ତିହିଡି଼, ୯/୭(ସଞ୍ଜିତ ବଳ):ତିହିଡି଼ ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ଶଂଖିଡାସ୍ଥିତ ସରକାରୀ ପ୍ରାଥମିକ ସ୍କୁଲରେ ବୁଧବାର ପୂର୍ବାହ୍ନ ୧୦ଟାରେ ତାଲା ପକାଯିବା ସହ ଧାରଣା ଦିଆଯାଇଛି l ସ୍କୁଲର ଶିକ୍ଷୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି l ସ୍କୁଲରେ ବାଲବାଟିକା ସମେତ ୬ଟି ଶ୍ରେଣୀ ଥିବାବେଳେ ୫୫ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି l ସ୍କୁଲରେ ୩ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି l ତେବେ ସେମାନଙ୍କ ମଧ୍ୟରୁ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି l ଆଉ ୩ମାସ ପରେ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ହେବା କଥା l ଏହି ପରିପ୍ରେକ୍ଷୀରେ ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେବା ନିଶ୍ଚିତ ହୋଇଥିବା ଦର୍ଶାଯାଇଛି l ଏହାର ପ୍ରତିବାଦରେ ଧାରଣା ଦିଆଯିବା ସହ ବଦଳି ବାତିଲ କରାଯିବାକୁ ଦାବି ହୋଇଛି l ସ୍କୁଲ ପରିଚାଳନା କମିଟି ସଭାପତି ଲଷ୍ମୀଧର ପାଢ଼ୀଙ୍କ ସମେତ ମହେଶ୍ୱର ସେଠୀ, ସୌମେନ୍ଦ୍ର ପଣ୍ଡା, ଅଞ୍ଜଳି ରାଉତ, ଗୌରୀମଣୀ ଜେନା ପ୍ରମୁଖ ଅଭିଭାବକଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିବା ଜଣାଯାଇଛି l


