Posted inଜାତୀୟ

ପାଠପଢ଼ା ଚାପ: ମରୁଛନ୍ତି ପିଲା ପରେ ପିଲା

କୋଟା,୧୨ା୨:ଦେଶର ଅନ୍ୟତମ ଶିକ୍ଷା ନଗରୀ ଭାବେ ପରିଚିତ ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ମଙ୍ଗଳବାର ନିଜ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି। ସଓ୍ବାଇ ମାଧୋପୁର ଜିଲାର ଛାତ୍ର ଅଙ୍କୁଶ ମୀନା ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ସୁଇସାଇଡ୍‌ ନୋଟ ଛାଡ଼ିଯାଇ ନ ଥିଲେ ମଧ୍ୟ ପ୍ରେମ ବ୍ୟାପାରରୁ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଚଳିତବର୍ଷ କୋଟାରେ ଏହା ହେଉଛି ସପ୍ତମ ଛାତ୍ରଙ୍କ ଆତ୍ମହତ୍ୟା। ଏହା ପୂର୍ବରୁ ୧୭ ଜାନୁଆରୀରେ ମୟୂରଭଞ୍ଜ ଜିଲାର ଅଭିଜିତ ନାମକ ଜଣେ ଛାତ୍ର ହଷ୍ଟେଲ ରୁମ୍‌ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ପରେ ଜଣେ ଛାତ୍ରୀଛାତ୍ର ପାଠପଢ଼ା ଚାପ ଯୋଗୁ ମରୁଛନ୍ତି। ଏହି କ୍ରମରେ ୨୦୨୩ରେ ୧୭ ଏବଂ ୨୦୨୪ରେ ୨୩ ଜଣ ଛାତ୍ରୀଛାତ୍ର କୋଟାରେ ଆତ୍ମହତ୍ୟା କରିଥିଲେ। ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ଯୋଗୁ ପାଠ୍ୟକ୍ରମ ଚାପ ଓ ଉତ୍ତୀର୍ଣ୍ଣ ନ ହେବାର ଆଶଙ୍କାରେ କୋଚିଂ ସେଣ୍ଟରଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଏଭଳି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଦେଶର ଶୈକ୍ଷିକ ବିବେକକୁ ଦୋହଲାଇ ଦେଉଛି।
କୋଟାର କୋଚିଂ ସେଣ୍ଟରଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଆମତ୍ହତ୍ୟା ଥମୁନାହିଁ, ବରଂ ଲମ୍ବି ଚାଲିଛି। ସବୁ ପିଲାଙ୍କ ପରି ଅଙ୍କୁଶ ମୀନାଙ୍କ ସ୍ବପ୍ନ ଥିଲା ଅନେକ। ଭଲ ପାଠ ପଢ଼ି ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ସେ ରାଜସ୍ଥାନ କୋଟାର ଏକ କୋଚିଂ ସେଣ୍ଟରରେ ଏନ୍‌ଇଇଟି ସକାଶେ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ମଙ୍ଗଳବାର ସକାଳେ ପ୍ରତାପନଗରସ୍ଥିତ ହଷ୍ଟେଲ ରୁମ୍‌ରୁ ଅଙ୍କୁଶଙ୍କ ମୃତଦେହ ମିଳିବା ପରେ ତାଙ୍କ ମା’ବାପାଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ସେହି ଅଞ୍ଚଳରେ ରହୁଥିବା ଅଙ୍କୁଶଙ୍କ ଜଣେ ସମ୍ପର୍କୀୟ ଭାଇ ତାଙ୍କ ହଷ୍ଟେଲକୁ ଯାଇ ପଙ୍ଖାରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଅଙ୍କୁଶ ପ୍ରେମ ବ୍ୟାପାର ଯୋଗୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଅନ୍ୟପକ୍ଷେ ପରିବାର ଲୋକେ ଅଙ୍କୁଶଙ୍କ କୌଣସି ଝିଅ ସହ ସମ୍ପର୍କ ବିଷୟକୁ ଖଣ୍ଡନ କରିଛନ୍ତି। ପ୍ରକାଶ ଯେ, ୪୨ ଦିନ ଭିତରେ ଏହା ହେଉଛି ସପ୍ତମ ଆତ୍ମହତ୍ୟା। ଏହା ପୂର୍ବରୁ ଗତ ଜାନୁଆରୀ ୭ରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ହରିୟାଣା ମହେନ୍ଦ୍ରଗଡ଼ର ନୀରଜ ଜାଟ ନିଜ ହଷ୍ଟେଲ ରୁମ୍‌ ପଙ୍ଖାରେ ଝୁଲି ପଡ଼ିଥିଲେ। ଏହାର ଦିନକ ପରେ ମଧ୍ୟପ୍ରଦେଶ ଗୁନାର ଛାତ୍ର ଅଭିଷେକ ଅନୁରୂପ ଭାବେ ଆମତ୍ହତ୍ୟା କରିଥିଲେ। ସେହିମାସ ୧୬ ତାରିଖରେ ମୟୂରଭଞ୍ଜର ମେଧାବୀ ଛାତ୍ର ଅଭିଜିତ ଗିରି ଆତ୍ମହତ୍ୟା କରିଥିଲେ। ଏହାର ଦିନକ ପରେ ରାଜସ୍ଥାନ ବୁନ୍ଦିର ଜଣେ ଛାତ୍ର କୋଟାର ଏକ ହଷ୍ଟେଲ ରୁମ୍‌ ଝରକାରୁ ଡେଇଁ ଜୀବନ ହାରିଥିଲେ। ୨୨ ତାରିଖରେ ଏନ୍‌ଇଇଟି ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟ ଅହମଦାବାଦର ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଆମତ୍ହତ୍ୟା କରିଥିଲେ। ବାରମ୍ବାର ଏଭଳି ଘଟଣା ଘଟିଚାଲିଥିଲେ ହେଁ ପୋଲିସ ପ୍ରଶାସନ ହଷ୍ଟେଲଗୁଡ଼ିକରେ ଉପଯୁକ୍ତ ମାପଦଣ୍ଡର ଅନୁପାଳନ ଯାଞ୍ଚ କରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri