ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ

ଇସଲାମାବାଦ,୨୨ା୧: ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ପାକିସ୍ତାନ କଡ଼ା ମୁକାବିଲା କରୁଛି। ଏଠାରେ ଦୈନନ୍ଦିନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଦେଶର ଅବସ୍ଥା ଭଲ ନାହିଁ। ଏଭଳି ପରିସ୍ଥିତିରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାକିସ୍ତାନର ସମସ୍ୟାକୁ ବଢ଼ାଇ ଦେଉଛି। ସରକାରୀ ଆକଳନ ଅନୁଯାୟୀ, ଓମିକ୍ରନ ଭାରିଆଣ୍ଟ ଯୋଗୁ ଦେଶର ଅବସ୍ଥା ବିଗିଡ଼ିବାରେ ଲାଗିଲାଣି।

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏନ୍‌ସିଓସି ଦେଶର ସମସ୍ତ ସ୍କୁଲକୁ ଏକ ସପ୍ତାହ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏନ୍‌ସିଓସି ଏକ ବିଜ୍ଞପ୍ତିରେ କହିଛି, ଶିକ୍ଷାନୁଷ୍ଠାନ, କ୍ୟାମ୍ପସ, ବ୍ଲକ ସହିତ ନିର୍ଦ୍ଦିଷ୍ଟ କିଛି ବିଭାଗ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ।

 

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୩୬ ମିଲିୟନରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨୯,୦୭୭ରେ ପହଞ୍ଚିଛି।

Share