ବାତ୍ୟା ଲାଗି ସ୍କୁଲ ଛୁଟି

ମାଲକାନଗିରି,୧୧।୫(ଡି.ଏନ୍‌.ଏ.): ବାତ୍ୟା ଅସାନିକୁ ନେଇ ମାଲକାନଗିରି ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମାଲକାନଗିରି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନିଅଯାଇଛି। ଅସାନି ପ୍ରଭାବରେ ଏବେ ବିଶାଖାପାଟଣାରେ ବର୍ଷା ସାଙ୍ଗକୁ ପବନ ବହୁଛି । ହେଲେ ବାତ୍ୟା ଅସାନି ଏବେ ଦୁର୍ବଳ ହେବାରେ ଲାଗିଛି । ଏହା ସ୍ଥଳଭାଗ ଛୁଇଁବାର କିଛି ସମୟ ପରେ ପୁଣି ସମୁଦ୍ରକୁ ଚାଲି ଯିବ। ରିକର୍ଭ କରି ସମାନ୍ତରାଳ ଭାବେ ଓ ଉପକୂଳ ଦେଇ ଗତି କରିବ ।