ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ହୋଇପଡ଼ିଛି।

ସମ୍ବଲପୁର ଜିଲା ଜମନକିରା ବ୍ଲକ ଅନ୍ତର୍ଗତ କସଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏବେ ଶ୍ରେଣୀକୋଠରିର ଘୋର ଅଭାବ ସାଙ୍ଗକୁ ବିଦ୍ୟୁତ ସମସ୍ୟା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୮୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁପାତରେ ପର୍ଯ୍ୟାପ୍ତ ଶ୍ରେଣୀ କୋଠରୀ ନଥିବାରୁ ସେମାନେ ବସି ପାଠ ପଢ଼ିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯେଉଁ କେତୋଟି କୋଠରୀ ରହିଛି, ସେଗୁଡ଼ିକର ଅବସ୍ଥା ମଧ୍ୟ ଅତ୍ୟନ୍ତ ଜରାଜୀର୍ଣ୍ଣ। ରକ୍ଷଣାବେକ୍ଷଣ ଅଭାବରୁ କାନ୍ଥରୁ ଚୂନ ଓ ପଲସ୍ତର ଖସି ନଷ୍ଟ ହେବାକୁ ବସିଛି। ଆହୁରି ଚିନ୍ତାଜନକ ବିଷୟ ହେଉଛି, ଉପଲବ୍ଧ କୋଠରି ମଧ୍ୟରୁ କେତେକ ଏବେ ପାଠପଢ଼ା ପରିବର୍ତ୍ତେ ‘ଗୋଦାମ ଘର’ରେ ପରିଣତ ହୋଇଛି। କେଉଁଠି ମଧ୍ୟାହ୍ନ ଭୋଜନର ଚାଉଳ ବସ୍ତା ଜମା ହୋଇ ରହିଛି, ତ ଆଉ କେଉଁଠି ପୁରୁଣା ଭଙ୍ଗା ଟେବୁଲ, ଚେୟାର, ବେଞ୍ଚ ଓ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀ ଗଦା ହୋଇ ପଡ଼ିରହିଛି। ଫଳରେ ଶିକ୍ଷାଦାନ ପରିବେଶ ବାଧାପ୍ରାପ୍ତ ହେଉଛି।

ଅନ୍ୟପକ୍ଷରେ, ବିଦ୍ୟାଳୟରେ ନିୟମିତ ବିଦ୍ୟୁତ ସରବରାହ ନଥିବା ଯୋଗୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ଛାତ୍ରୀଛାତ୍ର କଲବଲ ହେଉଛନ୍ତି। ଏହି ସମସ୍ୟାରୁ ପିଲାମାନଙ୍କୁ ଆଶ୍ୱସ୍ତି ଦେବା ସହ ପଙ୍ଖା, ଲାଇଟ୍‌ ଓ ମୋଟର ଯୋଗେ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ପକେଟରୁ ତେଲ ଖର୍ଚ୍ଚ ବହନ କରି ପ୍ରତିଦିନ ଜେନେରେଟର ଚଳାଉଛନ୍ତି। ଶିକ୍ଷକମାନଙ୍କର ଏହି ନିସ୍ୱାର୍ଥପର କର୍ତ୍ତବ୍ୟନିଷ୍ଠା ପ୍ରଶଂସନୀୟ ହୋଇଥିଲେ ହେଁ, ଏହା ପ୍ରଶାସନର ଉଦାସୀନତାକୁ ମଧ୍ୟ ସ୍ପଷ୍ଟ କରୁଛି।

ଏହି ସମସ୍ତ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ତଥା ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଜିଲା ଶିକ୍ଷା ଅଧିକାରୀ ଏବଂ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଲିଖିତ ଓ ମୌଖିକ ଭାବେ ଅବଗତ କରାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସହ ଯୋଗାଯୋଗ କରି ପଚାରିବାରୁ ସେ ବିଦ୍ୟାଳୟର ସମସ୍ୟା ଉପରେ ଗୁରୁତ୍ୱ ଦେଇ ଖୁବ୍‌ଶୀଘ୍ର ଏହାର ସମାଧାନ ତଥା ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରଶାସନ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଏବେ ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri