ସାବିତ୍ରୀ ମିଲ୍‌ ଚାଉଳ ଲୁଟ୍‌ ଘଟଣା: ୩.୧୨ କୋଟିରୁ ୮୬.୯୦ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୧ା୫: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ସାର୍ଟିଫିକେଟ ମାମଲା ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ସଲାଉଦ୍ଦିନ ଖାନଙ୍କ ରିପୋର୍ଟ ଆଧାରରେ ହଡ଼ପ ୩ କୋଟି ୧୨ ଲକ୍ଷ ୪୦ ହଜାର ୭୪୪ ଟଙ୍କା ମଧ୍ୟରୁ ଏଯାଏ ୮୬ ଲକ୍ଷ ୯୦ ହଜାର ୭୩୫ ଟଙ୍କା ଦାଖଲ କରାଯାଇନାହିଁ। ତେବେ ଏଥିରେ ସମ୍ପୃକ୍ତ କେତେଜଣ ଅଧିକାରୀଙ୍କୁ ୭ ବର୍ଷ ହେଲା ବିଭାଗୀୟ ସୁରକ୍ଷା ଦିଆଯାଇ କେବଳ ଡିପାର୍ଟମେଣ୍ଟାଲ ପ୍ରୋସିଡିଂରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଛି।
ସିଏସ୍‌ଓଙ୍କ ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷରେ ଯାଜପୁର ଏବଂ କେନ୍ଦୁଝର ଜିଲାରେ ଥିବା ସାବିତ୍ରୀ ରାଇସ୍‌ ମିଲରେ ସମୁଦାୟ ୪ କୋଟି ୪ ଲକ୍ଷ ୨୪ ହଜାର ୩୯୩ ଟଙ୍କାର ଚାଉଳ ହରିଲୁଟ ହୋଇଥିବା ଅଡିଟରେ ଧରାପଡିଥିଲା। ତେବେ ସିକ୍ୟୁରିଟି ଡିପୋଜିଟ, ଅସୁଲି ଅର୍ଥ ଆଦିକୁ ମିଶାଇବା ପରେ ୩ କୋଟି ୮ ଲକ୍ଷ ୯୪୨ ଟଙ୍କା ସାବିତ୍ରୀ ରାଇସ ମିଲକୁ ଦାଖଲ କରିବାକୁ ଥିଲା। କେତେଜଣ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଉପରୋକ୍ତ ସରକାରୀ ଅର୍ଥକୁ ଆତ୍ମସାତ୍‌ କରିବାକୁ ମିଳିମିଶି ଉଦ୍ୟମ କରାଯାଇଥିଲା। କିନ୍ତୁ ଅଡିଟ ରିପୋର୍ଟରେ ଧରାପଡିବା ପରେ ସାବିତ୍ରୀ ରାଇସ ମିଲର ମାଲିକଙ୍କ ନାମରେ ସାର୍ଟିଫିକେଟ କେଶ ସହ ସିଆଇଡି, କ୍ରାଇମବ୍ରାଞ୍ଚରେ ୪୦୯ପିସି/୧୭ା୮ା୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ସରକାରୀ ଅର୍ଥ ବାଟମାରଣା ଏବଂ ଦୁର୍ନୀତି ପ୍ରମାଣ ହେବା ପରେ ମାଲିକଙ୍କୁ ଜେଲଦଣ୍ଡ ସହ ଆତ୍ମସାତ୍‌ ଟଙ୍କା କିସ୍ତି ଅନୁସାରେ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ଏହି ମହାଦୁର୍ନୀତିରେ ସମ୍ପୃକ୍ତ ଏସିଏସ୍‌ଓ ପ୍ରହ୍ଲାଦ ସେଠୀ ଓ ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ବିଶ୍ୱଜିତ ମିଶ୍ରଙ୍କୁ ୭ ବର୍ଷ ହେଲା ବିଭାଗୀୟ ସୁରକ୍ଷା ଯୋଗାଇ ଦିଆଯାଇ ମାତ୍ର ଡିପାର୍ଟମେଣ୍ଟାଲ ପ୍ରୋସିଡିଂରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ନିଗମର