SBI ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଡିସେମ୍ୱର ୧ରୁ ତେଲ ଭରିବା-ଟ୍ରାନ୍ସପୋର୍ଟ ଖର୍ଚ୍ଚ ଉପରେ ଲାଗିବ ଏକ୍ସର୍ଟା ଚାର୍ଜ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବାସ୍ତବରେ, ଏସବିଆଇ କାର୍ଡସ (SBI Cards) ନିଜ କ୍ରେଡିଟ କାର୍ଡ ନିୟମାବଳୀରେ ପରିବର୍ତ୍ତନ କରି ୧ ଡିସେମ୍ୱର ୨୦୨୬ ରୁ ନୂଆ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଏହା ଅଧୀନରେ ଏବେ ର୍ନିଦ୍ଧାରିତ ସୀମାରୁ ଅଧିକ ଟ୍ରାନ୍ସପୋର୍ଟ ଏବଂ ଇନ୍ଧନ (ଫ୍ୟୁଏଲ) କାରବାର ଉପରେ ଏକ ପ୍ରତିଶତ ଅତିରିକ୍ତ ଚାର୍ଜ ଆଦାୟ କରାଯିବ। ନୂତନ ପରିବର୍ତ୍ତନ ଅଧୀନରେ ମୁଖ୍ୟତଃ ପରିବହନ ଏବଂ ଇନ୍ଧନ ଖର୍ଚ୍ଚ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାର ବ୍ୟବସ୍ଥା କରାଯାଇଛି। ଆସନ୍ତୁ ବିସ୍ତୃତ ଭାବରେ ଜାଣିବା କେଉଁ ପ୍ରକାରର କାରବାର ଉପରେ ଏହି ଚାର୍ଜ ଆଦାୟ ହେବ।

ସାଧାରଣତଃ ଲୋକମାନେ କ୍ୟାବ ବୁକିଂ, ଟୋଲ ଟ୍ୟାକ୍ସ କିମ୍ୱା ଅନ୍ୟାନ୍ୟ ପରିବହନ ସେବା ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରିଥାନ୍ତି। ଏବେ ଏସବିଆଇ କାର୍ଡ ଏହା ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଯଦି ଆପଣ ନିଜ ଏସବିଆଇ କ୍ରେଡିଟ କାର୍ଡ ଜରିଆରେ କୌଣସି ଗୋଟିଏ ପରିବହନ କାରବାରରେ (ସିଙ୍ଗଲ ଟ୍ରାନ୍ସପୋର୍ଟେସନ ଟ୍ରାଞ୍ଜାକସନ) ୩୦,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ କରନ୍ତି, ତେବେ ମୋଟ କାରବାର ରାଶି ଉପରେ ଅତିରିକ୍ତ ଭାବେ ଏକ ପ୍ରତିଶତ ଶୁଳ୍କ ଲାଗୁ ହେବ। ନେଟୱାର୍କ ପାର୍ଟନରଙ୍କ ପକ୍ଷରୁ ଏହି ନିୟମ ର୍ନିଦ୍ଦିଷ୍ଟ ମର୍ଚାଣ୍ଟ କାଟେଗୋରୀ କୋଡ (MCC) ଯେପରିକି ୪୧୧୧, ୪୭୮୪ ଏବଂ ୪୧୩୧ ଅଧୀନରେ ଆସୁଥିବା ପରିବହନ କାରବାର ଉପରେ ଲାଗୁ ହେବ।

ପେଟ୍ରୋଲ ପମ୍ପରେ ଗାଡ଼ିରେ ତେଲ ପକାଇବା ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଲୋକଙ୍କୁ ଏବେ ଟିକେ ସତର୍କ ରହିବାକୁ ପଡ଼ିବ। ବାସ୍ତବରେ, ଯଦି ଗୋଟିଏ ବିଲିଂ ସାଇକେଲ ମଧ୍ୟରେ ଆପଣଙ୍କର ସମସ୍ତ ଇନ୍ଧନ କାରବାରର ମୋଟ ରାଶି ୫୦,୦୦୦ ଟଙ୍କାରୁ ଅଧିକ ହୁଏ, ତେବେ ସମ୍ପୂର୍ଣ୍ଣ ଇନ୍ଧନ ଖର୍ଚ୍ଚ ଉପରେ ୧ ପ୍ରତିଶତ ଚାର୍ଜ ଲାଗୁ ହେବ। ମନେରଖନ୍ତୁ, ଏହି ଚାର୍ଜ ମୋଟ ଫ୍ୟୁଏଲ ଖର୍ଚ୍ଚ ଉପରେ ଲାଗୁ ହେବ। ଏହି ନିୟମ ମର୍ଚାଣ୍ଟ କାଟେଗୋରୀ କୋଡ ୫୧୭୨, ୫୫୪୧, ୫୫୪୨ ଏବଂ ୫୯୮୩ ଅଧୀନରେ ଆସୁଥିବା ଇନ୍ଧନ ଖର୍ଚ୍ଚ ଉପରେ ଲାଗୁ ହେବ।

Share