Posted inଫୁରସତ

ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ

କୈଶୋରାବସ୍ଥା ବା ଯୁବାବସ୍ଥାକୁ ଅନେକେ ମଜାମସ୍ତିରେ ବିତାଇବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ ଆଗ-ପଛ ବିଚାର ନ କରି ନିଜର ସମସ୍ତ ଆୟକୁ ମଧ୍ୟ ବ୍ୟୟ କରିବାକୁ ପଛାନ୍ତି ନାହିଁ। ବର୍ତ୍ତମାନର ଏହି ଖୁସି ଆଳରେ ଯେ ସେମାନେ ନିଜ ଭବିଷ୍ୟତ ପ୍ରତି ଅଣଦେଖା କରିବସନ୍ତି ସେ ଦିଗରେ ଅବଗତ ନ ଥା’ନ୍ତି। ହେଲେ ସୁଖମୟ ବର୍ତ୍ତମାନ ସହିତ ଏକ ସମୃଦ୍ଧ ଭବିଷ୍ୟତ ଲାଗି ଯୁବାବସ୍ଥାରୁ ହିଁ ସଞ୍ଚୟ ଆରମ୍ଭ କରିବା ବୁଦ୍ଧିମତ୍ତାର କାର୍ଯ୍ୟ….

ଯୋଜନା କରନ୍ତୁ: ଭବିଷ୍ୟତ ପାଇଁ ଲକ୍ଷ୍ୟ ରଖିଲେ ସଞ୍ଚୟ କରିବାକୁ ଆଗ୍ରହ ସୃଷ୍ଟି ହୋଇଥାଏ। ତେଣୁ ପ୍ରଥମେ ମନରେ ଏକ ଲକ୍ଷ୍ୟ ରଖି କ’ଣ ପାଇଁ ସଞ୍ଚୟ କରିବାକୁ ଚାହୁଁଛନ୍ତି ସ୍ଥିର କରନ୍ତୁ।

ବଜେଟ ପ୍ରସ୍ତୁତ କରନ୍ତୁ: ସଞ୍ଚୟ କରିବାକୁ ହେଲେ ବଜେଟ ସ୍ଥିର କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏହି ବଜେଟ ଏପରି ହେବା ଦରକାର, ଯେଉଁଥିରେ ବ୍ୟୟ ସବୁବେଳେ ନିଜର ଆୟକୁ ଧ୍ୟାନରେ ରଖି ହେଉଥିବ। ଅନେକ ସମୟରେ ଦେଖାଯାଏ, ଯୁବପିଢ଼ି ଅନ୍ୟକୁ ଦେଖି କିମ୍ବା ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରି ବସନ୍ତି। ହେଲେ ଏହା ପ୍ରକୃତରେ କେତେ ଆବଶ୍ୟକ ବିଚାର କରନ୍ତୁ, ନିଜ ବଜେଟ ଭିତରେ ଏହାକୁ ସୀମିତ ରଖିବାକୁ ଚେଷ୍ଟା କରନ୍ତୁ ଏବଂ ବଳକା ଟଙ୍କାକୁ ଭବିଷ୍ୟତ ଲାଗି ସଞ୍ଚୟ କରନ୍ତୁ।
ମାନସିକତାରେ ପରିବର୍ତ୍ତନ ଆବଶ୍ୟକ: ଅଧିକାଂଶ ଯୁବପିଢ଼ି ଭାବନ୍ତି ସଞ୍ଚୟ କରିବା ଦ୍ବାରା ନିଜ ଇଚ୍ଛା ଏବଂ ଆବଶ୍ୟକତା ଅପୂରଣୀୟ ରହିଥାଏ। ହେଲେ ଏହା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ଛାତ୍ରୀଛାତ୍ର ହୋଇଥିଲେ ପକେଟ୍‌ ମନିରୁ ବି କିଛି ଖର୍ଚ୍ଚ କାଟ କରି ସଞ୍ଚୟ କରିପାରିବେ। ରୋଜଗାରକ୍ଷମ ହୋଇଥିଲେ ସଞ୍ଚୟ କରିବା ଲାଗି ସର୍ବପ୍ରଥମେ ଏକ ତାଲିକା ପ୍ରସ୍ତୁତ କରି ନିଜ ମାସିକ ଖର୍ଚ୍ଚ ଆକଳନ କରିବା ପରେ ଆନୁମାନିକ ବଳକା ଅର୍ଥକୁ ପ୍ରଥମେ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ। ମନେରଖନ୍ତୁ, ଖର୍ଚ୍ଚ କରିବା ପରେ ଯାହା ଟଙ୍କା ବଳୁଛି ସଞ୍ଚୟ ନ କରି ପ୍ରଥମେ କେତେ ଟଙ୍କା ସଞ୍ଚୟ କରିବେ ତାହା ସ୍ଥିର କରିବା ପରେ ବଳକା ଟଙ୍କାକୁ ଖର୍ଚ୍ଚ କରିବା ହିଁ ବୁଦ୍ଧିମତ୍ତାର କାମ।

ଠିକ୍‌ ଭାବେ ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ: ସଞ୍ଚତ୍ତ ଅର୍ଥକୁ ଘରେ ନ ରଖି ବ୍ୟାଙ୍କ୍‌, ପୋଷ୍ଟ ଅଫିସ୍‌ ଆଦିରେ ଜମାରଖିଲେ ସୁଧ ମଧ୍ୟ ପାଇପାରିବେ। ଏଥିପାଇଁ ବର୍ଷକୁ ଥରେ କିମ୍ବା ଦୁଇଥର ଟଙ୍କା ନ ରଖି ପ୍ରତିମାସରେ ଅଳ୍ପ ଅଳ୍ପ ଟଙ୍କା ଆର୍‌ଡି (ରିକରିଂ ଡିପୋଜିଟ୍‌) ଆକାରରେ ଜମା କରିବା ସହଜ ହେବ। ଅଧିକ ଦିନ ଯାଏ ରଖିବାକୁ ଚାହୁଁଥିଲେ ଏଫ୍‌ଡି କିମ୍ବା ଅନ୍ୟାନ୍ୟ ଡିପୋଜିଟ୍‌ ପ୍ଲାନ୍‌, ପେନ୍‌ସନ୍‌ ପ୍ଲାନ୍‌ ଆଦି ମଧ୍ୟ ଏକ ଭଲ ଉପାୟ। ଆପଣ ଚାହିଁଲେ ଶେୟାର ମାର୍କେଟ, ରିୟଲ ଇଷ୍ଟେଟ୍‌, ମ୍ୟୁଚୁଆଲ ଫଣ୍ଡ ଭଳି ସଂସ୍ଥାରେ ବି ଟଙ୍କା ଇନ୍‌ଭେଷ୍ଟ କରିପାରିବେ। ହେଲେ ଅଧିକ ରିଟର୍ନ ପାଇବା ଆଶାରେ ଏଥିରେ ଟଙ୍କା ନିବେଶ କରୁଥିଲେ ସତର୍କ ରୁହନ୍ତୁ ଏବଂ କୌଣସି ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ।

ରାକ୍ଷୀରାଣୀ ତରାଇ (ଯାଜପୁର)- ଏବେ ଘରେ ରହି ପାଖ ବଜାରକୁ କମ୍ପ୍ୟୁଟର ଶିଖିବାକୁ ଯାଉଛି। ପ୍ରତିଦିନ ମମି କିଛି କିଛି ହାତ ଖର୍ଚ୍ଚ ପାଇଁ ଦିଅନ୍ତି। ହେଲେ, ସେଥିରୁ ବେଶି ଖର୍ଚ୍ଚ କରେ ଓ କିଛି ସଞ୍ଚୟ କରେ। ବଜାରକୁ ସାଙ୍ଗମାନଙ୍କ ସହ ଗଲେ ବିଭିନ୍ନ ଜିନିଷ କିଣିବାକୁ ଆଉ ଖାଇବାକୁ ଇଚ୍ଛା ହୁଏ। ଘର ପାଇଁ ବି ଅନେକ ସମୟରେ ନୂଆ ନୂଆ ଜିନିଷ ନେଇ ଆସେ। ତେଣୁ ସଞ୍ଚୟ କରିବାକୁ ଚାହିଁଲେ ମଧ୍ୟ କରିପାରେ ନାହିଁ। ବେଳେବେଳେ ବଦଖର୍ଚ୍ଚ କରିଦିଏ ବୋଲି ମମି ଗାଳି କରନ୍ତି। ହେଲେ ଧୀରେ ଏହି ଅଭ୍ୟାସ ପରିବର୍ତ୍ତନ କରି ସଞ୍ଚୟ କରିବାକୁ ଭାବିଛି।

ସୁବ୍ରତ କୁମାର ରାଉଳ (ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର)- ଘରର ସବୁ ଦାୟିତ୍ୱ ମୋ ଉପରେ ଥିବାରୁ ସଞ୍ଚୟକୁ ବେଶି ପ୍ରାଧାନ୍ୟ ଦେଉଛି। ବଦ୍‌ଖର୍ଚ୍ଚ ଆଦୌ କରେନି। ଏକଥା ସତ ଯେ, ଘରେ ଥିବା ଅପେକ୍ଷା ଏବେ ହଷ୍ଟେଲରେ ରହୁଥିବାରୁ ଖର୍ଚ୍ଚ ଟିକେ ବଢ଼ିଯାଇଛି। ଇଚ୍ଛା ନ ଥିଲେ ବି ସାଙ୍ଗମାନଙ୍କ ସହ ବୁଲିଗଲା ବେଳେ ଅଧିକ ଖର୍ଚ୍ଚ ହୋଇଯାଉଛି। ସେଥିପାଇଁ ଜଗି ରଖି ଖର୍ଚ୍ଚ କରୁଛି। ଯେତେବେଳେ ବି ଘରକୁ ଆସେ, ପାଖରେ ସଞ୍ଚୟ କରି ରଖିଥିବା ଟଙ୍କାରୁ ଘର ଲୋକଙ୍କ ପାଇଁ କିଛି କିଛି ଜିନିଷ ନେଇ ଆସେ।

ସୌରଭ ସାଇରାଜ (ଛାତ୍ର, ବାଲିପାଟଣା, ଭୁବନେଶ୍ୱର)- କଲେଜ ଗଲାବେଳେ ବାପା ଦେଉଥିବା ହାତ ଖର୍ଚ୍ଚକୁ ମୁଁ ସାଇତି ରଖେ। ଅଧା କିଛି ପଇସା ଖର୍ଚ୍ଚ କରି ଆଉ କିଛି ବଞ୍ଚାଏ। ସେଇ ଟଙ୍କାରେ ମୋର ଗାଡ଼ି ତେଲ ଖର୍ଚ୍ଚ କିମ୍ବା ଗାଡ଼ି ମେଣ୍ଟେନାନ୍ସ କରିନିଏ। ଅସମୟରେ ମଧ୍ୟ ମୋ ସେଭିଂସ୍‌ ବହୁ କାମରେ ଲାଗେ। ବାହାରକୁ ହଠାତ୍‌ ବୁଲିବାକୁ ପ୍ଲାନିଂ ହେଲେ ସେଭିଂସରୁ ଖର୍ଚ୍ଚ କରେ। ଭବିଷ୍ୟତରେ ଜବ୍‌ କଲେ ପ୍ରତିମାସରେ ପ୍ଲାନିଂ କରି ସେଭିଂସ୍‌ କରିବି ବୋଲି ଭାବିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri