‘ସବୁ ବର୍ଗଙ୍କୁ ଗୁଣାତ୍ମକ ଶିକ୍ଷା ଦେବ ଏସ୍‌ବିଏଲ୍‌ସି’

ଭୁବନେଶ୍ୱର,୮।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍‌ ୟୁନିର୍ଭସିଟି (ସିୟୁ) ଏବଂ ସିନ୍ଧୁ ବ୍ରାଉନ୍ସ ଲର୍ନିଂ ସେଣ୍ଟର (ଏସ୍‌ବିଏଲ୍‌ସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଥିବା ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ମାନର ଇଂରାଜୀ ଭାଷାର ଶିକ୍ଷା ପ୍ରଦାନ ପାଇଁ ସିୟୁର ଜୟଦେବ ବିହାରସ୍ଥିତ କର୍ପୋରେଟ କାର୍ଯ୍ୟାଳୟ ପରିସରରେ ଏସ୍‌ବିଏଲ୍‌ସିର ପ୍ରଥମ ଇଂରାଜୀ ଭାଷା ତାଲିମ କେନ୍ଦ୍ରର ଶୁଭାରମ୍ଭ କରିଥିବା ଜଣାପଡ଼ିଛି।

ଏଠାରେ ଏସ୍‌ବିଏଲ୍‌ସି ଇଂରାଜୀ ଭାଷାରେ ମଲ୍ଟି ଲେଭଲ୍‌ ପାଠ୍ୟକ୍ରମ ପ୍ରଦାନ କରିବ ବୋଲି ସୂଚନା ମିଳିଛି। ଫଳରେ ଆଗ୍ରହୀ ଛାତ୍ରୀଛାତ୍ରମାନଙ୍କୁ କେନ୍ଦ୍ର ଠିକ୍‌ ଏବଂ ଆତ୍ମବିଶ୍ୱାସ ସହ ଇଂରାଜୀ ଭାଷାରେ କଥାବାର୍ତ୍ତା କରାଇବାକୁ ସକ୍ଷମ କରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିଭଳି ଏସବିଏଲ୍‌ସି’ର ଇଂରାଜୀ ଭାଷା ଶିକ୍ଷା ଦେବାର ଏକ ସ୍ବତନ୍ତ୍ର ପଦ୍ଧିତ ରହିଛି, ଏଠାରେ ଛୋଟ ପିଲା, କିଶୋର, ଯୁବକ, ବୃତ୍ତିଗତ ତଥା ବୟସ୍କଙ୍କ ପାଇଁ ଇଂରାଜୀ ପାଠ୍ୟକ୍ରମ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି।

ସେହିପରି ଗତବର୍ଷ ଏସ୍‌ବିଏଲ୍‌ସି ଟ୍ରେସ୍‌ ଏବଂ ଲର୍ନ କନ୍‌ସେପ୍ଟ ଉପରେ ଆଧାରକରି ବିଭିନ୍ନ ଥିମ୍‌ ସହ ପିଲାମାନଙ୍କ ପାଇଁ ୨୧ଟି ପୁସ୍ତକ ପରିପ୍ରକାଶ କରିଛି। ଏହାର ପାଠ୍ୟକ୍ରମ ବିଶେଷ ଭାବେ ଗୃହିଣୀ, ଚାକିରି ଖୋଜୁଥିବା ଲୋକ, ଛାତ୍ର, ଓ୍ବାର୍କିଂ ପ୍ରଫେସନାଲ, ବ୍ୟବସାୟିକ ବ୍ୟକ୍ତିଙ୍କ ପାଇଁ ଡିଜାଇନ୍‌ ହୋଇଥିବା ବେଳେ ଯେଉଁମାନେ ଇଂରାଜୀ ଶିଖିବାର ବିଭିନ୍ନ ସ୍ତରରେ ଅଛନ୍ତି ସେମାନଙ୍କ ପାଇଁ ମୌଳିକ ବର୍ଣ୍ଣମାଳା ଏବଂ ଫୋନିକ୍‌ଠାରୁ ଆରମ୍ଭ କରି ଆଇଇଏଲ୍‌ଟିଏସ୍‌ ପରି ବୃତ୍ତିଗତ ପାଠ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri