Posted inଜାତୀୟ

‘ଆଇ ଲଭ୍‌ ୟୁ’ କହିବା ଯୌନ ନିର୍ଯାତନା ନୁହେ: ହାଇକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ,୨୮।୭: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସ୍ପଷ୍ଟ ଯୌନ ଉଦ୍ଦେଶ୍ୟ ପ୍ରମାଣ ନ ହେଲେ କେବଳ “ଆଇ ଲଭ୍‌ ୟୁ” କହିବା ଯୌନ ନିର୍ଯାତନା ନୁହେ। ଏହି ମାମଲାରେ ଜଣେ ଯୁବକଙ୍କୁ ପୋକ୍ସୋ ଆଇନ ଓ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ ଅଧୀନରେ ଅଭିଯୁକ୍ତ କରାଯାଇଥିଲା, କିନ୍ତୁ ହାଇକୋର୍ଟର ବିଚାରପତି ସଞ୍ଜୟ ଏସ୍‌ ଅଗ୍ରୱାଲଙ୍କ ଖଣ୍ଡିକିଆ ବେଞ୍ଚ ଟ୍ରାଏଲ କୋର୍ଟଙ୍କ ରାୟକୁ ବଳବତ୍ତର ରଖି ରାଜ୍ୟ ସରକାରଙ୍କ ଆପୀଲକୁ ଖାରଜ କରିଛନ୍ତି।

ଘଟଣାଟି ଧମତାରୀ ଜିଲାର କୁରୁଦ ଥାନା ଅଞ୍ଚଳରେ ଘଟିଥିଲା। ଜଣେ ୧୫ ବର୍ଷୀୟା ଛାତ୍ରୀ ଅଭିଯୋଗ କରିଥିଲେ ଯେ, ସ୍କୂଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଦେଖି “ଆଇ ଲଭ୍‌ ୟୁ” କହିଥିଲେ ଏବଂ ପୂର୍ବରୁ ମଧ୍ୟ ଅନେକ ଥର ନିର୍ଯାତନା ଦେଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ଦଣ୍ଡବିଧାନର ଧାରା ୩୫୪ଡି (ପଛରୁ ଲାଗିବା) ଓ ୫୦୯ (ମହିଳାଙ୍କ ସମ୍ମାନକୁ ଆଘାତ) ସହ ପୋକ୍ସୋ ଆଇନର ଧାରା ୮ ଓ ଏସସି/ଏସଟି ଆଇନର ଧାରା ୩(୨)(ଭିଏ) ଅଧୀନରେ ମାମଲା ରୁଜୁ କରିଥିଲା।

କିନ୍ତୁ, ଟ୍ରାଏଲ କୋର୍ଟ ପ୍ରମାଣର ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ରାଜ୍ୟ ସରକାର ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୁଣାଣି ସମୟରେ ହାଇକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଅଭିଯୋଗକାରୀଙ୍କ ବୟସ ପ୍ରମାଣ କରିବାରେ ତଦନ୍ତ ଅସମ୍ପୂର୍ଣ୍ଣ ରହିଥିଲା ଏବଂ ଅଭିଯୁକ୍ତଙ୍କ କାର୍ଯ୍ୟରେ ଯୌନ ଉଦ୍ଦେଶ୍ୟ ଥିବାର କୌଣସି ପ୍ରମାଣ ମିଳିନାହିଁ। ଏହା ସହ, ଅଭିଯୋଗକାରୀଙ୍କ ଜାତି ସମ୍ପର୍କରେ ଅଭିଯୁକ୍ତଙ୍କୁ ଜଣା ନ ଥିବାରୁ ଏସସି/ଏସଟି ଆଇନ ପ୍ରୟୋଗ ଅନୁଚିତ ବୋଲି କୋର୍ଟ ମତ ଦେଇଛନ୍ତି।

ବିଚାରପତି ଅଗ୍ରୱାଲ କହିଛନ୍ତି, ଏକ ଏକକ “ଆଇ ଲଭ୍‌ ୟୁ” କହିବା ବା ବାରମ୍ବାର ସମ୍ପର୍କ ବା ଅସଭ୍ୟ ଆଚରଣ ବିନା ପୋକ୍ସୋ ଆଇନର ଧାରା ୭ ଅନୁଯାୟୀ ଯୌନ ନିର୍ଯାତନାର ଆଇନଗତ ମାନଦଣ୍ଡ ପୂରଣ କରେ ନାହିଁ। ସୁପ୍ରିମକୋର୍ଟଙ୍କ ଆଟର୍ଣ୍ଣି ଜେନେରାଲ ଫର ଇଣ୍ଡିଆ ବନାମ ସତୀଶ (୨୦୨୧) ରାୟକୁ ଉଲ୍ଲେଖ କରି କୋର୍ଟ କହିଛନ୍ତି ଯେ, ଯୌନ ଉତ୍ପୀଡ଼ନ ପାଇଁ ସ୍ପଷ୍ଟ ଉଦ୍ଦେଶ୍ୟ ପ୍ରମାଣ ଆବଶ୍ୟକ। ତଦନ୍ତରେ ଅପାରଗତା ଓ ଅସାବଧାନତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦୋଷ ରାୟକୁ ବଳବତ୍ତର ରଖି ରାଜ୍ୟର ଆପୀଲ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?