ନୂଆପଡ଼ା,୮।୧୦(ମକାରୁ ବେମାଲ)ନୂଆପଡା ଜିଲାରେ ୨୦୨୩ ଜୁନ ୧୯ରେ ଜିଲାପାଳଙ୍କ ପତ୍ରସଂଖ୍ୟା ୧୯୧୨ରେ ଜିଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ୭୯ ଶିକ୍ଷୟିତ୍ରୀ, ଶିକ୍ଷକ ଓ ୧୯ ଜଣ ପ୍ରଧାନ ଶିକ୍ଷକଙ୍କ ବଦଳି ଆଦେଶ ହୋଇଥିଲା। ସରକାରୀ ଆଦେଶକୁ ବେଖାତିର କରି ତତ୍କାଳୀନ ଜିଲା ମଙ୍ଗଳ ଅଧିକାରୀ ବଦଳି ପ୍ରକ୍ରିୟାକୁ ନିଜ ମନମୁଖୀ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅବିଭାବକ, ଜିଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ଜିଲାପାଳଙ୍କ ଠାରେ ବଦଳି ପ୍ରକ୍ରିୟାର ଅନିୟମିତତା ସମ୍ବନ୍ଧରେ ଅଭିଯୋଗ କରିଥିଲେ। ଖୁବଶିଘ୍ର ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷକ ଦିଆଯିବ ଓ ବଦଳିର ପୁନଃ ନବୀକରଣ କରାଯିବ ବୋଲି ଜିଲାପାଳ ହେମକାନ୍ତ ସାୟ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେଲା ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପତ୍ର ସଂଖ୍ୟା ୨୪୬୭, ୨୦୨୩ ଜୁଲାଇ ୨୦ରେ ଜିଲା ମଙ୍ଗଳ ଅଧିକାରୀ ନନ୍ଦି କିଶୋର ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି ଆଦେଶ ହେଲା। ନୂତନ ଜିଲା ମଙ୍ଗଳ ଅଧିକାରୀ ଯୋଗଦାନ କଲା ପରେ ବିଭାଗୀୟ ଶିକ୍ଷୟିତ୍ରୀ,ଶିକ୍ଷକ, ଅବିଭାବକ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ଚୁପ ରହିଛି। ଜିଲାରେ ଥିବା ୮ ଟି ଆଶ୍ରମ ବିଦ୍ୟାଳୟରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀରେ ବରିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରି କନିଷ୍ଠ ଶିକ୍ଷକମାନଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି। ଜିଲାରେ ଖାଲିଥିବା ସ୍ନାତକ ତାଲିମପ୍ରାପ୍ତ (ବିଇଡି) ପ୍ରଧାନ ଶିକ୍ଷକ ପଦବୀ ଗୋଟିଏ ଓ ୬ଟି ଯୁକ୍ତ ଦୁଇ ସିଟି ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଦୋନ୍ନତି କମିଟି ଡକା ଯାଇ ନାହିଁ କି ପଦୋନ୍ନତି ଦିଆଯାଇ ନାହିଁ। ସ୍ନାତକ ତାଲିମପ୍ରାପ୍ତ ବିଇଡି ପ୍ରଧାନ ଶିକ୍ଷକ ୩ ଜଣଙ୍କୁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି। ଆଶ୍ରମ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ଶିକ୍ଷକ ଅନୁପାତରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ପାଠପଢା ବନ୍ଦ ହୋଇ ଯାଇଛି। ଏଣୁ ସମସ୍ତ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଛାତ୍ର, ଶିକ୍ଷକ ଅନୁପାତରେ ଶିକ୍ଷକ ନିଯୁକ୍ତ, ଖାଲିଥିବା ପ୍ରଧାନ ଶିକ୍ଷକ ପଦୋନ୍ନତି ତାଲିକା ଭିତରେ ବରିଷ୍ଠ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ପଦରେ ନିଯୁକ୍ତି, ପ୍ରତି ଆଶ୍ରମ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷୟିତ୍ରୀ ଓ ଜଣେ ଲେଖାଏଁ ବିଜ୍ଞାନ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇ ଜିଲାପାଳ ହସ୍ତକ୍ଷେପ କରି ବଦଳି ନବୀକରଣ କରିବା ସକାଶେ ଅବିଭାବକ, ଶିକ୍ଷାବିତ, ଜନସାଧାରଣ ଓ ଶିକ୍ଷକ ମହଲରେ ଦାବି ହେଉଛି।
କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…
ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…
ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା
କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…
ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…
ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…
ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ
ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…
ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!
ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…
କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା
ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…
ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ
ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…
ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ
ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…
Archives

