କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଜିଲାରେ ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ବର୍ତ୍ତମାନ ତାପମାତ୍ରା ୮ ଡିଗ୍ରୀକୁ ଖସି ଆସିଛି। ଆଗାମୀ ଦିନରେ ଏହା ପୁଣି ହ୍ରାସ ପାଇବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶନିବାର ସକାଳୁ ପିଲାମାନେ ବିଦ୍ୟାଳୟ ଯିବାରେ କଷ୍ଟକର ହେଉଥିବାରୁ ଏହାକୁ ବନ୍ଦ କରାଯାଇଛି।
ଶନିବାର ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ଟା ଯାଏ ସ୍କୁଲ ଚାଲୁ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ପତ୍ର ସଂଖ୍ୟା ୯୯୭୩/ ତା. ୪ା୧୨ା୨୦୨୫ରେ ପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ଦିଆଯାଇଛି। ଏହା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ କାର୍ଯ୍ୟକାରୀ ହେବ। ଏହାକୁ କୌଣସି ବିଦ୍ୟାଳୟ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

