ଘୋଟିଲା ଯୁଦ୍ଧ ବାଦଲ

ବେଜିଂ/ତାଇପେଇ/ଓ୍ବାଶିଂଟନ,୫ା୮:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ଉଦ୍ୟମର ଦୁଷ୍ପରିଣାମ କେବଳ ଦୁଇ ପଡ଼ୋଶୀ ଭୋଗୁ ନାହାନ୍ତି। ଫେବୃୟାରୀ ୨୪ରୁ ଚାଲିଥିବା ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଏହାର ଅବସାନ କେବେ ଘଟିବ ଆକଳନ କରି ହେଉ ନ ଥିବାବେଳେ ମସ୍କୋକୁ ଅନୁସରଣ କରି ତାଇଓ୍ବାନ ଉପରେ ଅନୁରୂପ ଭାବେ ଦାଉସାଧୁଛି ବେଜିଂ। ୟୁକ୍ରେନ୍‌ ଆକ୍ରମଣକୁ ଅନେକ ରାଷ୍ଟ୍ର ନିନ୍ଦା କରିଥିବାବେଳେ ଆମେରିକାର ତାଗିଦ ସତ୍ତ୍ୱେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷୀୟ ପ୍ରତିପକ୍ଷ ପୁଟିନ୍‌ଙ୍କୁ ସମର୍ଥନ କରିଆସିଛନ୍ତି। ଚାଇନାର ସାମରିକ ବାହିନୀ ଗୁରୁବାରଠାରୁ ୪ ଦିନିଆ ଯୁଦ୍ଧଖେଳ ଆରମ୍ଭ କରିଛି। ସମରାଭ୍ୟାସ ନାମରେ ତାଇଓ୍ବାନ ପ୍ରଣାଳୀରେ ଘନଘନ ବାଲିଷ୍ଟିକ୍‌ ମିଶାଇଲ ମାଡ଼ କରାଯାଉଛି। ଗଣମାଧ୍ୟମରେ ପ୍ରସାରିତ କ୍ଷେପଣାସ୍ତ୍ର ଛଡ଼ାଯିବାର ଛାତିଥରା ଦୃଶ୍ୟ ବିଶ୍ୱବାସୀଙ୍କ ମନରେ ଭୟ ସଞ୍ଚାର କରିଛି। ଆଗକୁ ଚାଇନା-ତାଇଓ୍ବାନ୍‌ ସଂଘର୍ଷ ଘଟିଲେ ସ୍ଥିତି କେଉଁ ଆଡ଼କୁ ମୁହଁାଇବ ଠଉରାଇବା ମୁସ୍କିଲ ନୁହେଁ। ଗୋଟିଏ ଯୁଦ୍ଧ ସରିନାହିଁ। ବିଶ୍ୱର ତିନି ମହାଶକ୍ତି ଆମେରିକା, ଚାଇନା ଓ ରୁଷିଆ ମଧ୍ୟରେ ଚାଲିଥିବା ବାଣିଜି୍ୟକ-ସାମରିକ-କୂଟନୈତିକ ପ୍ରତିଦ୍ୱନ୍ଦ୍ୱିତାରୁ ଶୁଭାଗଲାଣି ଆଉ ଏକ ସମ୍ଭାବ୍ୟ ଯୁଦ୍ଧର ପଦଧ୍ୱନି।
ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ତତ୍କାଳ ପ୍ରତିକ୍ରିୟାଶୀଳ ହୋଇଉଠିଛି ଚାଇନା। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଇଷ୍ଟର୍ନ କମାଣ୍ଡ ଗୁରୁବାର ତାଇଓ୍ବାନ ପ୍ରଣାଳୀରେ ସମରାଭ୍ୟାସ ଆରମ୍ଭ କରିଛି, ଯାହାକି ରବିବାର ପର୍ଯ୍ୟନ୍ତ ଚାଲିବ। ଚାଇନା ସେନାର ନୂଆ ଶାଖା ରକେଟ ଫୋର୍ସ ପକ୍ଷରୁ ଦ୍ୱୀପରାଷ୍ଟ୍ରର ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଉପକୂଳରେ ୧୧ଟି ଦୂରଗାମୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି। ଫଳରେ ବ୍ୟସ୍ତବହୁଳ ଜଳପଥରେ ତାଇଓ୍ବାନର ଜାହାଜ ଚଳାଚଳ ଓ ଆକାଶ ମାର୍ଗରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ଅନ୍ୟ ମାର୍ଗ ଦେଇ ମାଲ ପରିବହନ କରାଯାଉଥିବାରୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବିଳମ୍ବିତ ହେବା ଆଶଙ୍କା ଉପୁଜିଛି। ତାଇଓ୍ବାନର ତାଓୟୁଆନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୫୦ରୁ ଊର୍ଦ୍ଧ୍ୱ ଇଣ୍ଟରନ୍ୟାଶନାଲ ଫ୍ଲାଇଟ୍‌କୁ ବାତିଲ କରାଯାଇଛି। ଚାଇନାର ଘନିଷ୍ଠ ସହଯୋଗୀ ଉତ୍ତର କୋରିଆ କିଛି ମାସ ତଳେ ସମ୍ପୃକ୍ତ ଅଞ୍ଚଳରେ ଡିଏଫ୍‌ ସିରିଜ୍‌ର ମିଶାଇଲ ପରୀକ୍ଷଣ କରି ଉତ୍ତେଜନା ବୃଦ୍ଧି କରିଥିବାବେଳେ ବେଜିଂ ଏହାକୁ ଅନୁସରଣ କରି ମିଶାଇଲ୍‌ ମାଡ଼ କରୁଥିବା ତାଇପେଇ ଅଭିଯୋଗ ଆଣିଛି।

