ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ଏହାକୁ ଓଟିଟି ପ୍ଲାଟଫର୍ମରେ ଦେଖାଇବା ମାମଲାରେ ସୁପ୍ରିମକୋର୍ଟ ମଡେଲ ଶାର୍ଲିନ ଚୋପ୍ରା, ପୁନମ ପାଣ୍ଡେ ଏବଂ ଉମେଶ କାମାତଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି, ସମସ୍ତ ଅଭିଯୁକ୍ତ ଅନୁସନ୍ଧାନରେ ସହଯୋଗ କରିବା ଉଚିତ ଏବଂ ଆବଶ୍ୟକ ସ୍ଥଳେ ତଦନ୍ତରେ ଯୋଗଦେବା ଉଚିତ।

Share