ଏସ୍‌ସିବି  ମେଡିକାଲରେ ସିରିଞ୍ଜ ଅଭାବ

କଟକ,୨୩।୧୨: କଟକ ଏସ୍‌ସିବି  ମେଡିକାଲକୁ ରାଜ୍ୟ ଔଷଧ ନିଗମରୁ ଆଉ ସିରିଞ୍ଜ ଯୋଗାଣ ହେଉନାହିଁ । ଏ ନେଇ  ଡାକ୍ତରଖାନାର ବିଭିନ୍ନ ୱାର୍ଡ ସମେତ ନିଦାନ କେନ୍ଦ୍ର, ଟିକାଦାନ କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ରରେ  ଅଭାବ ଦେଖାଦେଇଛି। ରୋଗୀଙ୍କ ଚିକିତ୍ସାରେ ବ୍ୟାଘାତ ମଧ୍ୟ ହେଉଛି ।  କର୍ତ୍ତୃପକ୍ଷ ଔଷଧ ଦୋକାନରୁ ସିରିଞ୍ଜ କିଣି ମେଡିକାଲ ଷ୍ଟୋରକୁ ଦେଉଛନ୍ତି ।
ଏହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ଔଷଧ ଦୋକାନରୁ କିଣା ସିରିଞ୍ଜକୁ ବିଭିନ୍ନ ୱାର୍ଡ, ଆଇସିୟୁ, ଓଟି, ନମୁନା ସଂଗ୍ରହ କେନ୍ଦ୍ରକୁ ଅଳ୍ପ ଅଳ୍ପ ପଠାଯାଉଛି ।