Categories: ବାଣିଜ୍ୟ

ଗ୍ରାହକଙ୍କୁ ସତର୍କ କଲା ଏସ୍‌ବିଆଇ, ଏହି ଦିନ ଉପୁଜିପାରେ ବଡ଼ ସମସ୍ୟା

ନଭେମ୍ବର ୨୨ ଅର୍ଥାତ୍‌ ଆସନ୍ତା ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସେବା ବ୍ୟାହତ ହେବା ନେଇ ବ୍ୟାଙ୍କ୍‌ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଟୁଇଟ୍‌ କରି ଲେଖିଛି ଯେ, ୨୨ ନଭେମ୍ବରରେ INB/YONO/YONO ଲାଇଟ୍‌ର ବ୍ୟବହାର କରିବା ସମୟରେ ଗ୍ରାହକଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଯଦି ଆପଣ ଏହି ଆପ୍‌ ବ୍ୟବହାର କରୁଛନ୍ତି, ତେବେ ୨୨ ତାରିଖରେ କିଛି ଅସୁବିଧା ହୋଇପାରେ।

ସୂଚନା ଅନୁଯାୟୀ, ରବିବାର ବ୍ୟାଙ୍କ ନିଜ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମକୁ ଅପଗ୍ରେଡ୍‌ କରିବ। ଏଣୁ ବ୍ୟାଙ୍କ ସହ ଜଡ଼ିତ ସେବାରେ ବାଧା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି। କିଛି ୟୁଜରଙ୍କ ମୋବାଇଲରେ ଏହି ଆପ୍‌ ଖୋଲି ମଧ୍ୟ ନ ପାରେ। ଏଣୁ ବ୍ୟସ୍ତ ବିବ୍ରତ ନ ହେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ଟୁଇଟ୍‌ରେ ଲେଖାଯାଇଛି, ଆପଣଙ୍କୁ ଉତ୍ତମ ସେବା ଦେବା ପାଇଁ ଆମେ ଆମ ପ୍ଲାଟଫର୍ମକୁ ଅପଗ୍ରେଡ କରୁଛୁ। ଯଦି କିଛି ଜରୁରୀ କାମ ଅଛି ତେବେ ୨୨ ନଭେମ୍ବର ପୂର୍ବରୁ ଶେଷ କରି ଦିଅନ୍ତୁ। ଗ୍ରାହକଙ୍କୁ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼ିବ ସେଥିପାଇଁ ଆଗୁଆ ସୂଚନା ଦିଆଯାଉଛି ବୋଲି କହିଛି ଏସ୍‌ବିଆଇ।

Share