚରାଗଲା, ସେତେବେଳେ ସେହି ଟଙ୍କାକୁ ସେ ଗାଁ ପାଇଁ ଖର୍ଚ୍ଚ କରିବେ। ଗାଁରେ ପିଲାଙ୍କ ପାଇଁ ସ୍କୁଲ ନାହିଁ। ସେମାନଙ୍କ ପାଇଁ ସ୍କୁଲ କରିବାକୁ ସେ ଏହି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ। ମାଲିରେ ପିଲାଙ୍କ ପାଇଁ ଅଧିକ କକ୍ଷ ତିଆରି ପାଇଁ ସେ ପୂର୍ଣ୍ଣ ସହଯୋଗ କରନ୍ତି। ଏଥର ସମସ୍ତ ଟଙ୍କା ସେଠାରେ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ତାଙ୍କୁ ଏଥିରେ ବହୁତ ଖୁସି ମିଳିବ। ସେ ତାଙ୍କ ଦେଶର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଏକ ସଂଗଠନ ମଧ୍ୟ କରିଛନ୍ତି। ଏହା ତାଙ୍କର ସ୍ବପ୍ନ ଥିଲା। ଏଥିପାଇଁ ସେ ଲଟେରି ଟିକେଟ କିଣୁଥିଲେ। ସେ ଆଶା ରଖିଥିଲେ ଯେ ପିଲାଙ୍କ ପାଇଁ ତାଙ୍କୁ ଏହି ଲକି ଡ୍ର ମାଧ୍ୟମରେ କିଛି ସାହାଯ୍ୟ ମିଳିଯିବ। ରିପୋର୍ଟ ମୁତାବକ, ୩୯ ବର୍ଷୀୟ ସନା ଜଣେ ଡ୍ୟାନ୍ସ ଟ୍ରେନର ହୋଇଥିବାବେଳେ ଉତ୍ତର କାଲିଫର୍ନିଆର ପଶ୍ଚିମ ନ୍ୟୁ ବର୍ନରୁ ଏକ ଲଟେରି ଟିକେଟ କିଣିଥିଲେ। ସେ ମାଲିରେ ପିଲାଙ୍କୁ ନୃତ୍ୟ ମଧ୍ୟ ଶିଖାନ୍ତି। ସେ ପିଲାଙ୍କୁ ଶିକ୍ଷା ଦେବା ସହିତ ସେମାନଙ୍କ ପାଇଁ ଏକ ନୃତ୍ୟ କେନ୍ଦ୍ର କରିବାକୁ ମଧ୍ୟ ସେହି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମ ତାଳଧ୍ୱଜ

ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ...

ଆସନ୍ତା ୭ ଦିନ ମଧ୍ୟରେ ମହାକାଶରେ ଘଟିବାକୁ ଯାଉଛି ଏସବୁ ଘଟଣା

ନୂଆଦିଲ୍ଲୀ: ଗ୍ରହମାନଙ୍କର ପରିବର୍ତ୍ତିତ ଗତିବିଧି ହେତୁ ୧୪ରୁ ୨୦ଜୁଲାଇ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହା ସ୍ବତନ୍ତ୍ର ହେବାକୁ ଯାଉଛି। ଜାଣନ୍ତୁ ଏହି ବିରଳ ସଂଯୋଗ ଭାରତକୁ...

ମାଟି ମା‘ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ମାଟି ମା‘ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ...

ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ...

କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ...

ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା...

ପେନ୍‌ : ସହଜ ନୁହେଁ କିଣିବା

ପେନ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି ଆଉ ଏହାକୁ ବ୍ୟବହାର ମଧ୍ୟ କରନ୍ତି । ପେନ୍‌କୁ ଲେଖକଙ୍କର ଜଣେ ଭଲ ସାଥୀ ବୋଲି ବି କୁହାଯାଇଥାଏ।...

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ଟି.ନିବେଦିତା

ମୋର ଜନ୍ମ ଓ ପାଠପଢ଼ା ନବରଙ୍ଗପୁରରେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦୫ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ...

Advertisement
Archives

Model This Week