ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଲାଗି କ୍ରୀଡ଼ା ଉପକରଣଠାରୁ ଆରମ୍ଭ କରି ବ୍ୟବସ୍ଥିତ କରାଯିବ ଖେଳପଡ଼ିଆ। ବିଦ୍ୟାଳୟ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଏଭଳି କିଛି ସ୍ବପ୍ନ ଦେଖାଉଛନ୍ତି ସରକାର। ଶ୍ରେଣୀଗୃହ ନିର୍ମାଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯାଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳର ଶିକ୍ଷାର୍ଥୀଙ୍କ ଆଶା କୁହାଯାଉଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଦେଖିଲେ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି ମନେହୁଏ। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ବହୁ ପୁରାତନ ଖଙ୍କିରା ଉଚ୍ଚ ବିଦ୍ୟାଳୟ ତନ୍ମଧ୍ୟରୁ ଗୋଟିଏ। ପରିଚାଳନା ଏବଂ ଶିକ୍ଷାବିଭାଗ ଅଧିକାରୀଙ୍କ ଅବହେଳାରୁ ୪୯ ବର୍ଷର ଏହି ଶିକ୍ଷାନୁଷ୍ଠାନ ଏବେ ଶିରୀ ହରାଇଛି।
ଆଦିବାସୀ ଅଧ୍ୟୁଷିତ ଗଁଦିଆ ବ୍ଲକର ଛାତ୍ରୀଛାତ୍ରଙ୍କ ଉଚ୍ଚ ଶିକ୍ଷାର ଆଶା ପୂରଣ କରିବାକୁ ୧୯୭୨ରେ ପ୍ରତିଷ୍ଠା ହୋଇଥିଲା ଖଙ୍କିରା ଉଚ୍ଚ ବିଦ୍ୟାଳୟ। ଭିନ୍ନ ଶିକ୍ଷାଦାନ ଶୈଳୀ ଏବଂ ଭଲ ରେଜଲ୍ଟ ପାଇଁ ଏକଦା ଏହି ଶିକ୍ଷାନୁଷ୍ଠାନ ଜିଲାରେ ଅର୍ଜିଥିଲା ସୁନାମ। ଏଠାରେ ପଢ଼ି ବହୁ ଛାତ୍ରୀଛାତ୍ର ପ୍ରଶାସନିକ ବିଭାଗରେ ଉଚ୍ଚ ପଦବୀରେ ଚାକିରି କରିଛନ୍ତି। ହେଲେ ସମୟ ସ୍ରୋତରେ ଏହି ହାଇସ୍କୁଲ ଅବହେଳାର ଶିକାର ହୋଇଛି। ଭିତ୍ତିଭୂମିର ଅଭାବରେ ଶିକ୍ଷାଦାନ ପ୍ରଭାବିତ ହେଉଥିବାବେଳେ ଭବିଷ୍ୟତ ଚିନ୍ତାରେ ପଡ଼ିଛନ୍ତି ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ।
ବିଦ୍ୟାଳୟରେ ଏବେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ୩୫୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। କରୋନା ମହାମାରୀ ସମୟରେ ନବମ ଏବଂ ଦଶମ ଶ୍ରେଣୀର ପିଲାଙ୍କୁ ଅଫ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ଟିଜିଟି କଳା ଶିକ୍ଷକ, କ୍ଲାସିକାଲ ହିନ୍ଦୀ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, କିରାଣି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏକା ସଙ୍ଗରେ ବସି ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ରହିଛି। ବିଜ୍ଞାନ ଲବରେଟୋରି, ସାଇକେଲ ଷ୍ଟାଣ୍ଡ, ମିଟିଂ ହଲ, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପାଇଖାନା ନାହିଁ। ସ୍କୁଲର ମୁଖ୍ୟଫାଟକ ନିର୍ମାଣ ଲାଗି ବାରମ୍ବାର ଦାବି ହେଉଥିଲେ ହେଁ ତାହା ହେଉନାହିଁ। ପୂର୍ବରୁ ଏଠାରେ ବାର୍ଷିକ ମାଟ୍ରିକ ପରୀକ୍ଷା ଆୟୋଜନ କରାଯାଉଥିଲା। ହେଲେ ଲାଗି ରହିଥିବା ସମସ୍ୟାର ସମାଧାନ ହେଉ ନ ଥିବାରୁ ଜିଲା ଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ବାତିଲ କରିଦେଇଛି। ପାଇକା ଯୋଜନା ଅନୁଦାନରେ ଖେଳପଡ଼ିଆ ବିକଶିତ କରାଯାଇଥିଲେ ମଧ୍ୟ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ। ସ୍କୁଲର ହୃତଗୌରବ ଫେରାଇ ଆଣିବାକୁ ଗ୍ରାମବାସୀ ବାରମ୍ବାର ଜିଲା ପ୍ରଶାସନ ଏବଂ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଭିଯୋଗକୁ କେହି ଗୁରୁତ୍ୱ ଦେଉ ନ ଥିବା ସାମାଜିକ କର୍ମୀ ଅଶୋକ ପତି ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ନାୟକ କୁହନ୍ତି, ସ୍କୁଲରେ ଶୀଘ୍ର ଶିକ୍ଷକ ନିଯୁକ୍ତି ହେବାର ଅଛି। ସରକାରଙ୍କ ‘୫-ଟି’ ବ୍ୟବସ୍ଥାରେ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହେଇଥିବାରୁ ଅନ୍ୟାନ୍ୟ ସମସ୍ୟା ଦୂର ହେବ। ବିଇଓ ମିନତି ଦେହୁରୀ ସ୍କୁଲରେ ଲାଗି ରହିଥିବା ସମସ୍ୟାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଜିଲାରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହେଲେ ଖଙ୍କିରା ହାଇସ୍କୁଲକୁ ପ୍ରାଥମିକତା ଦିଆଯିବ। ଅନ୍ୟ ସମସ୍ୟାର ସମାଧାନ ‘୫-ଟି’ ମାଧ୍ୟମରେ କରାଯିବ।

ପିଲାଙ୍କୁ ସ୍କୁଲ ଛାଡ଼ିବୁ ନାହିଁ
ହାଇସ୍କୁଲର ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି ପାଇ ୩୫୦ ଟପିଲାଣି। ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନ ହେଲେ ପିଲାଙ୍କୁ ସ୍କୁଲ ଛାଡ଼ିବୁ ନାହିଁ।
-ଧରଣୀଧର ବିଶ୍ୱାଳ, ଅଭିଭାବକ
ଉପାନ୍ତ ଅଞ୍ଚଳ ବୋଲି ଅବହେଳା
ସହର ହୋଇଥିଲେ ସମସ୍ୟାର ସମାଧାନ ହୋଇସାରନ୍ତାଣି। ଉପାନ୍ତ ଅଞ୍ଚଳରେ ରହିଥିବାରୁ ସ୍କୁଲକୁ ଅବହେଳା କରାଯାଉଛି। ପ୍ରଶାସନ ସମସ୍ୟାକୁ ହୃଦୟଙ୍ଗମ କରୁନାହିଁ।
-ଅଜୟ କୁମାର ଧୀର, ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri