ତୈଳ ସଙ୍କଟ: ଶ୍ରୀଲଙ୍କାରେ ୨ ସପ୍ତାହ ସ୍କୁଲ ବନ୍ଦ

କଲମ୍ବୋ,୧୮ା୬: ତେଲ ଆମଦାନି ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ନ ଥିବାରୁ ଦୁଇ ସପ୍ତାହ ପାଇଁ ସ୍କୁଲ୍‌ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଶୁକ୍ରବାର ଘୋଷଣା କରାଯାଇଛି। ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଥିବାବେଳେ ସୋମବାରଠାରୁ ସବୁ ବିଭାଗ, ସରକାରୀ ସଂସ୍ଥା ଓ ସ୍ଥାନୀୟ ପରିଷଦ ସ୍ବଳ୍ପ ସମୟ ଲାଗି ପରିବହନ ସେବା ବ୍ୟବହାର କରିବା ଲାଗି ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଫିସକୁ କମ୍‌ କର୍ମଚାରୀ ଆସିବା ପାଇଁ କୁହାଯାଇଛି।

Share