ଉପରୋକ୍ତ କ୍ଷତି ଟଙ୍କା ପାଇଁ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ଏବଂ ଯାଜପୁରଠାରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ବେଆଇନ ଧାନ ପରିବହନରେ ଦାୟୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଅଛି ସେ ସଂକ୍ରାନ୍ତରେ ବିଭାଗୀୟ ଜବାବ୍‌ ତଲବ ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। କୌଣସି ଏକ ଅଦୃଶ୍ୟ ଶକ୍ତି ବଳରେ ଏହି ଦୁର୍ନୀତିକୁ ପରୋକ୍ଷରେ ସହଯୋଗ କରିଥିବା ଅଧିକାରୀଙ୍କୁ ଏକ ପ୍ରକାର ପୁରସ୍କୃତ କରାଯାଇଥିବା ମତପ୍ରକାଶ ପାଇଛି।
ସିଏସ୍‌ଓଙ୍କ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ଧାନ ସଂଗ୍ରହ ବର୍ଷରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜକୁ ୬୨୨୩୯.୫୧ କୁଇଣ୍ଟାଲ ଧାନ ଚାଉଳ ମିଲିଂ ପାଇଁ ଦିଆଯାଇଥିଲା ା ଜିଲାର ପିଡିଏସ, ଅନ୍ତ୍ୟୋଦୟ, ଏମଡିଏମ୍‌ ଆଦି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଧାରିତ ସମୟରେ ୪୨୩୨.୨୮୬ ମେଟ୍ରିକ ଟନ୍‌ ଚାଉଳ ଦାଖଲ କରିବା କଥା ା କିନ୍ତୁ ମାତ୍ର ୧୪,୮୨୪.୦୮ କୁଇଣ୍ଟାଲ ଚାଉଳ ଦାଖଲ କରିଥିଲା। ଏହାବାଦ୍‌ ମୟୁରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ ମିଲକୁ ୪୦,୨୩୯.୫୧ କୁଇଣ୍ଟାଲ ଧାନ ପରିବହନ ହୋଇଥିଲା ା ତଦନୁସାରେ କରଞ୍ଜିଆ ମିଲରୁ ୨୭୩୬୨.୮୭ କୁଇଣ୍ଟାଲ ଚାଉଳ ଦାଖଲ ପ୍ରଶାସନ ନିକଟରେ ଦାଖଲ ହେବାର ନିୟମ ରହିଛି। କିନ୍ତୁ ମାତ୍ର ୯,୫୭୮.୦୪ କୁଇଣ୍ଟାଲ ଚାଉଳ କରଞ୍ଜିଆ ମିଲରୁ ଦାଖଲ ହୋଇଥିଲା। ବାକି ୧୭,୭୮୪.୮୩ କୁଇଣ୍ଟାଲ ଚାଉଳ ଦାଖଲରେ ଅନିୟମିତତା ହୋଇଥିଲା। ଇତିମଧ୍ୟରେ ମିଲ ମାଲିକ ଦିଲ୍ଲୀପ କୁମାର ଅଗ୍ରୱାଲ ୨ କୋଟି ୨୫ ଲକ୍ଷ ୫୦ ହଜାର ୯ ଟଙ୍କା କିସ୍ତି ଅନୁସାରେ ଦାଖଲ କରି ସାରିଛନ୍ତି। ହେଲେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନେ ଆରାମରେ ବିଭାଗୀୟ ପଦପଦବୀରେ ଅଧିଷ୍ଠିତ ରହି ଏବେ ବି ଚାଉଳ ଯୋଗାଣରେ ମିଲ୍‌ ମାଲିକମାନଙ୍କ ସହ ମିଶି ଅନିୟମିତତା କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌କୁ ରବିବାର ରାତି ପ୍ରାୟ ୭ ଟା ୫୮ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri