Categories: ଜାତୀୟ

ସ୍କୁଲ୍‌ ପିଲାଙ୍କ ଟିକାକରଣ ବଢ଼ାଅ

ନୂଆଦିଲ୍ଲୀ,୧୪।୬: କୋଭିଡ୍‌-୧୯ ଭୂତାଣୁ ବାରମ୍ବାର ରୂପ ବଦଳାଇବା ସହ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ସଂକ୍ରମଣ ବଢ଼ିଚାଲିଛି। ଏହାର ମୁକାବିଲା ଲାଗି ମାସ୍କ ବ୍ୟବହାର କରିବା ସହ ବୁଷ୍ଟର ଡୋଜ୍‌ ନେବା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ରାଜ୍ୟ ଇ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସ୍କୁଲ୍‌ ପିଲାଙ୍କ ଟିକାକରଣ ବୃଦ୍ଧି କରିବାକୁ କହିଛନ୍ତି। ବରିଷ୍ଠ ନାଗରିକଙ୍କୁ ପ୍ରିକଶନ ଡୋଜ୍‌ ଦେବା ସହିତ ଜିନୋମ ସିକ୍ୱେନ୍ସିଂ ବଢ଼ାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କୋଭିଡ୍‌ ସମ୍ପୂର୍ଣ୍ଣ ଯାଇନାହିଁ। ଏବେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବାରୁ ସତର୍କ ରହିବା ଜରୁରୀ ବୋଲି ମାଣ୍ଡବ୍ୟ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକରେ କହିଛନ୍ତି। ବିଭିନ୍ନ ରାଜ୍ୟରେ କୋଭିଡ୍‌ ପରୀକ୍ଷା କମିଯାଇଛି। ରୋଗକୁ ଠିକ୍‌ ସମୟରେ ଚିହ୍ନଟ କରାଗଲେ ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ। ତେଣୁ ପରୀକ୍ଷା ବଢ଼ାଇବା ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ସୋମବାର ଦେଶରେ ୮,୦୮୪ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କ୍ରମାଗତ ୩ ଦିିନ ହେଲା ସଂକ୍ରମଣ ୮,୦୦୦ ଉପରେ ରହିଛି। ସେହିପରି ସକ୍ରିୟ ମାମଲା ସଂଖ୍ୟା ୪୭,୯୯୫ରେ ପହଞ୍ଚତ୍ଲାଣି। ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ସହ ଦେଶରେ କୋଭିଡ୍‌ ଜନିତ ମୋଟ ମୃତ୍ୟୁସଂଖ୍ୟା ୫,୨୪,୭୭୧ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଓମିକ୍ରନ୍‌ ଭାରିଆଣ୍ଟ ବିଏ.୨, ବିଏ.୪ ଏବଂ ବିଏ.୫ ଯୋଗୁ ବର୍ତ୍ତମାନ ସଂକ୍ରମଣ ବଢ଼ୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ରୋଗୀ ବିଶେଷ ଗୁରୁତର ହେଉ ନ ଥିଲେ ହେଁ ସଂକ୍ରମଣ ସ୍ତର ଅଧିକ ରହିଛି। ଭାରତରେ ସପ୍ତାହେ ମଧ୍ୟରେ ୫୦,୦୦୦ ସଂକ୍ରମିତ ହେଲେଣି, ଯାହାକି ଜାନୁୟାରୀ ପରେ ସର୍ବାଧିକ। ସପ୍ତାହେ ମଧ୍ୟରେ ମହାରାଷ୍ଟ୍ରରେ ୧୬,୩୭୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ ୧୫,୩୬୩, କର୍ନାଟକରେ ୩,୬୫୧, ଦିଲ୍ଲୀରେ ୨,୪୪୨ ଓ ହରିୟାଣାରେ ୧,୬୧୭ ମାମଲା ଚିହ୍ନଟ ହୋଇଛି।

Share