Posted inଜାତୀୟ

ପ୍ରଘଟ ନ କରିବାକୁ ରାଷ୍ଟ୍ରପତିଙ୍କୁ ଏସ୍‌ସିବିଏ ମୁଖ୍ୟଙ୍କ ପତ୍ର

ନୂଆଦିଲ୍ଲୀ,୧୩।୩: ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ବଢ଼ାଇବା ନିମନ୍ତେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଏଥିସହ ମଙ୍ଗଳବାର ଅଫିସ ସମୟ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦାଖଲ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଏସ୍‌ବିଆଇ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ବଣ୍ଡ୍‌ ତଥ୍ୟ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାଖଲ କରାଯାଇଛି। ଆସନ୍ତା ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟକୁ ନିର୍ବାଚନ କମିଶନ ନିଜ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ଥିବାବେଳେ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ (ଏସ୍‌ସିବିଏ) ସଭାପତି ଆଦୀଶ ସି. ଅଗ୍ରଓ୍ବାଲ ଏହା ବିରୋଧରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ସର୍ବୋଚ୍ଚ ଅଦାଲତ ମାମଲାର ପୁନଃ ଶୁଣାଣି ନ କରିବା ପର୍ଯ୍ୟନ୍ତ ରାୟ କାର୍ଯ୍ୟକାରୀ କରା ନ ଯାଉ। ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବା କର୍ପୋରେଟ୍‌ ହାଉସ୍‌ଗୁଡ଼ିକର ନାଁ ପ୍ରଘଟ ହେଲେ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଦୀଶ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ ଆଦୀଶଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି।
ନେତୃତ୍ୱରେ ଏସ୍‌ସିବିଏ ଏବଂ ଅଲ୍‌ ଇଣ୍ଡିଆ ବାର୍‌ ଆସୋସିଏଶନ୍‌ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ପତ୍ରରେ ଇଲେକ୍ଟୋରାଲ୍‌ ବଣ୍ଡ୍‌ ତଥ୍ୟ ପ୍ରଘଟ ନ କରିବାକୁ ଅନୁରୋଧ କରାଯାଇଛି। କର୍ପୋରେଟ୍‌ ହାଉସ୍‌ଗୁଡ଼ିକର ନାମ ପ୍ରକାଶ କରାଗଲେ ସେମାନେ ଅଡ଼ୁଆ ସ୍ଥିତିର ସମ୍ମୁଖୀନ ହେବେ। ଏହାର ନକାରାମତ୍କ ପ୍ରଭାବ ଚାନ୍ଦା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପଡ଼ିବ। ଏପରି କି ଶିଳ୍ପ ସଂସ୍ଥାଗୁଡ଼ିକଠାରୁ କମ୍‌ ଚାନ୍ଦା ପାଇଥିବା ଦଳଗୁଡ଼ିକ ସେମାନଙ୍କୁ ହଇରାଣ ମଧ୍ୟ କରିପାରନ୍ତି। ଚାନ୍ଦା ଗ୍ରହଣ କରିବା ସମୟରେ ଦଳଗୁଡ଼ିକ ଦେଇଥିବା ପ୍ରତିଶ୍ରୁତିରୁ ମଧ୍ୟ ସେମାନେ ଓହରିଯାଇପାରନ୍ତି ବୋଲି ଆଦୀଶ ଏଥିରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆଦୀଶ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ଏପରି ରାୟ ଦେବା ଅନୁଚିତ, ଯାହା ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟିକରି ସଂସଦର ଗରିମାକୁ କ୍ଷୂଣ୍ଣ କରିବ। ଚାନ୍ଦା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେଲେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଉଥିବା ସମ୍ମାନ ହରାଇବସିବ। କେବଳ ଏତିକି ନୁହେଁ, ଏହି ପ୍ରଘଟ ପରେ ଆଗକୁ ଦଳଗୁଡ଼ିକୁ ମଧ୍ୟ ଚାନ୍ଦା ଦେବାକୁ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ କୁଣ୍ଠାବୋଧ କରିବେ। ବିଦେଶୀ କର୍ପୋରେଟ୍‌ ଆଉ ଭାରତରେ ନିଜ ସଂସ୍ଥା ଖୋଲିବେ ନାହିଁ କିମ୍ବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବେ ନାହିଁ। ତେଣୁ ରାଷ୍ଟ୍ରପତି ନିଜ ପ୍ରେସିଡେନ୍ସିଆଲ ରେଫରେନ୍ସ ବଳରେ ବଣ୍ଡ୍‌ ତଥ୍ୟ ଜାରିକୁ ରୋକନ୍ତୁ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪୩ ଅନୁସାରେ ଆଇନରେ କୌଣସି ପ୍ରଶ୍ନ ଉଠିଲେ କିମ୍ବା ଭବିଷ୍ୟତରେ ସାଧାରଣ ସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଉଠିବା ଆଶଙ୍କା ଥିଲେ ରାଷ୍ଟ୍ରପତି ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇପାରିବେ।
ପ୍ରକାଶ ଯେ, ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବା ପରେ ଏସ୍‌ବିଆଇ ଏପର୍ଯ୍ୟନ୍ତ ୩୦ ପର୍ଯ୍ୟାୟରେ ୧୬,୫୧୮ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି କରିଛି। ଗତ ମାସ ୧୫ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡ୍‌କୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାରର ବିରୋଧୀ କହି ରଦ୍ଦ କରିଦେଇଥିଲେ। ଏଥିସହିତ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ କେଉଁ ଦଳକୁ କିଏ କେତେ ଟଙ୍କା ଦେଇଛନ୍ତି, ତାହାର ସମ୍ପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୬ ସୁଦ୍ଧା ଇସିଙ୍କ ନିକଟରେ ଦାଖଲ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ପ୍ରଦାନ ଲାଗି ଏସ୍‌ବିଆଇ ଅଧିକ ସମୟ ମାଗିଥିବାବେଳେ ଅଦାଲତ ଏହାକୁ ଖାରଜ କରିଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଦାଖଲ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ଏସ୍‌ବିଆଇକୁ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?