ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ୧୮ତାରିଖ ଶନିବାରଠାରୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରଠାରୁ ଆରମ୍ଭକରି ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଜିଲାପାଳ ଡ. ସାହୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ପରୀକ୍ଷ ତେବେ ପରୀକ୍ଷା ଥିଲେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ସକାଳୁଆ କରିବା ସହ ଆବଶ୍ୟକ ସୁରକ୍ଷା ଓ ପାନୀୟଜଳ ବ୍ୟବସ୍ଥା ସହିତ ସମ୍ପନ୍ନ କରିବାକୁ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ପରାମର୍ଶ ଦିଆଯାଇଛି। ା ଥିଲେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ସକାଳୁଆ କରିବା ସହ ଆବଶ୍ୟକ ସୁରକ୍ଷା ଓ ପାନୀୟଜଳ ବ୍ୟବସ୍ଥା ସହିତ ସମ୍ପନ୍ନ କରିବାକୁ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ବଲାଙ୍ଗୀର ଜିଲାର ଅଙ୍ଗନଓ୍ବାଡି କେନ୍ଦ୍ର, ସମସ୍ତ ସ୍କୁଲ, କଲେଜ ଓ ବୈଷୟିକ ପ୍ରତିଷ୍ଠାନଗୁଡିକୁ ଶନିବାରଠାରୁ ଆସନ୍ତା ୨୧ ତାରିଖ ଯାଏ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଏସ୍ଓପି ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପରିଚାଳନା ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସହ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
<div style=”background-color: #eee; border: 1px solid #cccccc; padding: 5px 20px; margin: 0 Auto; border-radius: 22px;” align=”center”>
<h6>Dharitri – Odisha’s No.1 Odia Daily</h6>
</div>