ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା: ଅଭିନବ ଉପାୟରେ ପ୍ରତିବାଦ

ବଲାଙ୍ଗୀର ଅଫିସ,୨୬।୭: କଳାହାଣ୍ଡି ଜିଲା ଭବାନୀପାଟଣାରୁ ବାହାରି ସୋମବାର କୋଶଳ ସ୍ବାଭିମାନ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି । ଏହି ଅବସରରେ କୋଶଳ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ଜିଲାପାଳ ପାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀରର ବିଭୀନ୍ନ ସଂଗଠନର କର୍ମକର୍ତ୍ତାମାନେ ସ୍ବାଭିମାନ ଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନ ଜଣାଇଛନ୍ତିା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ପାତରଅନ୍ତରକୁ ନେଇ କୋଶଳ ଯୁବ ସମନ୍ବୟ ସମିତି ଦୃଢ଼ ନିନ୍ଦା କରିବା ସହ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ କୋଶଳ ସ୍ବାଭୀମାନ ପଦଯାତ୍ରା ଡାକରା ଦିଆଯାଇଥିଲା। ଜନଜାଗରଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖରେ ଭବାନୀପାଟଣା ସ୍ଥିତ ମାଣୀକେଶ୍ୱରୀ ମନ୍ଦିରରୁ ପଦ ଯାତ୍ରା ବାହାରି ୨୮ ତାରିଖ ବରଗଡ଼ ଗାନ୍ଧୀଛକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ା ସେହି କ୍ରମରେ ଆଜି ସକାଳୁ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ...

ମହିଳାଙ୍କ ଉନ୍ମତ୍ତକାଣ୍ଡ: ତଣ୍ଟିଚିପି ବୃଦ୍ଧାଙ୍କୁ ହତ୍ୟା

ନୂଆଗାଁ, ୯।୯(ଡି.ଏନ.ଏ) :ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ କୋକେରମା ପଞ୍ଚାୟତର କରଞ୍ଜିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

ମୃତକଙ୍କ ପରିବାରକୁ ଦିଆଯାଇଛି ୫ଲକ୍ଷ

କଟକ ଅଫିସ,୨ା୧୨: ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ମଙ୍ଗଳବାର ସତ୍ୟପାଠ ଦାଖଲ କରିଛନ୍ତି। କେ. ରମେଶଙ୍କ...

ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ସ୍ବାମୀ ଗିରଫ

ବାଲିଗୁଡା,୧୫ା୯(ଡି.ଏନ.ଏ.)-ବାଲିଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଶନିବାର ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ କୁନାସାଲୁ ଗ୍ରାମର...

୩୫ଲକ୍ଷ ଠକେଇ କରି ଧରାପଡ଼ିଲେ ନାରୀନେତ୍ରୀ

ଝାରସୁଗୁଡ଼ା ଅଫିସ,୧୧।୭: ଝାରସୁଗୁଡ଼ା ଜିଲାରେ ସମାଜ ସେବିକା ମହିଳା ସଙ୍ଗଠନ ନାମରେ ମହିଳାଙ୍କୁ ୩୫ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି। ଅଭିଯୁକ୍ତା ନାରୀନେତ୍ରୀଙ୍କୁ ଗିରଫ କରି ପୋଲିସ...

ଭିଜିଲାନ୍ସ ଜାଲରେ ସମଲ ବ୍ୟାରେଜ ବରିଷ୍ଠ କିରାଣୀ

ତାଳଚେର,୩୦।୮(ସ୍ବ.ପ୍ର.): ସମଲ ବ୍ୟାରେଜର ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସରକିଶୋରିପାଳ ଗ୍ରାମର ଅକ୍ଷୟ କୁମାର ସାହୁଙ୍କଠାରୁ କଣ୍ଟ୍ରାକ୍ଟର...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ...

Advertisement
Archives

Model This Week