Categories: ଖେଳ

ସ୍କୁଲ ଟେନିସ୍‌ ଲିଗ୍‌ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍‌ ଲିଗ(ଏସ୍‌ଟିଏଲ୍‌)ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲିଗ୍‌ ଦ୍ୱାରା ତୃଣମୂଳ ସ୍ତରରେ ଟେନିସର ପ୍ରଚାର ହେବା ସହିତ ଭବିଷ୍ୟତର ଟେନିସ ତାରକା ମାନଙ୍କ ସୃଷ୍ଟିରେ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ନୀଳାଚଳ ସ୍ପୋଟର୍‌ସ ଫାଉଣ୍ଡେସନ୍‌ ଏବଂ କୋଚ୍‌ ତଥା ଖେଳାଳି ଦିଲ୍ଳୀପ ମହାନ୍ତିଙ୍କ ଦ୍ୱାରା ଏହା ଆରମ୍ଭ ହୋଇଛି। ଏସ୍‌ଟିଏଲ୍‌ ଛାତ୍ରୀ ଛାତ୍ରଙ୍କୁ ତୃଣମୂଳ ସ୍ତରରୁ ଟେନିସ ସହିତ ଜଡିତ ରହିବାର ସୁଯୋଗ ଦେଉଛି ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ ଦିଲ୍ଲୀପ ମହାନ୍ତି। ଦିଲ୍ଲୀରେ ମେ ମାସରେ ଏହାର ପଦାର୍ପଣ ସିଜନ ଆରମ୍ଭ ହେବ। ଦେଶର ସମସ୍ତ ଟପ୍‌ ସ୍କୁଲକୁ ଆକର୍ଷିତ କରିବା ପାଇଁ ଏହାର ଫର୍ମାଟକୁ ସାମାନ୍ୟ ସରଳୀକରଣ ମଧ୍ୟ କରାଯାଇଛି। ପ୍ରତି ଟାଇରେ ୬ଟି ମ୍ୟାଚ ଖେଳାଯିବ। ଏହା ମଧ୍ୟରେ ୪ ଡବଲ୍ସ ଓ ଦୁଇଟି ସିଙ୍ଗଲ୍ସ ମ୍ୟାଚ ରହିବ।

Share