Categories: ଜାତୀୟ

କରୋନା ସଂକ୍ରମିତ, କଣ୍ଟେନମେଣ୍ଟଜୋନ୍‌ର ଛାତ୍ରୀଛାତ୍ରଙ୍କ ପାଇଁ ଅକ୍ଟୋବର ୧୪ରେ ହେବ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ,୧୨ ।୧୦: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ନ୍ୟାଶନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି) ବା ନିଟ୍ ପରୀକ୍ଷା । ହେଲେ ଏହି ସମୟରେ ଯେଉଁ ପିଲାମାନେ କରୋନାରେ ସଂକ୍ରମିତ ହୋଇଥିଲେ ଅବା କଣ୍ଟେମେଣ୍ଟ ଜୋନ୍‌ରେ ରହୁଥିଲେ ସେମାନେ ଏହି ପରୀକ୍ଷା ଦେଇ ପାରି ନାହାନ୍ତି । ତେଣୁ ଅକ୍ଟୋବର ୧୪ରେ ସେମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ୧୬ ଅକ୍ଟୋବରରେ ଏହାର ଫଳାଫଳ ଜଣାପଡିବ ।

Share