Posted inଫୁରସତ

ସ୍କଲାରଶିପ୍‌ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର

ଶିକ୍ଷାବିତ୍‌, ଅନୁବାଦିକା ତଥା ବିଜ୍ଞାନ ଲେଖିକା ଡକ୍ଟର ମୃଦୁଳା ମିଶ୍ର ପ୍ରଥମ ରୋଜଗାର ସମ୍ପର୍କରେ
ଯାହା କୁହନ୍ତି…

ମୋର ଜନ୍ମ ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ । ପିଲାଦିନୁ ମୁଁ ସାହିତି୍ୟକ ବାତାବରଣରେ ବଢ଼ିଛି । ବାପା ପ୍ରଫେସର୍‌ ନରେନ୍ଦ୍ର ନାଥ ମିଶ୍ର ଥିଲେ ବିଶିଷ୍ଟ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର। ଆମ ବିଦ୍ୟାଳୟ ପାଠଭବନରେ ସାପ୍ତାହିକ ସାହିତ୍ୟ ସଭା ହେଉଥିଲା । ତେଣୁ ଘରେ ବାହାରେ ସାହିତ୍ୟ ଚର୍ଚ୍ଚାର ପରିସର ଥିଲା। ମନେ ଅଛି ସାହିତ୍ୟ ସଭାରେ ପାଠ କରିଥିବା ମୋର ପ୍ରଥମ ରଚନା ଥିଲା ‘ଲୁଇ ପାସ୍ତୁର ଓ ଜଳାତଙ୍କ ରୋଗ’ । ତାହା ଥିଲା ମୋର ପ୍ରଥମ ଜନପ୍ରିୟ ବିଜ୍ଞାନ ରଚନା, ଯାହାକି ବଙ୍ଗଳା ଭାଷାରେ କାରଣ ଆମେ ବଙ୍ଗଳା ମାଧ୍ୟମରେ ପାଠ ପଢ଼ୁଥିଲୁ। ମୁଁ ଥିଲି ଗ୍ରନ୍ଥକୀଟ । ଘରେ ରବୀନ୍ଦ୍ର ରଚନାବଳୀ ଥିଲା। ମୁଁ ରବୀନ୍ଦ୍ର ସାହିତ୍ୟର ଜଣେ ଅନୁରାଗୀ ପାଠିକା ହୋଇଗଲି । ବିଦ୍ୟାଳୟର ‘ସମୀନ୍ଦ୍ର ପାଠାଗାର’ ଥିଲା ମୋର ପ୍ରିୟସ୍ଥାନ । ‘ଗଲିଭାର୍‌ ଟ୍ରାଭେଲ୍‌ସ’ଠୁ ଆରମ୍ଭ କରି ‘ଆରବ୍ୟ ରଜନୀର ଗଳ୍ପ’ ପରି କେତେ ଇଂରାଜୀ ଉପନ୍ୟାସର ବଙ୍ଗଳା ଅନୁବାଦ ମୁଁ ପଢିଛି। ତେବେ ସାହିତ୍ୟ ଥିଲା ମୋ ପାଇଁ ଅବସର ବିନୋଦନ।
ଗଣିତ ଓ ବିଜ୍ଞାନ ପ୍ରତି ଆକୃଷ୍ଟ ହେଲି। ଦଶମ ଶ୍ରେଣୀ ଗଣିତରେ ସର୍ବୋଚ୍ଚ ମାର୍କ ରଖିଥିବାରୁ ମୋତେ ‘ଜଗଦାନନ୍ଦ ରାୟ ସ୍ମୃତି ପୁରସ୍କାର’ ସ୍ବରୂପ ମିଳିଥିବା ଦୁଇଶହ ଟଙ୍କାରେ ପାଞ୍ଚୋଟି ବହି ନିଜ ପସନ୍ଦ ଅନୁସାରେ କିଣିଥିଲି । ମନେଅଛି ମୁଁ ସେଥିରେ ରବୀନ୍ଦ୍ରନାଥଙ୍କର ‘ଗୀତାଞ୍ଜଳି’, ‘ନୈବେଦ୍ୟ’, ‘Four Chapters’ ପ୍ରଭୃତି ବହି କିଣିଥିଲି । ଏକାଦଶ ଶ୍ରେଣୀରୁ ସ୍ନାତକୋତ୍ତର ଯାଏଁ ମୁଁ ସ୍କଲାରଶିପ୍‌ ପାଇଛି । ମାସିକ ଷାଠିଏ ଟଙ୍କାରୁ ବଢ଼ି ଏମ୍‌ଏସ୍‌ସି ବେଳକୁ ତାହା ଶହେ ହୋଇଯାଇଥିଲା।
କୁହାଯାଇପାରେ ତାହା ମୋର ପ୍ରଥମ ରୋଜଗାର । ପୋଷ୍ଟଅଫିସ୍‌ରେ ମୋ ନାଁରେ ଗୋଟିଏ ସଞ୍ଚୟ ଖାତା ଖୋଲାହେଲା। ସେଥିରେ ତାହା ଜମା ହେଉଥିଲା । ତା’ପରେ ଭାରତ ସରକାରଙ୍କ ‘ଆଣବିକ ଶକ୍ତି ବିଭାଗ’ର ଫେଲୋଶିପ ପାଇ ମୁଁ ଭୁବନେଶ୍ୱରସ୍ଥିତ ‘ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ’ରେ ଗବେଷଣା କଲି । ଫେଲୋଶିପ ଟଙ୍କାରେ ନିଜ ଖର୍ଚ୍ଚ ତୁଲାଇବା ସହ ‘ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ’ରେ ପଢ଼ୁଥିବା ମୋ ସାନଭଉଣୀକୁ ହାତଖର୍ଚ୍ଚ ଦେଉଥିଲି ।
ଗବେଷଣା ଅନ୍ତେ ୧୯୯୦ ମସିହାରେ ସର୍ଭିସ୍‌ ସିଲେକ୍ସନ ବୋର୍ଡ ଦ୍ୱାରା ମନୋନୀତ ହୋଇ କଲେଜରେ ଯୋଗଦେବା ପରେ ଆଉ ତାତ୍ତ୍ୱିକ ଗବେଷଣା କରିବା ସମ୍ଭବ ହେଲାନାହିଁ । ସେତେବେଳେ ଅଧ୍ୟାପନା ସହିତ ଜନପ୍ରିୟ ବିଜ୍ଞାନ ରଚନା ଲେଖିବାକୁ ପ୍ରୟାସ କଲି । ଶିଶୁଲେଖା ପ୍ରକାଶ ପାଉଥାଏ । ସେଥିରେ ‘ଉଦ୍ଭିଦ ଜଗତର ଅଦ୍ଭୁତ କଥା’ ଓ ‘ଯନ୍ତ୍ର ମାନବ ରୋବଟ୍‌’ ପ୍ରକାଶ ପାଇଥିଲା । କେତେ ପାରିଶ୍ରମିକ ମିଳିଥିଲା ମନେ ନାହିଁ। ତେବେ ଭଞ୍ଜକଳା ମଣ୍ଡପରେ ବିଜ୍ଞାନ ଏକାଡେମୀର ଏକ ସେମିନାର ହୋଇଥିଲା । ମୋତେ ପ୍ରବନ୍ଧ ପାଠ କରିବାକୁ ଆମନ୍ତ୍ରଣ ଆସିଥିଲା। ବିଜ୍ଞାନ ଜନପ୍ରିୟକରଣ ଉପରେ ଏକ ପ୍ରବନ୍ଧ ମୁଁ ପାଠ କରିଥିଲି । ସେହି ଦିନଠାରୁ ମୋର ବିଜ୍ଞାନ ଏକାଡେମୀ ସହ ସମ୍ପର୍କ । ବିଜ୍ଞାନ ଦିଗନ୍ତରେ ପ୍ରବନ୍ଧ ପ୍ରକାଶ ପାଇଲେ ଦୁଇଶହ ଟଙ୍କା ମିଳେ । ସେ ଏକ ନିଆରା ଆନନ୍ଦ। ଦରମା ସହ ତାହା ତୁଳନୀୟ ନୁହେଁ । ତାହା ସୃଷ୍ଟିର ଆନନ୍ଦ । ନିଜକୁ, ନିଜ ଲେଖାକୁ ସ୍ବୀକୃତି ମିଳିବାର ଆନନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri