ସାବିତ୍ରୀ ମିଲ୍‌ ଚାଉଳ ଲୁଟ୍‌ ଘଟଣା: ୩.୧୨ କୋଟିରୁ ୮୬.୯୦ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୧ା୫: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ସାର୍ଟିଫିକେଟ ମାମଲା ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ସଲାଉଦ୍ଦିନ ଖାନଙ୍କ ରିପୋର୍ଟ ଆଧାରରେ ହଡ଼ପ ୩ କୋଟି ୧୨ ଲକ୍ଷ ୪୦ ହଜାର ୭୪୪ ଟଙ୍କା ମଧ୍ୟରୁ ଏଯାଏ ୮୬ ଲକ୍ଷ ୯୦ ହଜାର ୭୩୫ ଟଙ୍କା ଦାଖଲ କରାଯାଇନାହିଁ। ତେବେ ଏଥିରେ ସମ୍ପୃକ୍ତ କେତେଜଣ ଅଧିକାରୀଙ୍କୁ ୭ ବର୍ଷ ହେଲା ବିଭାଗୀୟ ସୁରକ୍ଷା ଦିଆଯାଇ କେବଳ ଡିପାର୍ଟମେଣ୍ଟାଲ ପ୍ରୋସିଡିଂରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଛି।
ସିଏସ୍‌ଓଙ୍କ ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷରେ ଯାଜପୁର ଏବଂ କେନ୍ଦୁଝର ଜିଲାରେ ଥିବା ସାବିତ୍ରୀ ରାଇସ୍‌ ମିଲରେ ସମୁଦାୟ ୪ କୋଟି ୪ ଲକ୍ଷ ୨୪ ହଜାର ୩୯୩ ଟଙ୍କାର ଚାଉଳ ହରିଲୁଟ ହୋଇଥିବା ଅଡିଟରେ ଧରାପଡିଥିଲା। ତେବେ ସିକ୍ୟୁରିଟି ଡିପୋଜିଟ, ଅସୁଲି ଅର୍ଥ ଆଦିକୁ ମିଶାଇବା ପରେ ୩ କୋଟି ୮ ଲକ୍ଷ ୯୪୨ ଟଙ୍କା ସାବିତ୍ରୀ ରାଇସ ମିଲକୁ ଦାଖଲ କରିବାକୁ ଥିଲା। କେତେଜଣ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଉପରୋକ୍ତ ସରକାରୀ ଅର୍ଥକୁ ଆତ୍ମସାତ୍‌ କରିବାକୁ ମିଳିମିଶି ଉଦ୍ୟମ କରାଯାଇଥିଲା। କିନ୍ତୁ ଅଡିଟ ରିପୋର୍ଟରେ ଧରାପଡିବା ପରେ ସାବିତ୍ରୀ ରାଇସ ମିଲର ମାଲିକଙ୍କ ନାମରେ ସାର୍ଟିଫିକେଟ କେଶ ସହ ସିଆଇଡି, କ୍ରାଇମବ୍ରାଞ୍ଚରେ ୪୦୯ପିସି/୧୭ା୮ା୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ସରକାରୀ ଅର୍ଥ ବାଟମାରଣା ଏବଂ ଦୁର୍ନୀତି ପ୍ରମାଣ ହେବା ପରେ ମାଲିକଙ୍କୁ ଜେଲଦଣ୍ଡ ସହ ଆତ୍ମସାତ୍‌ ଟଙ୍କା କିସ୍ତି ଅନୁସାରେ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ଏହି ମହାଦୁର୍ନୀତିରେ ସମ୍ପୃକ୍ତ ଏସିଏସ୍‌ଓ ପ୍ରହ୍ଲାଦ ସେଠୀ ଓ ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ବିଶ୍ୱଜିତ ମିଶ୍ରଙ୍କୁ ୭ ବର୍ଷ ହେଲା ବିଭାଗୀୟ ସୁରକ୍ଷା ଯୋଗାଇ ଦିଆଯାଇ ମାତ୍ର ଡିପାର୍ଟମେଣ୍ଟାଲ ପ୍ରୋସିଡିଂରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ନିଗମର ଉପରୋକ୍ତ କ୍ଷତି ଟଙ୍କା ପାଇଁ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ଏବଂ ଯାଜପୁରଠାରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ବେଆଇନ ଧାନ ପରିବହନରେ ଦାୟୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଅଛି ସେ ସଂକ୍ରାନ୍ତରେ ବିଭାଗୀୟ ଜବାବ୍‌ ତଲବ ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। କୌଣସି ଏକ ଅଦୃଶ୍ୟ ଶକ୍ତି ବଳରେ ଏହି ଦୁର୍ନୀତିକୁ ପରୋକ୍ଷରେ ସହଯୋଗ କରିଥିବା ଅଧିକାରୀଙ୍କୁ ଏକ ପ୍ରକାର ପୁରସ୍କୃତ କରାଯାଇଥିବା ମତପ୍ରକାଶ ପାଇଛି।
ସିଏସ୍‌ଓଙ୍କ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ଧାନ ସଂଗ୍ରହ ବର୍ଷରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜକୁ ୬୨୨୩୯.୫୧ କୁଇଣ୍ଟାଲ ଧାନ ଚାଉଳ ମିଲିଂ ପାଇଁ ଦିଆଯାଇଥିଲା ା ଜିଲାର ପିଡିଏସ, ଅନ୍ତ୍ୟୋଦୟ, ଏମଡିଏମ୍‌ ଆଦି ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଧାରିତ ସମୟରେ ୪୨୩୨.୨୮୬ ମେଟ୍ରିକ ଟନ୍‌ ଚାଉଳ ଦାଖଲ କରିବା କଥା ା କିନ୍ତୁ ମାତ୍ର ୧୪,୮୨୪.୦୮ କୁଇଣ୍ଟାଲ ଚାଉଳ ଦାଖଲ କରିଥିଲା। ଏହାବାଦ୍‌ ମୟୁରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ ମିଲକୁ ୪୦,୨୩୯.୫୧ କୁଇଣ୍ଟାଲ ଧାନ ପରିବହନ ହୋଇଥିଲା ା ତଦନୁସାରେ କରଞ୍ଜିଆ ମିଲରୁ ୨୭୩୬୨.୮୭ କୁଇଣ୍ଟାଲ ଚାଉଳ ଦାଖଲ ପ୍ରଶାସନ ନିକଟରେ ଦାଖଲ ହେବାର ନିୟମ ରହିଛି। କିନ୍ତୁ ମାତ୍ର ୯,୫୭୮.୦୪ କୁଇଣ୍ଟାଲ ଚାଉଳ କରଞ୍ଜିଆ ମିଲରୁ ଦାଖଲ ହୋଇଥିଲା। ବାକି ୧୭,୭୮୪.୮୩ କୁଇଣ୍ଟାଲ ଚାଉଳ ଦାଖଲରେ ଅନିୟମିତତା ହୋଇଥିଲା। ଇତିମଧ୍ୟରେ ମିଲ ମାଲିକ ଦିଲ୍ଲୀପ କୁମାର ଅଗ୍ରୱାଲ ୨ କୋଟି ୨୫ ଲକ୍ଷ ୫୦ ହଜାର ୯ ଟଙ୍କା କିସ୍ତି ଅନୁସାରେ ଦାଖଲ କରି ସାରିଛନ୍ତି। ହେଲେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନେ ଆରାମରେ ବିଭାଗୀୟ ପଦପଦବୀରେ ଅଧିଷ୍ଠିତ ରହି ଏବେ ବି ଚାଉଳ ଯୋଗାଣରେ ମିଲ୍‌ ମାଲିକମାନଙ୍କ ସହ ମିଶି ଅନିୟମିତତା କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌କୁ ରବିବାର ରାତି ପ୍ରାୟ ୭ ଟା ୫୮ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri