ଦିବ୍ୟାଙ୍ଗଙ୍କୁୁ ଡାକି ହତାଶ କଲେ

ଯାଜପୁର ଟାଉନ,୩୧ା୫(ଡି.ଏନ.ଏ.): ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ପୃଷ୍ଟପୋଷକତା ଯୋଜନାରେ ସାମିଲ କରିବା ନିମନ୍ତେ ଅନୁସୂଚିତ ଜନଜାତି ପିଲାଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଡକାଯାଇ ହତାଶ କରାଯାଇଛି। ସେମାନଙ୍କ ମଧ୍ୟରୁ ଗରିବ ଓ ଦିବ୍ୟାଙ୍ଗ ଅନୁସୂଚିତ ଜନଜାତି ଆସିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ନ କରି ଫେରାଇ ଦିଆଯାଇଥିବା ଜଣାପଡିଛି। ଦାନଗଦି ଓ ସୁକିନ୍ଦା ବ୍ଲକ୍‌ରେ ବସବାସ କରୁଥିବା ଅନୁସୂଚିତ ଜନଜାତିର ଲୋକଙ୍କ ସମସ୍ୟାର ସମାଧାନ କରିବାରେ ପ୍ରଶାସନ ଫେଲ୍‌ ମାରିଛି। ଦାନଗଦୀ ଓ ସୁକିନ୍ଦା ଜିଲା ମୁଖ୍ୟାଳୟଠାରୁ ୫୦ କି.ମି.ରୁ ଅଧିକ ଦୂରରେ ହୋଇଥିବାବେଳେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ଦାନଗଦୀ ଓ ସୁକିନ୍ଦାର କେତେଜଣ ଅନୁସୂଚିତ ଜନଜାତି ଶ୍ରେଣୀର ଲୋକଙ୍କୁ ଖରାଦିନରେ ଅଯଥା ଜିଲାପାଳଙ୍କ କାର୍ଯାଳୟକୁ ଡକାଇବା ଓ ସେମାନଙ୍କ ସମସ୍ୟାର ସମାଧାନ ନ କରି ଫେରାଇ ଦେବା ସେମାନଙ୍କ ମନରେ ଆଘାତ ସୃଷ୍ଟି କରିଛି।
ଗତ ଗୁରୁବାର ଉପରୋକ୍ତ ଅଞ୍ଚଳର ଗରିବ ଓ ଦିବ୍ୟାଙ୍ଗ ଅନୁସୂଚିତ ଜନଜାତିର ଶତପ୍ରତିଶତ ଦିବ୍ୟାଙ୍ଗ ସାଲୁଜା ପୂର୍ତ୍ତିଙ୍କ ସମେତ ବହୁ ଆଦିବାସୀ ଲୋକେ ଅତ୍ୟନ୍ତ କଷ୍ଟରେ ଡହଡହ ଖରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ୫ ଘଣ୍ଟା ଅପେକ୍ଷା କରିଲା ପରେ ଜିଲାପାଳ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଅପରାହ୍ନ ୩ଟା ବେଳେ ଘରକୁ ଫେରିଯିବାକୁ କୁହାଯାଇଥିଲା। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଅଯଥାରେ ଡକାଇ ହିନସ୍ତା କରିଥିବା ଘଟଣାକୁ ସାଧାରଣରେ ନାପସନ୍ତ କରାଯାଇଛି। ସାଲୁକା ଓ ତାଙ୍କ ପରିବାର ୧ ହଜାର ଟଙ୍କା ଖର୍ଚ୍ଚ କରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଏଭଳି ସ୍ଥିତିରେ ସେମାନଙ୍କୁ ଡାକୁ ସେମାନଙ୍କ କଥା ନ ବୁଝି ଫେରାଇ ଦେବା ଘଟଣାକୁ ସାମାଜିକ କର୍ମୀ ମଣ୍ଟୁ ଦାସ ନିିନ୍ଦା କରିଛନ୍ତି। ଶିଶୁ ସୁରକ୍ଷା ୟୁନିଟ୍‌ର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଦାସ କହିଛନ୍ତି। ଏପରି କ୍ଷେତ୍ରରେ ପ୍ରଶାସନ ଦାନଗଦୀ ଓ ସୁକିନ୍ଦା ଲୋକଙ୍କ ସ୍ବାର୍ଥ ପାଇଁ ସେମାନଙ୍କ ପାଖରେ ପହଞ୍ଚତ୍ବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ନିରଞ୍ଜନ କରଙ୍କୁ ଟେଲିଫୋନ୍‌ ଯୋଗେ ପଚାରିବାରୁ ସେ ଏହି ପ୍ରଶ୍ନର କୌଣସି ନ ଦେଇ ଫୋନ୍‌ କାଟି ଦେଇଥିଲେ।