ଦିବ୍ୟାଙ୍ଗଙ୍କୁୁ ଡାକି ହତାଶ କଲେ

ଯାଜପୁର ଟାଉନ,୩୧ା୫(ଡି.ଏନ.ଏ.): ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ପୃଷ୍ଟପୋଷକତା ଯୋଜନାରେ ସାମିଲ କରିବା ନିମନ୍ତେ ଅନୁସୂଚିତ ଜନଜାତି ପିଲାଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଡକାଯାଇ ହତାଶ କରାଯାଇଛି। ସେମାନଙ୍କ ମଧ୍ୟରୁ ଗରିବ ଓ ଦିବ୍ୟାଙ୍ଗ ଅନୁସୂଚିତ ଜନଜାତି ଆସିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ନ କରି ଫେରାଇ ଦିଆଯାଇଥିବା ଜଣାପଡିଛି। ଦାନଗଦି ଓ ସୁକିନ୍ଦା ବ୍ଲକ୍‌ରେ ବସବାସ କରୁଥିବା ଅନୁସୂଚିତ ଜନଜାତିର ଲୋକଙ୍କ ସମସ୍ୟାର ସମାଧାନ କରିବାରେ ପ୍ରଶାସନ ଫେଲ୍‌ ମାରିଛି। ଦାନଗଦୀ ଓ ସୁକିନ୍ଦା ଜିଲା ମୁଖ୍ୟାଳୟଠାରୁ ୫୦ କି.ମି.ରୁ ଅଧିକ ଦୂରରେ ହୋଇଥିବାବେଳେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ଦାନଗଦୀ ଓ ସୁକିନ୍ଦାର କେତେଜଣ ଅନୁସୂଚିତ ଜନଜାତି ଶ୍ରେଣୀର ଲୋକଙ୍କୁ ଖରାଦିନରେ ଅଯଥା ଜିଲାପାଳଙ୍କ କାର୍ଯାଳୟକୁ ଡକାଇବା ଓ ସେମାନଙ୍କ ସମସ୍ୟାର ସମାଧାନ ନ କରି ଫେରାଇ ଦେବା ସେମାନଙ୍କ ମନରେ ଆଘାତ ସୃଷ୍ଟି କରିଛି।
ଗତ ଗୁରୁବାର ଉପରୋକ୍ତ ଅଞ୍ଚଳର ଗରିବ ଓ ଦିବ୍ୟାଙ୍ଗ ଅନୁସୂଚିତ ଜନଜାତିର ଶତପ୍ରତିଶତ ଦିବ୍ୟାଙ୍ଗ ସାଲୁଜା ପୂର୍ତ୍ତିଙ୍କ ସମେତ ବହୁ ଆଦିବାସୀ ଲୋକେ ଅତ୍ୟନ୍ତ କଷ୍ଟରେ ଡହଡହ ଖରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ୫ ଘଣ୍ଟା ଅପେକ୍ଷା କରିଲା ପରେ ଜିଲାପାଳ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଅପରାହ୍ନ ୩ଟା ବେଳେ ଘରକୁ ଫେରିଯିବାକୁ କୁହାଯାଇଥିଲା। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଅଯଥାରେ ଡକାଇ ହିନସ୍ତା କରିଥିବା ଘଟଣାକୁ ସାଧାରଣରେ ନାପସନ୍ତ କରାଯାଇଛି। ସାଲୁକା ଓ ତାଙ୍କ ପରିବାର ୧ ହଜାର ଟଙ୍କା ଖର୍ଚ୍ଚ କରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଏଭଳି ସ୍ଥିତିରେ ସେମାନଙ୍କୁ ଡାକୁ ସେମାନଙ୍କ କଥା ନ ବୁଝି ଫେରାଇ ଦେବା ଘଟଣାକୁ ସାମାଜିକ କର୍ମୀ ମଣ୍ଟୁ ଦାସ ନିିନ୍ଦା କରିଛନ୍ତି। ଶିଶୁ ସୁରକ୍ଷା ୟୁନିଟ୍‌ର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଦାସ କହିଛନ୍ତି। ଏପରି କ୍ଷେତ୍ରରେ ପ୍ରଶାସନ ଦାନଗଦୀ ଓ ସୁକିନ୍ଦା ଲୋକଙ୍କ ସ୍ବାର୍ଥ ପାଇଁ ସେମାନଙ୍କ ପାଖରେ ପହଞ୍ଚତ୍ବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ନିରଞ୍ଜନ କରଙ୍କୁ ଟେଲିଫୋନ୍‌ ଯୋଗେ ପଚାରିବାରୁ ସେ ଏହି ପ୍ରଶ୍ନର କୌଣସି ନ ଦେଇ ଫୋନ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri