Advertisement

ଏସ୍‌ବିଆଇର ବିଶାଳ ସିଏସ୍‌ପି ସମାବେଶ

ଭୁବନେଶ୍ୱର,୧।୧୧: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳ ଅଧୀନ ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନଙ୍କର ଏକ ବିଶାଳ ସମାବେଶ ନିକଟରେ ସ୍ଥାନୀୟ ରେଳ କୁଞ୍ଜ ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏସବିଆଇର ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଉକ୍ତ ସମାବେଶକୁ ଉଦ୍‌ଘାଟନ କରିବା ସହ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୂକ୍ତୀକରଣ ପ୍ରଣାଳୀରେ ଗ୍ରାହକ ସେବା କେନ୍ଦ୍ର ଓ ବ୍ୟବସାୟ ପ୍ରତିନିଧିମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ରାଜ୍ୟର ପ୍ରତି କୋଣ ଅନୁକୋଣରେ ବ୍ୟାଙ୍କିଙ୍ଗ ସେବା, ସାମାଜିକ ସୁରକ୍ଷା ଓ ଆର୍ଥିକ ସଚେତନତାର ପ୍ରଗତି ପାଇଁ ଶର୍ମା ସମସ୍ତ ଗ୍ରାହକ ସେବା ପରିଚାଳକଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ। ସେହିପରି ଗତ ଅଗଷ୍ଟରେ ଚାଲିଥିବା ସାମାଜିକ ସୁରକ୍ଷା ଅଭିଯାନରେ ଭଲ ପ୍ରଦର୍ଶନ କରିଥିବା ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଓ ବ୍ୟବସାୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଉପ-ମହା ପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୂକ୍ତୀକରଣ) ମନମୋହନ ସ୍ବାଇଁ ଗ୍ରାହକ ସେବା କେନ୍ଦ୍ର ପରିଚାଳକମାନଙ୍କ ବିଭିନ୍ନ ସମସ୍ୟାର ସମ୍ପର୍କରେ ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମହାପ୍ରବନ୍ଧକ (କୃଷି) ଧୃବଚରଣ ବଳଙ୍କ ସମେତ ଷ୍ଟେଟ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉକ୍ତ ସମାବେଶର ପରିଚାଳନାରେ ସହାୟତା କରିଥିଲେ। ଉକ୍ତ ସଭାରେ ରାଜ୍ୟର ସମସ୍ତ ଜିଲାରୁ ୧୨୮୦ ଗ୍ରାହକ ସେବା ପଏଣ୍ଟ (ସିଏସପି) ଓ ୨୯ ଜଣ ସର୍ବଭାରତୀୟସ୍ତରର ବ୍ୟବସାୟ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଗମ ହେବ ଏମ୍‌ଏସ୍‌ଏମ୍‌ଇକୁ ଋଣ ଯୋଗାଣ

ନୂଆଦିଲ୍ଲୀ,୯-୨: ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଋଣ ଯୋଗାଣ ଧାରା ସୁଗମ ହେବ। ଯଦି ବିନା କୌଣସି କାରଣରେ ବ୍ୟାଙ୍କଗୁଡିକ ଏମ୍‌ଏସ୍‌ଏମ୍‌ଇଙ୍କୁ ଋଣ ଯୋଗାଣ ନେଇ...

ମୋରାଟୋରିୟମ ୨ ବର୍ଷ ଯାଏ ବଢିପାରିବ; ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୯: କରୋନା ପାଇଁ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଉପୁଜୁଛି। ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବା ବେଳେ ଶୀଘ୍ର ସ୍ଥିତି ଟ୍ରାକ୍‌କୁ ଫେରିବା...

ବାତିଲ ରହିବ ଟ୍ରେନ୍‌ ସେବା

ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ...

୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ...

ସ୍କ୍ରାପେଜ୍‌ ପଲିସି କାର୍‌ ବିକ୍ରି ବଢ଼ାଇବ

କରୋନା ମହାମାରୀର ପ୍ରଭାବ ସାଙ୍ଗକୁ ବର୍ଦ୍ଧିତ ତେଲ ଦର ଯାନ ବିକ୍ରି ବୃଦ୍ଧିରେ ବାଧକ ସାଜି ଅଟୋ ସେକ୍ଟର ପାଇଁ ଆଉ ଏକ ଚିନ୍ତାର କାରଣ...

ୟୁବିଓଆଇ ବ୍ରହ୍ମପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୨୩।୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଓଆଇ)ର ବ୍ରହ୍ମପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସତ୍ୟବ୍ରତ ସାମଲ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ...

ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ...

ମାନୁଫାକ୍‌ଚରିଂକୁ ମିଳିବ ଅଧିକ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୪।୭: ଘରୋଇ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛି। ଏହି କ୍ଷେତ୍ରଗୁଡ଼ିକୁ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ସୁବିଧା...

Advertisement
Archives

Model This Week