ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପିତୃ ଦିବସ ଅବସରରେ ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ପିଲାମାନଙ୍କ ଜୀବନରେ ଲାଇଫ୍‌ ମିତ୍ର (ଜୀବନ ମିତ୍ର) ଭାବେ ପିତାଙ୍କ ବନ୍ଧୁ, ମାର୍ଗଦର୍ଶକ ଓ ଆର୍ଥିକ ପରାମର୍ଶଦାତାର ବିଭିନ୍ନ ଭୂମିକାକୁ ପାଳନ କରାଯାଉଛି।

ଏପରିକି କମ୍ପାନୀର ପ୍ରମୁଖ ଡିଜିଟାଲ ଅଭିଯାନ ‘ପାପା ହୈ ନା’ ଅଧୀନରେ ଏସ୍‌ବିଆଇ ଲାଇଫ୍‌ ଏକ ସୁନ୍ଦର ଡିଜିଟାଲ ସିନେମା (ଚଳଚ୍ଚିତ୍ର) ମଧ୍ୟ ରିଲିଜ କରିଛି,ଯେଉଁଥିରେ ଜୀବନର ଆହ୍ବାନକୁ ଅତିକ୍ରମ କରିବା ପାଇଁ ବାପା କିଭଳି ନିଜର ଅନୁଭୂତିକୁ ବ୍ୟବହାର କରୁଛନ୍ତି, ଏହି ଚଳଚ୍ଚିତ୍ର ଜରିଆରେ ତାହା ଦର୍ଶାଯାଇଛି। ସେହିଭଳି ଏହି ଡିଜିଟାଲ ସିନେମାରେ ଏସ୍‌ବିଆଇ ଲାଇଫ୍‌ର ବ୍ରାଣ୍ଡ୍‌ ଦର୍ଶନ ମଧ୍ୟ ସାମିଲ ରହିଛି, ଯେଉଁଥିରେ ବାପାଙ୍କ ବୃତ୍ତିଗତ ଓ ପିଲାମାନଙ୍କ ଯତ୍ନ ନେବାର ଦ୍ୱୈତ ଭୂମିକାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି, ଏଥିରେ ଲାଇଫ୍‌ ମିତ୍ର ଭାବେ ସେ ନିଜ ପୁଅକୁ ଏକ ଜଟିଳ ସମୟକୁ ଅତିକ୍ରମ କରିବାରେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିବ। ଏପରିକି ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନର ଆହ୍ବାନଗୁଡିକୁ ଅତିକ୍ରମ କରିବା ପାଇଁ ପରାମର୍ଶ ଦେବା ଲାଗି ବୀମା ପରାମର୍ଶଦାତାମାନେ କିଭଳି ଉପଯୁକ୍ତ, ଏହି ଡିଜିଟାଲ ସିନେମା ମାଧ୍ୟମରେ ତାହାକୁ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି।

ଏ ସମ୍ପର୍କରେ ଏସ୍‌ବିଆଇ ଲାଇଫ୍‌ର କର୍ପୋରେଟ କମ୍ୟୁନିକେଶନ୍‌ ଆଣ୍ଡ ସିଏସ୍‌ଆର୍‌ ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି, ଏସ୍‌ବିଆଇ ଲାଇଫ୍‌ର ନୂତନ ଡିଜିଟାଲ ଅଭିଯାନ ‘ପାପା ହୈ ନା’ ଚଳଚ୍ଚିତ୍ରରେ ପିତାମାନେ କିଭଳି ସେମାନଙ୍କ ଦକ୍ଷତାକୁ ନିଜ ପିଲାମାନଙ୍କ ବିକାଶ ପାଇଁ ବ୍ୟବହାର କରିପାରିବେ, ତାହାକୁ ବିସ୍ତୃତ ଭାବେ ଏହି ଚଳଚ୍ଚିତ୍ର ଜରିଆରେ ଉଲ୍ଲେଖ କରାଯାଇଛି। ଏସ୍‌ବିଆଇ ଲାଇଫ୍‌ର ‘ପାପା ହୈ ନା’ ଡିଜିଟାଲ ସିନେମାରେ ପ୍ରତି ବାପାଙ୍କ ଭୂମିକାକୁ ବିଶେଷ ଭାବେ ମାନ୍ୟତା ଦିଆଯାଇଛି, ଯିଏ ନିଜ ପିଲାଙ୍କ ପାଇଁ ପ୍ରେରଣା ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri