ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟଗୁଡ଼ିକରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ସୋମବାର କରୋନା ଗାଇଡଲାଇନ୍‌ ଅନୁସାରେ ସ୍କୁଲ ଖୋଲାଯାଇଥିବା ବେଳେ ପିଲାଙ୍କ ତାପମାତ୍ରା ମାପି ଗେଟ୍‌ ଭିତରକୁ ପ୍ରବେଶ କରାଯାଇଥିଲା। କରୋନା କାଳରେ ସୋମବାର ମଧ୍ୟପ୍ରଦେଶ ସ୍ଥିତ ମଡେଲ ସ୍କୁଲକୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲାଯାଇଛି। ସ୍କୁଲରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ନିଆରା ଭାବେ ସ୍ବାଗତ କରାଯାଇଥିଲା। ପ୍ରଥମେ ପ୍ରତ୍ୟେକ ପିଲାଙ୍କ ତାପମାତ୍ରା ମପାଯାଇ ପାରମ୍ପରିକ ଭାବେ ମନ୍ତ୍ରୋଚ୍ଚାରଣ ସହ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଶିକ୍ଷକମାନେ ସେମାନଙ୍କୁ ଉପହାରରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ତାଙ୍କ ଉପରେ ଫୁଲ ପକାଇ ସ୍କୁଲ ଭିତରକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି।

ଏହାପରେ ପିଲମାନେ ସିଧାସଳଖ ଶ୍ରେଣୀ କକ୍ଷକୁ ଯାଇଥିଲେ, ଏବଂ ସେଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ବସିଥିଲେ। ତେବେ କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ବର୍ତ୍ତମାନ ସ୍କୁଲରେ ପ୍ରାର୍ଥନା ସଭା କି ଖେଳ ଛୁଟି ହେବ ନାହିଁ। ଫଳରେ ପିଲାମାନେ ନିଜ ଘରୁ ଟିଫିନ ଓ ପାଣି ବୋତଲ ଆଣିବେ। କିନ୍ତୁ ଏକାଠି ବସି କେହି କାହାର ଖାଦ୍ୟ ଖାଇପାରିବେ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶରେ ଏକାଦଶ ଶ୍ରେଣୀର ପିଲାମାନେ ମଙ୍ଗଳବାର ଓ ଶୁକ୍ରବାର ସ୍କୁଲ ଆସିବେ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ସୋମାବର ଓ ଗୁରୁବାର ସ୍କୁଲ ଆସିବେ। ୫୦ ପ୍ରତିଶତ କ୍ଷମତାରେ ଉକ୍ତ ସ୍କୁଲ ଚାଲିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। କୁହାଯାଉଛି, ଯଦି ସବୁ ଠିକ୍‌ଠାକ୍‌ ରୁହେ ତେବେ ଅଗଷ୍ଟ ୫ରୁ ନବମ ଓ ଦଶମ ଶ୍ରେଶୀର ପିଲାମାନେ ମଧ୍ୟ ସ୍କୁଲ ଆସିପାରିବେ। ସେହିପରି ୫୦ପ୍ରତିଶତ କ୍ଷମତାରେ ଗୁଜରାଟରେ ନବମରୁ ଏକାଦଶ ଶ୍ରେଣୀର ସ୍କୁଲ ଖୋଲାଯାଇଛି। ସ୍କୁଲକୁ ଆସୁଥିବା ପ୍ରତ୍ୟେକ ପିଲାମାନେ ନିଜ ଅଭିଭାବକଙ୍କ ସହମତିର ଏକ ଲିଖିତ ପତ୍ର ଆଣିବା ବାଧ୍ୟତାମୂଳକ। ଏଥିସହ ସ୍କୁଲରେ ସାମାଜିକ ଦୂରତ୍ୱ ରକ୍ଷା ପାଳନ କରିବା ଜରୁରୀ। ସ୍କୁଲ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପଟେ ସ୍କୁଲ ଖୋଲିବା ପରେ ବି ଯେଉଁ ଛାତ୍ରୀଛାତ୍ରମାନେ ଆସିବାକୁ ଚାହଁୁନାହାନ୍ତି ସେମାନଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସର ମଧ୍ୟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri