ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଆସନ୍ତୁ ଜାଣିବା । SBIର କୋଟି କୋଟି ଗ୍ରାହକ ଅଛନ୍ତି । ସମୟସାପେକ୍ଷ ଓ ସହଜରେ ବ୍ୟାଙ୍କ ସମ୍ୱନ୍ଧୀୟ ସେବା ଯୋଗାଇବା ପାଇଁ Yono ବ୍ୟବହାର କରୁଛନ୍ତି କଷ୍ଟମର ।
SBI ଏହାର YONO ଓ YONO Lite ଆପ୍ସ ମାଧ୍ୟମରେ ଗ୍ରାହକମାନଙ୍କୁ ଟଙ୍କା ଟ୍ରାନ୍ସଫର ସହ ଅନେକ ସେବା ପ୍ରଦାନ କରୁଛି। YONO SBI ଓ YONO Lite ସେବା ଉପଭୋଗ କରୁଥିବା ଗ୍ରାହକମାନଙ୍କୁ ଲଗଇନ୍ କରିବା ସମୟରେ ଏକ ୱାନ୍ ଟାଇମ୍ ପାସୱାର୍ଡ (OTP)ଦେବାକୁ ପଡିଥାଏ।
SBI ଏକ X ପୋଷ୍ଟ ଜାରି କରି କହିଛି, “ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ, ୧୧ ଏପ୍ରିଲରେ ୨.୩୦Am ରୁ ୨.୫୦pm ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାଙ୍କିଂ, YONO Lite ଓ YONO ର OTP-ଆଧାରିତ ସର୍ଭିସଗୁଡ଼ିକରେ ମଝିରେ ମଝିରେ ବାଧା ସୃଷ୍ଟି ହୋଇପାରେ। ସେହି ସମୟ ମଧ୍ୟରେ, ଗ୍ରାହକମାନେ ନିରବଚ୍ଛିନ୍ନ ସେବା ପାଇଁ ATM, UPI, Secure OTP ଓ SBI Authenticator ବ୍ୟବହାର କରିପାରିବେ।”

