ନୂଆଦିଲ୍ଲୀ,୩।୯: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ୟୁପିଆଇ (UPI) ମାଧ୍ୟମରେ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏସବିଆଇ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଜରୁରୀ ଆଲର୍ଟ ଜାରି କରିଛି। ବ୍ୟାଙ୍କର ର୍ନିଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟ (Maintenance Work) ଯୋଗୁଁ ୪ ସେପ୍ଟେମ୍ୱରରେ କିଛି ସମୟ ପାଇଁ ୟୁପିଆଇ ସେବା ବନ୍ଦ ରହିବ। ଯଦି ଆପଣ ଏହି ସମୟ ମଧ୍ୟରେ କାହାକୁ ଟଙ୍କା ପଠାଇବାକୁ କିମ୍ୱା ଅନଲାଇନ ପେମେଣ୍ଟ କରିବାକୁ ଯୋଜନା କରୁଛନ୍ତି, ତେବେ ଅସୁବିଧାରୁ ବଞ୍ଚିବା ପାଇଁ ସମୟ ଏବଂ ବିକଳ୍ପ ପୂର୍ୱରୁ ହିଁ ନୋଟ କରିନିଅନ୍ତୁ।
ଏସବିଆଇ ଅନୁଯାୟୀ, ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ୪ ସେପ୍ଟେମ୍ୱର ୨୦୨୬ ବିଳମ୍ୱିତ ରାତି ରାତି ୧୨:୧୫ AM ରୁ ୧:୦୦ AM ପର୍ଯ୍ୟନ୍ତ ୟୁପିଆଇ ସେବା ଅସ୍ଥାୟୀ ଭାବରେ ବନ୍ଦ ରହିବ। ଅର୍ଥାତ୍ ମୋଟ ୪୫ ମିନିଟ ପର୍ଯ୍ୟନ୍ତ ଏସବିଆଇ ଗ୍ରାହକମାନେ ଗୁଗଲ ପେ, ଫୋନପେ, ପେଟିଏମ କିମ୍ୱା ଭୀମ ଆପ ମାଧ୍ୟମରେ ନିଜ ଏସବିଆଇ ଆକାଉଣ୍ଟରୁ ସାଧାରଣ ୟୁପିଆଇ ପେମେଣ୍ଟ କରିପାରିବେ ନାହିଁ। ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ରକ୍ଷଣାବେକ୍ଷଣ କାର୍ଯ୍ୟ ର୍ନିଦ୍ଧାରିତ ସମୟ ପୂର୍ୱରୁ ମଧ୍ୟ ଶେଷ ହୋଇପାରେ।
ଏସବିଆଇ ନିଜର ଅଫିସିଆଲ X (ଟୱିଟର) ହ୍ୟାଣ୍ଡେଲରେ ସୂଚନା ଦେଇ ଗ୍ରାହକମାନଙ୍କୁ ଏକ ଉତ୍ତମ ବିକଳ୍ପ ପରାମର୍ଶ ଦେଇଛି। ଯଦି ଆପଣ ଏହି ୪୫ ମିନିଟ ସମୟ ମଧ୍ୟରେ କୌଣସି ବାଧା ନ ଥାଇ ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତେବେ UPI Lite (ୟୁପିଆଇ ଲାଇଟ) ବ୍ୟବହାର କରିପାରିବେ। ଏହା ମାଧ୍ୟମରେ ଆପଣ ବିନା ୟୁପିଆଇ ପିନ (UPI PIN) ରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ କାରବାର କରିପାରିବେ। ଆପଣ ନିଜ ୟୁପିଆଇ ଲାଇଟ ୱାଲେଟରେ ସର୍ୱାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖିପାରିବେ। ମୁଖ୍ୟ ସର୍ଭର ମେଣ୍ଟେନାନ୍ସ ସମୟରେ ମଧ୍ୟ ୟୁପିଆଇ ଲାଇଟ ୱାଲେଟରୁ ସହଜରେ ପେମେଣ୍ଟ ହୋଇଯାଏ।
BHIM SBI Pay ରେ UPI Lite କିପରି ଚାଲୁ କରିବେ?
ପ୍ରଥମେ ନିଜ ଫୋନରେ BHIM SBI Pay ଆପ ଡାଉନଲୋଡ କରନ୍ତୁ।
ଆପ୍ର ହୋମ ସ୍କ୍ରିନରେ ଥିବା UPI LITE ବିଭାଗ ଉପରେ ଟ୍ୟାପ କରନ୍ତୁ।
ନିଜ ଏସବିଆଇ ବ୍ୟାଙ୍କ ଆକାଉଣ୍ଟରୁ ୟୁପିଆଇ ଲାଇଟରେ ଇଚ୍ଛା ଅନୁଯାୟୀ ଟଙ୍କା (ଯେପରିକି ୫୦୦ କିମ୍ୱା ୧୦୦୦ ଟଙ୍କା) ଲୋଡ କରନ୍ତୁ।
ଟଙ୍କା ଲୋଡ ହେବା ମାତ୍ରେ ଆପଣଙ୍କ ୟୁପିଆଇ ଲାଇଟ ସକ୍ରିୟ ହୋଇଯିବ ଏବଂ ଆପଣ ବିନା ପିନ୍ରେ ତୁରନ୍ତ ଛୋଟ ପେମେଣ୍ଟ କରିପାରିବେ।
ଦୈନିକ ମୋଟ ୟୁପିଆଇ କାରବାର ମୂଲ୍ୟ ସୀମା: ପ୍ରତିଦିନ ୧୦୦,୦୦୦ ଟଙ୍କା
ସୱତନ୍ତ୍ର ବର୍ଗ (ଯେପରିକି ଇନସୁରାନ୍ସ ଏବଂ କ୍ୟାପିଟାଲ ମାର୍କେଟ): ୨୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼/ସୀମା
ଟ୍ୟାକ୍ସ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଏବଂ IPO: ୫୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମା