Posted inଜାତୀୟ

ପ୍ରଘଟ ନ କରିବାକୁ ରାଷ୍ଟ୍ରପତିଙ୍କୁ ଏସ୍‌ସିବିଏ ମୁଖ୍ୟଙ୍କ ପତ୍ର

ନୂଆଦିଲ୍ଲୀ,୧୩।୩: ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ବଢ଼ାଇବା ନିମନ୍ତେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଏଥିସହ ମଙ୍ଗଳବାର ଅଫିସ ସମୟ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦାଖଲ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଏସ୍‌ବିଆଇ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ବଣ୍ଡ୍‌ ତଥ୍ୟ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାଖଲ କରାଯାଇଛି। ଆସନ୍ତା ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟକୁ ନିର୍ବାଚନ କମିଶନ ନିଜ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ଥିବାବେଳେ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ (ଏସ୍‌ସିବିଏ) ସଭାପତି ଆଦୀଶ ସି. ଅଗ୍ରଓ୍ବାଲ ଏହା ବିରୋଧରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ସର୍ବୋଚ୍ଚ ଅଦାଲତ ମାମଲାର ପୁନଃ ଶୁଣାଣି ନ କରିବା ପର୍ଯ୍ୟନ୍ତ ରାୟ କାର୍ଯ୍ୟକାରୀ କରା ନ ଯାଉ। ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବା କର୍ପୋରେଟ୍‌ ହାଉସ୍‌ଗୁଡ଼ିକର ନାଁ ପ୍ରଘଟ ହେଲେ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଦୀଶ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ ଆଦୀଶଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି।
ନେତୃତ୍ୱରେ ଏସ୍‌ସିବିଏ ଏବଂ ଅଲ୍‌ ଇଣ୍ଡିଆ ବାର୍‌ ଆସୋସିଏଶନ୍‌ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ପତ୍ରରେ ଇଲେକ୍ଟୋରାଲ୍‌ ବଣ୍ଡ୍‌ ତଥ୍ୟ ପ୍ରଘଟ ନ କରିବାକୁ ଅନୁରୋଧ କରାଯାଇଛି। କର୍ପୋରେଟ୍‌ ହାଉସ୍‌ଗୁଡ଼ିକର ନାମ ପ୍ରକାଶ କରାଗଲେ ସେମାନେ ଅଡ଼ୁଆ ସ୍ଥିତିର ସମ୍ମୁଖୀନ ହେବେ। ଏହାର ନକାରାମତ୍କ ପ୍ରଭାବ ଚାନ୍ଦା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପଡ଼ିବ। ଏପରି କି ଶିଳ୍ପ ସଂସ୍ଥାଗୁଡ଼ିକଠାରୁ କମ୍‌ ଚାନ୍ଦା ପାଇଥିବା ଦଳଗୁଡ଼ିକ ସେମାନଙ୍କୁ ହଇରାଣ ମଧ୍ୟ କରିପାରନ୍ତି। ଚାନ୍ଦା ଗ୍ରହଣ କରିବା ସମୟରେ ଦଳଗୁଡ଼ିକ ଦେଇଥିବା ପ୍ରତିଶ୍ରୁତିରୁ ମଧ୍ୟ ସେମାନେ ଓହରିଯାଇପାରନ୍ତି ବୋଲି ଆଦୀଶ ଏଥିରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆଦୀଶ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ଏପରି ରାୟ ଦେବା ଅନୁଚିତ, ଯାହା ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟିକରି ସଂସଦର ଗରିମାକୁ କ୍ଷୂଣ୍ଣ କରିବ। ଚାନ୍ଦା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେଲେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଉଥିବା ସମ୍ମାନ ହରାଇବସିବ। କେବଳ ଏତିକି ନୁହେଁ, ଏହି ପ୍ରଘଟ ପରେ ଆଗକୁ ଦଳଗୁଡ଼ିକୁ ମଧ୍ୟ ଚାନ୍ଦା ଦେବାକୁ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ କୁଣ୍ଠାବୋଧ କରିବେ। ବିଦେଶୀ କର୍ପୋରେଟ୍‌ ଆଉ ଭାରତରେ ନିଜ ସଂସ୍ଥା ଖୋଲିବେ ନାହିଁ କିମ୍ବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବେ ନାହିଁ। ତେଣୁ ରାଷ୍ଟ୍ରପତି ନିଜ ପ୍ରେସିଡେନ୍ସିଆଲ ରେଫରେନ୍ସ ବଳରେ ବଣ୍ଡ୍‌ ତଥ୍ୟ ଜାରିକୁ ରୋକନ୍ତୁ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪୩ ଅନୁସାରେ ଆଇନରେ କୌଣସି ପ୍ରଶ୍ନ ଉଠିଲେ କିମ୍ବା ଭବିଷ୍ୟତରେ ସାଧାରଣ ସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଉଠିବା ଆଶଙ୍କା ଥିଲେ ରାଷ୍ଟ୍ରପତି ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇପାରିବେ।
ପ୍ରକାଶ ଯେ, ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବା ପରେ ଏସ୍‌ବିଆଇ ଏପର୍ଯ୍ୟନ୍ତ ୩୦ ପର୍ଯ୍ୟାୟରେ ୧୬,୫୧୮ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି କରିଛି। ଗତ ମାସ ୧୫ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡ୍‌କୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାରର ବିରୋଧୀ କହି ରଦ୍ଦ କରିଦେଇଥିଲେ। ଏଥିସହିତ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ କେଉଁ ଦଳକୁ କିଏ କେତେ ଟଙ୍କା ଦେଇଛନ୍ତି, ତାହାର ସମ୍ପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୬ ସୁଦ୍ଧା ଇସିଙ୍କ ନିକଟରେ ଦାଖଲ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ପ୍ରଦାନ ଲାଗି ଏସ୍‌ବିଆଇ ଅଧିକ ସମୟ ମାଗିଥିବାବେଳେ ଅଦାଲତ ଏହାକୁ ଖାରଜ କରିଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଦାଖଲ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ଏସ୍‌ବିଆଇକୁ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri