ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି।

ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ ତ୍ରିଶୂଳୀ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲ ରାଜେନ୍ଦ୍ର ଦାଓ୍ବାଡ଼ିଙ୍କ ଏହି ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ଭୟଙ୍କର ବନ୍ୟା ଦ୍ରୁତ ବେଗରେ ତାଙ୍କ ସ୍କୁଲ ଆଡ଼େ ମାଡ଼ିଆସୁଥିବା ନେଇ ବୁଧବାର ସକାଳ ୯ଟା ୨୦ ମିନିଟ୍‌ ସମୟରେ ରାଜେନ୍ଦ୍ରଙ୍କୁ ତାଙ୍କର ଜଣେ ବନ୍ଧୁ ଖବର ଦେଇଥିଲେ।

ସେତେବେଳେ ତାଙ୍କ ୩ ମହଲା ସ୍କୁଲ ବିଲ୍ଡିଂରେ ୧,୬୪୩ ଛାତ୍ରୀଛାତ୍ର ଥିଲେ। ପିଲାମାନଙ୍କ ସୁରକ୍ଷା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା। ରାଜେନ୍ଦ୍ର ତୁରନ୍ତ ସ୍କୁଲ ଘଣ୍ଟି ବଜାଇ ଶିକ୍ଷକମାନଙ୍କୁ ଶ୍ରେଣୀଗୃହଗୁଡ଼ିକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେ ସ୍କୁଲ ବସ୍‌ ଡ୍ରାଇଭରମାନଙ୍କୁ ଫୋନ୍‌ କରି ଗୋଟିଏ ବ୍ୟତୀତ ଅନ୍ୟମାନଙ୍କୁ ଫେରିଯିବାକୁ କହିଲେ। ଫୋନ୍‌ କରାଯାଇ ନ ଥିବା ବସ୍‌ ଏକ ବିପଜ୍ଜନକ ପୋଲ ଅତିକ୍ରମ କରୁଥିବା ସେ ଦେଖିଥିଲେ। ସେତେବେଳକୁ ବିପଦ ଆସୁଥିବା ନେଇ ପିଲାମାନେ ଜାଣିପାରିଥିଲେ। ଜଣେ ଛାତ୍ରୀ ଭୟଭୀତ ହୋଇପଡ଼ିବାରୁ ତାଙ୍କୁ ମୋଟରସାଇକେଲରେ ଉଚ୍ଚ ସ୍ଥାନକୁ ନିଆଯାଇଥିଲା ଓ ରାଜେନ୍ଦ୍ରଙ୍କ ସହ ଅନ୍ୟ ପିଲାମାନେ ଧାଇଁଥିଲେ।

ବନ୍ୟାପାଣି ସେମାନଙ୍କ ସ୍କୁଲ୍‌କୁ ଭସାଇଦେବା ବେଳେ ସେମାନେ ଏକ ବୋଧି ଗଛ ତଳେ ଆଶ୍ରୟ ନେଇଥିଲେ। ରାଜେନ୍ଦ୍ରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ପିଲା ଓ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ସାମାଜିକ ଇତିହାସ ଶିକ୍ଷକ ସନ୍ତୋଷ ପାରିୟାର ତାଙ୍କ ଭଡ଼ାଘରକୁ ଫେରୁଥିବା ବେଳେ ଭାସିଯାଇଥିଲେ।

Share