ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପିତୃ ଦିବସ ଅବସରରେ ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ପିଲାମାନଙ୍କ ଜୀବନରେ ଲାଇଫ୍‌ ମିତ୍ର (ଜୀବନ ମିତ୍ର) ଭାବେ ପିତାଙ୍କ ବନ୍ଧୁ, ମାର୍ଗଦର୍ଶକ ଓ ଆର୍ଥିକ ପରାମର୍ଶଦାତାର ବିଭିନ୍ନ ଭୂମିକାକୁ ପାଳନ କରାଯାଉଛି।

ଏପରିକି କମ୍ପାନୀର ପ୍ରମୁଖ ଡିଜିଟାଲ ଅଭିଯାନ ‘ପାପା ହୈ ନା’ ଅଧୀନରେ ଏସ୍‌ବିଆଇ ଲାଇଫ୍‌ ଏକ ସୁନ୍ଦର ଡିଜିଟାଲ ସିନେମା (ଚଳଚ୍ଚିତ୍ର) ମଧ୍ୟ ରିଲିଜ କରିଛି,ଯେଉଁଥିରେ ଜୀବନର ଆହ୍ବାନକୁ ଅତିକ୍ରମ କରିବା ପାଇଁ ବାପା କିଭଳି ନିଜର ଅନୁଭୂତିକୁ ବ୍ୟବହାର କରୁଛନ୍ତି, ଏହି ଚଳଚ୍ଚିତ୍ର ଜରିଆରେ ତାହା ଦର୍ଶାଯାଇଛି। ସେହିଭଳି ଏହି ଡିଜିଟାଲ ସିନେମାରେ ଏସ୍‌ବିଆଇ ଲାଇଫ୍‌ର ବ୍ରାଣ୍ଡ୍‌ ଦର୍ଶନ ମଧ୍ୟ ସାମିଲ ରହିଛି, ଯେଉଁଥିରେ ବାପାଙ୍କ ବୃତ୍ତିଗତ ଓ ପିଲାମାନଙ୍କ ଯତ୍ନ ନେବାର ଦ୍ୱୈତ ଭୂମିକାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି, ଏଥିରେ ଲାଇଫ୍‌ ମିତ୍ର ଭାବେ ସେ ନିଜ ପୁଅକୁ ଏକ ଜଟିଳ ସମୟକୁ ଅତିକ୍ରମ କରିବାରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିବ। ଏପରିକି ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନର ଆହ୍ବାନଗୁଡିକୁ ଅତିକ୍ରମ କରିବା ପାଇଁ ପରାମର୍ଶ ଦେବା ଲାଗି ବୀମା ପରାମର୍ଶଦାତାମାନେ କିଭଳି ଉପଯୁକ୍ତ, ଏହି ଡିଜିଟାଲ ସିନେମା ମାଧ୍ୟମରେ ତାହାକୁ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି।

ଏ ସମ୍ପର୍କରେ ଏସ୍‌ବିଆଇ ଲାଇଫ୍‌ର କର୍ପୋରେଟ କମ୍ୟୁନିକେଶନ୍‌ ଆଣ୍ଡ ସିଏସ୍‌ଆର୍‌ ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି, ଏସ୍‌ବିଆଇ ଲାଇଫ୍‌ର ନୂତନ ଡିଜିଟାଲ ଅଭିଯାନ ‘ପାପା ହୈ ନା’ ଚଳଚ୍ଚିତ୍ରରେ ପିତାମାନେ କିଭଳି ସେମାନଙ୍କ ଦକ୍ଷତାକୁ ନିଜ ପିଲାମାନଙ୍କ ବିକାଶ ପାଇଁ ବ୍ୟବହାର କରିପାରିବେ, ତାହାକୁ ବିସ୍ତୃତ ଭାବେ ଏହି ଚଳଚ୍ଚିତ୍ର ଜରିଆରେ ଉଲ୍ଲେଖ କରାଯାଇଛି। ଏସ୍‌ବିଆଇ ଲାଇଫ୍‌ର ‘ପାପା ହୈ ନା’ ଡିଜିଟାଲ ସିନେମାରେ ପ୍ରତି ବାପାଙ୍କ ଭୂମିକାକୁ ବିଶେଷ ଭାବେ ମାନ୍ୟତା ଦିଆଯାଇଛି, ଯିଏ ନିଜ ପିଲାଙ୍କ ପାଇଁ ପ୍ରେରଣା ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri