ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ ସ୍କୁଲ ଛୁଟି ହେବା ପରେ ଜଣେ ଛାତ୍ରୀ ସ୍କୁଲ ଭିତରେ ଥିବା ବେଳେ ତାଲା ପକାଇ ସ୍କୁଲ ଶିକ୍ଷକମାନେ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ଛାତ୍ରୀ ଜଣକ ସ୍କୁଲ ଭିତରୁ ବାହାରିବା ପାଇଁ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍କୁଲ କୋଠରୀ ତାଲା ଖୋଲି ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଯାଇଥିଲା । ତେବେ ଘଟଣାର ଦୃଶ୍ୟ ରେକର୍ଡ ହୋଇଥିବା ଭିଡିଓ ରବିବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଜଣେ ଛାତ୍ରୀ ସ୍କୁଲ ଭିତରେ ଥିବା ସତ୍ତ୍ୱେ କିପରି ସ୍କୁଲରେ ତାଲା ପଡ଼ିଲା, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଘଟଣାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।