ବିଶୋଧନ ହେଲା ଏସ୍‌ସିବି ପରିସର

କଟକ ଅଫିସ,୫।୭- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ଅଗ୍ନିଶମ ବିଭାଗ ପକ୍ଷରୁ ମେଡିକାଲ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ କେମିକାଲ ବିଶୋଧନ ଛିଞ୍ଚନ କରିଥିବା ଦେଖିବାକୁ ମିଳିଛି।