କ’ଣ ପାଇଁ ଲଢ଼େଇ

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତୃତୀୟ ଥର ପାଇଁ ୫ ବର୍ଷିଆ ଶାସନ କ୍ଷମତାରେ ରହିବାକୁ ଚାହୁଁଛନ୍ତି। ସେ ନିଜ ପରବର୍ତ୍ତୀ କାର୍ଯ୍ୟକାଳ ମଧ୍ୟରେ ତାଇଓ୍ବାନକୁ ଚାଇନା ମୂଳ ଭୂଖଣ୍ଡରେ ସାମିଲ କରି ଦେଶବାସୀଙ୍କ ନଜରରେ ‘ହିରୋ’ ସାଜିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ତାଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ସକାଶେ ‘ଓ୍ବାନ୍‌ ଚାଇନା ପଲିସି’ ବଡ଼ ଅସ୍ତ୍ର ପାଲଟିଛି। କିଛି ମାସ ପରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା ଜିନ୍‌ପିଙ୍ଗ୍‌ଙ୍କ ଦାବିକୁ ସମର୍ଥନ କରିବା ଏକପ୍ରକାର ନିଶ୍ଚିତ ଥିବାବେଳେ ତାଙ୍କ ପରାକ୍ରମକୁ ଦୁର୍ବଳ କରିବା ପାଇଁ ଆମେରିକା ଉଦ୍ୟମ ଚଳାଇଛି। ବିଶେଷକରି ବର୍ଷକ ତଳେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ କାବୁଲରେ ଗଣତାନ୍ତ୍ରିକ ସରକାରର ପତନ ଏବଂ ଗତ ଫେବୃୟାରୀରେ ତାଗିଦ୍‌ ସତ୍ତ୍ୱେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବିଶ୍ୱସ୍ତରରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭାବମୂର୍ତ୍ତିକୁ ଦୁର୍ବଳ କରିଦେଇଛି। ଏଥିଲାଗି ବାଇଡେନ୍‌ ନିଜ ଛବି ସୁଧାରିବା ପାଇଁ ଅଲ୍‌-କାଏଦା ମୁଖ୍ୟ ଅୟମନ୍‌ ଅଲ୍‌-ଜଓ୍ବାହିରିଙ୍କୁ ନିପାତ କରିବା ଭଳି ପଦକ୍ଷେପ ନେଉଛନ୍ତି। ନିକଟରେ ବାଇଡେନ୍‌ଙ୍କ ସହ ଭର୍ଚୁଆଲ ଆଲୋଚନା ବେଳେ ଚାଇନା ପ୍ରତିପକ୍ଷ ଜିନ୍‌ପିଙ୍ଗ୍‌ ତାଙ୍କୁ ନିଅଁା ସହ ଖେଳିଲେ ପୋଡ଼ିଯିବ ବୋଲି ଚେତାବନୀ ଦେଇଥିଲେ। ଏହାକୁ ଭ୍ରୂକ୍ଷେପ ନ କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ ଗସ୍ତ କରିଥିଲେ। ପେଲୋସିଙ୍କ ନେତୃତ୍ୱରେ ତାଇଓ୍ବାନ ଗସ୍ତ ଶେଷକରି ବୁଧବାର ଫେରିଥିବା କଂଗ୍ରେସ ପ୍ରତିନିଧି ଦଳକୁ ଆମେରିକା ବାୟୁସେନା ବିମାନଗୁଡ଼ିକ ଏସ୍‌କର୍ଟ କରି ନେଉଥିବା ଦୃଶ୍ୟ ସାମ୍ପ୍ରତିକ ସ୍ଥିତିର ଭୟାବହତାକୁ ସୂଚାଇଛି। ବେଜିଂ ନିଜ ଔଦ୍ଧତ୍ୟକୁ ଯଥାର୍ଥ ପ୍ରତିପାଦିତ କରିବାକୁ ଯାଇ କହିଛି, ଚାଇନାର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା ଲାଗି ଆମେ ସମରାଭ୍ୟାସ କରୁଛୁ। ଆମେରିକା ଭଳି ଆମେ କୌଣସି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri