Posted inଜାତୀୟ

ଏସ୍‌ସି, ଏସ୍‌ଟିଙ୍କୁ ସବୁ ଅପମାନ ଅପରାଧ ନୁହେଁ

ନୂଆଦିଲ୍ଲୀ, ୭।୧୧: ଜଣେ ବ୍ୟକ୍ତିଙ୍କ ପ୍ରତି ସମସ୍ତ ପ୍ରକାର ଅପମାନ କିମ୍ବା ଧମକକୁ ଅନୁସୂଚିତ ଜାତି(ଏସ୍‌ସି)/ଜନଜାତି(ଏସ୍‌ଟି) ଆଇନ ଅନୁଯାୟୀ ଅପରାଧ ବିବେଚନା କରାଯାଇପାରିବ ନାହିଁ, ଯଦି ଅପମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ଜାତିକୁ ନେଇ ହୋଇ ନ ଥାଏ । ସେହିପରି ଚାରିକାନ୍ଥ ଭିତରେ ଅନୁସୂଚିତ ଜାତି କିମ୍ବା ଜନଜାତିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଘର ବାହାର ଲନ୍‌ରେ ସେଭଳି ମନ୍ତବ୍ୟ ଦେବାବେଳେ ରାସ୍ତାରୁ କିମ୍ବା ପାଚେରି ବାହାରୁ ଯଦି କେହି ଦେଖିପାରୁଥାନ୍ତି ତେବେ ତାହା ସର୍ବସାଧାରଣରେ ଦୃଶ୍ୟମାନ ହେଉଥିବା ସ୍ଥାନ ଭାବେ ବିବେଚନା କରାଯିବ। ଅନ୍ୟମାନଙ୍କ ସମ୍ମୁଖରେ ଅନୁସୂଚିତ ଜାତି ଓ ଜନଜାତିର ଲୋକ ଅପମାନିତ ହେଲେ ତାହାକୁ ଅପରାଧ ଭାବେ ଗ୍ରହଣ କରାଯାଇଥାଏ। ଘର ଭିତରେ ଜଣେ ମହିଳାଙ୍କ ପ୍ରତି ହୋଇଥିବା ଅପମାନକୁ ସର୍ବୋଚ୍ଚ ଅଦାଲତ ଏସ୍‌ସି/ଏସ୍‌ଟି ଆଇନରେ ଅପରାଧ ପର୍ଯ୍ୟାୟଭୁକ୍ତ ନୁହେଁ ଦର୍ଶାଇ ଆବେଦନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ପିଟିଶନର ଶୁଣାଣି କରି କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବିଭିନ୍ନ ଅଧିକାରରୁ ବଞ୍ଚତ୍ତ ହେଉଥିବାରୁ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ସାଧନ ହେଉଛି ଉକ୍ତ ଆଇନର ଉଦ୍ଦେଶ୍ୟ। ସେହିପରି ଏହି ଆଇନରେ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅପମାନିତ କିମ୍ବା ଅସମ୍ମାନିତ ହେଲେ, ଏହାକୁ ଅପରାଧ ଭାବେ ଗ୍ରହଣ କରାଯାଇଥାଏ। ସେଥିପାଇଁ ଅପମାନ ନିର୍ଦ୍ଦିଷ୍ଟ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜାତିକୁ ନେଇ କରାଯାଇଥିଲା ବୋଲି ସାବ୍ୟସ୍ତ କରିବାକୁ ହେବ ବୋଲି ଖଣ୍ଡପୀଠ କହିଥିଲେ। ଆଇନର ଧାରା ୩(୧)(ଆର୍‌) ଅନୁଯାୟୀ ଅପମାନ ବା ଧମକ ସର୍ବସାଧାରଣଙ୍କ ଉପସ୍ଥିତିରେ ହୋଇଥିଲେ ଏହାକୁ ଅପରାଧ ବିବେଚନା କରାଯିବ। ତେବେ ମହିଳାଙ୍କ ଅଭିଯୋଗ ଅନୁସୂଚିତ ଜାତି (ନିର୍ଯାତନା ନିବାରଣ) ଆଇନର ସମ୍ପୃକ୍ତ ଧାରାକୁ ସିଦ୍ଧ କରୁ ନ ଥିବାରୁ ଆବେଦନକୁ ଖଣ୍ଡପୀଠ ଖାରଜ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଅଭିଯୁକ୍ତ ହିତେଶ ବର୍ମାଙ୍କ ବିରୋଧରେ ଉତ୍ତରାଖଣ୍ଡ ହାଇକୋର୍ଟ ଉପରୋକ୍ତ ଅପରାଧରେ ସମନ କରିଥିବାବେଳେ ସେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିତେଶ ସମ୍ପୃକ୍ତ ମହିଳାଙ୍କ ଘରେ ପଶି ତାଙ୍କ ଜାତିକୁ ନେଇ ଗାଳି ଦେଇଥିବା ନେଇ ଏତଲା ଦାଏର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?