ଏସ୍‌ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ ବ୍ୟାଙ୍କିଙ୍ଗ ସମାଧାନ ସହ ୧୨ଟି ଭାଷାରେ ୨୪ ଘଣ୍ଟା ଉପଲବ୍ଧ ହେବ, ଯାହାକୁ ବ୍ୟାଙ୍କର ଗ୍ରାହକମାନେ ଘରେ ବସି ହାସଲ କରିପାରିବେ। ଏହି ପ୍ରକ୍ରିୟାକୁ ଆହୁରି ସହଜ କରିବା ଲାଗି ବ୍ୟାଙ୍କ୍‌ ପକ୍ଷରୁ ସହଜରେ ମନେ ରହିପାରୁଥିବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ କିମ୍ବା ୧୮୦୦-୨୧୦୦ର ଆରମ୍ଭ କରାଯାଇଛି। ବର୍ତ୍ତମାନ ଯୋଗାଯୋଗ କେନ୍ଦ୍ର ମାସକୁ ୧.୫ କୋଟି କଲ୍‌ର ପରିଚାଳନା କରୁଥିବା ବେଳେ ୪୦% ଆଇଭିଆର୍‌ ଜରିଆରେ ସ୍ବପରିଚାଳିତ ହେଉଛି। ସେହିଭଳି ବଳକା କଲ୍‌ଗୁଡ଼ିକୁ ୩୫୦୦ରୁ ଅଧିକ ଟେଲି-କଲର୍‌ ପ୍ରତିନିଧି ପରିଚାଳନା କରୁଛନ୍ତି। ଏହାର ଗ୍ରାହକମାନେ ଖାତା, ଚେକ୍‌ ବୁକ୍‌ ସମ୍ପର୍କିତ ସେବା, ଏଟିଏମ୍‌ କାର୍ଡ କିମ୍ବା ଡିଜିଟାଲ୍‌ ଚ୍ୟାନେଲ୍‌କୁ ବ୍ଲକ୍‌ କରିବାର ଜରୁରିକାଳୀନ ସେବା ପାଇପାରିବେ ଏବଂ ଡିଜିଟାଲ୍‌ ଉତ୍ପାଦ, ସହାୟତା ଓ ଉତ୍ପାଦ ସୂଚନା ଆଦି ପାଇପାରିବେ। ସେହିପରି ବ୍ୟାଙ୍କ୍‌ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ଲାଗି ସମସ୍ତ ଗ୍ରାହକ ସହାୟତା ପ୍ରତିନିଧିମାନଙ୍କୁ ଲଘୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଏସ୍‌ବିଆଇରେ ଆମେ ଗ୍ରାହକକୈନ୍ଦ୍ରିକ ହେବା ଏବଂ ବିଭିନ୍ନ ଚ୍ୟାନେଲ୍‌ ଓ ପ୍ଲାଟ୍‌ଫର୍ମ ଜରିଆରେ ବ୍ୟକ୍ତିଗତ ଅନୁଭୂତି ପ୍ରଦାନ କରିବାକୁ ଉଦ୍ୟମ କରୁଛୁ। ଆମର ଗ୍ରାହକମାନେ ନିରନ୍ତର ଭାବେ ଡିଜିଟାଲ୍‌ ଚ୍ୟାନେଲ୍‌ ଆଡ଼କୁ ଅଗ୍ରସର ହେଉଥିବା ବେଳେ କିଛି ନିର୍ଦ୍ଦିଷ୍ଟ ବର୍ଗର ଗ୍ରାହକଙ୍କ ପାଇଁ ‘ଭଏସ୍‌’ ଏବେ ବି ପସନ୍ଦର ମାଧ୍ୟମ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri