ପଦିଏ କଥା

ଜ୍ୟାକଲିନ୍‌ ଫର୍ନାଡିସଙ୍କ ମୁହଁରେ ଏବେ ଜଣଙ୍କର ପ୍ରଶଂସା ଶୁଣିବାକୁ ମିଳୁଛି। ସେ କିଏ ଜାଣନ୍ତି ? କଙ୍ଗନା ରାଣାଓ୍ବତ। ଯୁଆଡେ ଗଲେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏହି ଅଭିନେତ୍ରୀ। ଏହା ପଛରେ ସେଭଳି କାରଣ ମଧ୍ୟ ରହିଛି। ନିକଟରେ ଏକ ପ୍ରୋବ୍ଲେମରେ ଫସି ଯାଇଥିଲେ ଜ୍ୟାକଲିନ୍‌। ଏହି ସମୟରେ ତାଙ୍କର ଭେଟ ହୋଇ ଥିଲା କଙ୍ଗନାଙ୍କ ସହ। ବାସ୍‌, ତାଙ୍କର ସମସ୍ୟାକୁ ସେ ଏଭଳି ସମାଧାନ କରି ଦେଲେ ଯେ ଜ୍ୟାକଲିନ୍‌ଙ୍କ ଖୁସି କହିଲେ ନ ସରେ। ଏ ନେଇ ସେ କହନ୍ତି, ‘ନିକଟରେ ମୁଁ ଏକ ବଡ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଠିକ୍‌ ସେତିକି ବେଳକୁ ଥରେ ମୋର କଙ୍ଗନାଙ୍କ ସହ ଭେଟ ହୋଇଗଲା। ଯେତେବେଳେ ତାଙ୍କୁ ଏ ବିଷୟରେ କହିଲି ସେ କିଛି ସମୟ ଚିନ୍ତା କରିବା ପରେ ମୋତେ କିଛି ଟିପ୍ସ ଦେଇଥିଲେ। ଆଉ ତା’ପରେ ମୋ ସମସ୍ୟାର ସମାଧାନ ବାଟ ମୋତେ ମିଳିଯାଇଥିଲା। କେବଳ ସେତିକି ନୁହେଁ, କଙ୍ଗନାଙ୍କ ଅଭିନୀତ ପ୍ରାୟ ସବୁ ଫିଲ୍ମ ମୁଁ ଦେଖିଛି। ପ୍ରକୃତରେ ସେ ଜଣେ ଅଲରାଉଣ୍ଡର। ଏବେ ସେ ନିର୍ଦ୍ଦେଶନା ଦେଉଥିବା ଏବଂ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ‘ଇମରଜେନ୍ସି’ର ନିର୍ମାଣ ଚାଲିଛି। ଏହି ଫିଲ୍ମଟି ତାଙ୍କ କ୍ୟାରିୟରକୁ ନିଶ୍ଚୟ ମାଇଲେଜ ଦେବ ବୋଲି ଆଶା ରଖିଛି।

Share