Posted inଜାତୀୟ

ସ୍କୁଲ୍‌ ପିଲାଙ୍କ ଟିକାକରଣ ବଢ଼ାଅ

ନୂଆଦିଲ୍ଲୀ,୧୪।୬: କୋଭିଡ୍‌-୧୯ ଭୂତାଣୁ ବାରମ୍ବାର ରୂପ ବଦଳାଇବା ସହ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ସଂକ୍ରମଣ ବଢ଼ିଚାଲିଛି। ଏହାର ମୁକାବିଲା ଲାଗି ମାସ୍କ ବ୍ୟବହାର କରିବା ସହ ବୁଷ୍ଟର ଡୋଜ୍‌ ନେବା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ରାଜ୍ୟ ଇ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସ୍କୁଲ୍‌ ପିଲାଙ୍କ ଟିକାକରଣ ବୃଦ୍ଧି କରିବାକୁ କହିଛନ୍ତି। ବରିଷ୍ଠ ନାଗରିକଙ୍କୁ ପ୍ରିକଶନ ଡୋଜ୍‌ ଦେବା ସହିତ ଜିନୋମ ସିକ୍ୱେନ୍ସିଂ ବଢ଼ାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କୋଭିଡ୍‌ ସମ୍ପୂର୍ଣ୍ଣ ଯାଇନାହିଁ। ଏବେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବାରୁ ସତର୍କ ରହିବା ଜରୁରୀ ବୋଲି ମାଣ୍ଡବ୍ୟ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକରେ କହିଛନ୍ତି। ବିଭିନ୍ନ ରାଜ୍ୟରେ କୋଭିଡ୍‌ ପରୀକ୍ଷା କମିଯାଇଛି। ରୋଗକୁ ଠିକ୍‌ ସମୟରେ ଚିହ୍ନଟ କରାଗଲେ ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ। ତେଣୁ ପରୀକ୍ଷା ବଢ଼ାଇବା ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ସୋମବାର ଦେଶରେ ୮,୦୮୪ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କ୍ରମାଗତ ୩ ଦିିନ ହେଲା ସଂକ୍ରମଣ ୮,୦୦୦ ଉପରେ ରହିଛି। ସେହିପରି ସକ୍ରିୟ ମାମଲା ସଂଖ୍ୟା ୪୭,୯୯୫ରେ ପହଞ୍ଚତ୍ଲାଣି। ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ସହ ଦେଶରେ କୋଭିଡ୍‌ ଜନିତ ମୋଟ ମୃତ୍ୟୁସଂଖ୍ୟା ୫,୨୪,୭୭୧ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଓମିକ୍ରନ୍‌ ଭାରିଆଣ୍ଟ ବିଏ.୨, ବିଏ.୪ ଏବଂ ବିଏ.୫ ଯୋଗୁ ବର୍ତ୍ତମାନ ସଂକ୍ରମଣ ବଢ଼ୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ରୋଗୀ ବିଶେଷ ଗୁରୁତର ହେଉ ନ ଥିଲେ ହେଁ ସଂକ୍ରମଣ ସ୍ତର ଅଧିକ ରହିଛି। ଭାରତରେ ସପ୍ତାହେ ମଧ୍ୟରେ ୫୦,୦୦୦ ସଂକ୍ରମିତ ହେଲେଣି, ଯାହାକି ଜାନୁୟାରୀ ପରେ ସର୍ବାଧିକ। ସପ୍ତାହେ ମଧ୍ୟରେ ମହାରାଷ୍ଟ୍ରରେ ୧୬,୩୭୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ ୧୫,୩୬୩, କର୍ନାଟକରେ ୩,୬୫୧, ଦିଲ୍ଲୀରେ ୨,୪୪୨ ଓ ହରିୟାଣାରେ ୧,୬୧୭ ମାମଲା ଚିହ୍ନଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri